Advertisment

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ

ଏଥରର ଥିମ୍ ରହିଛି 'ନିଜ ଓ ସମାଜ ପାଇଁ ଯୋଗ' । ଏହି ଅବସରରେ ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦି ।

PM Modi

PM Modi

Advertisment

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି । ଏଥରର ଥିମ୍ ରହିଛି 'ନିଜ ଓ ସମାଜ ପାଇଁ ଯୋଗ' । ଏହି ଅବସରରେ ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦି ।

Advertisment

ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏନେଇ ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁକଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଆଜି ହେବାକୁ ଥିବା ଯୋଗ ଦିବସରେ ଡାଲ୍ ହ୍ରଦ ନିକଟରେ ପ୍ରାୟ ୭ ହଜାର ଜଣ ଯୋଗ ଦେବେ ବୋଲି ଜଣାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ଜଣାଯାଇଛି। 

Advertisment

ଏପଟେ ରାଜ୍ୟସ୍ତରୀୟ ଯୋଗ ଦିବସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ ।

PM Modi Yoga Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe