Advertisment

ପିଲାଙ୍କ ଅଣ୍ଡା ଚୋରି କରୁଛନ୍ତି ପ୍ରଧାନ ଶିକ୍ଷକ, ଆକ୍ସନ୍‌ ମୁଡ୍‌ରେ ଜିଲ୍ଲା ଶିକ୍ଷା ଅଧିକାରୀ

ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ଅଣ୍ଡା ଚୋରି କରି ବ୍ୟାଗ୍‌ରେ ଭର୍ତ୍ତି କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
stealing-eggs

stealing-eggs

ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଛି ଅଣ୍ଡା। ହେଲେ ଏହି ଅଣ୍ଡାକୁ ବୋହି ନେଇ ଯାଇଛନ୍ତି ଶିକ୍ଷକ। ଖୋଦ୍‌ ସ୍କୁଲର ପ୍ରଧାନ ଶିକ୍ଷକ ହାତରେ ବ୍ୟାଗ୍‌ ଧରି ଅଣ୍ଡା ଚୋରି କରୁଛନ୍ତି। ବିହାରର ହାଜିପୁର ଏକ ସରକାରୀ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବିହାରରେ ପ୍ରବଳ ଥଣ୍ଡା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ସିଝା ଅଣ୍ଡା ଯୋଗାଉଛନ୍ତି। ଯାହା ଦ୍ୱାରା ସେମାନେ ଶୀତରୁ ମୁକ୍ତି ପାଇବେ ଏବଂ ପିଲାମାନଙ୍କୁ ପ୍ରୋଟିନ୍ ମିଳିବ। କିନ୍ତୁ ସ୍କୁଲ ହେଡ୍‌ ମାଷ୍ଟର ପିଲାଙ୍କୁ ଅଣ୍ଡା ଦେବା ବଦଳରେ ନିଜ ବ୍ୟାଗ୍‌ରେ ଭରିବାରେ ବ୍ୟସ୍ତ ଥିବା ଜଣାପଡିଛି।

ବିହାର ହାଜିପୁର ଲାଲଗଞ୍ଜ ବ୍ଲକ୍‌ର ରିଖର ମିଡିଲ୍‌ ସ୍କୁଲ। ଅଭିଯୋଗ ହୋଇଛି ଯେ ଏଠାକାର ପ୍ରଧାନଶିକ୍ଷକ ସୁରେଶ ସାହାଣି ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ବଣ୍ଟା ଯିବାକୁ ଆସିଥିବା ଅଣ୍ଡାକୁ ସେ ବ୍ୟାଗ୍‌ରେ ଭର୍ତ୍ତି କରି ନିଜ ଘରକୁ ନେଇଯାଉଛନ୍ତି। ପ୍ରଧାନ ଶିକ୍ଷକଙ୍କ ଅଣ୍ଡା ଚୋରି କରୁଥିବାର ଭିଡିଓ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକ ରେକର୍ଡ କରିଛନ୍ତି। ଏହି ଘଟଣା ଡିସେମ୍ବର ୧୨ ତାରିଖର ବୋଲି କୁହାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

Advertisment

ଜିଲ୍ଲା ଶିକ୍ଷା ଅଧିକାରୀ ଏହି ପ୍ରସଙ୍ଗରେ ଅଣ୍ଡା ଚୋର ହେଡ ମାଷ୍ଟରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଯଦି ତାଙ୍କ ପକ୍ଷରୁ କୌଣସି ଉପଯୁକ୍ତ ଉତ୍ତର ନମିଳେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସୁରେଶ ସାହାଣି କହିଛନ୍ତି ଯେ ମୁଁ ଅଣ୍ଡା ଚୋରି କରିନି। ଗାଡିରୁ ଅଣ୍ଡା ବାହାର କରି ଖାଦ୍ୟ ପରିବେଷଣ କରୁଥିବା ରୋଷେୟାକୁ ଦେଇଥିଲି। କିନ୍ତୁ ରୋଷେଇ ସ୍ପଷ୍ଟ ଭାବରେ କହିଛି ଯେ ମୁଁ ପ୍ରଧାନ ଶିକ୍ଷକଙ୍କଠାରୁ ଅଣ୍ଡା ନେଇ ପିଲାଙ୍କୁ ଦେଇନଥିଲି ବରଂ ତାଙ୍କ ଅଫିସରେ ରଖିଦେଇଥିଲି। ଅଣ୍ଡା ଚୋରିକୁ ନେଇ ଏବେ ସ୍କୁଲ ପ୍ରଧାନଶିକ୍ଷକ ଏବଂ ରେଷେୟା ମୁହାଁମୁହିଁ ହୋଇଛନ୍ତି।

ସେପଟେ ଭିଡିଓ ଭାଇରାଲ ହେବା ପରେ ବିଦ୍ୟାଳୟର କିଛି ଛାତ୍ର ତଥା ନିକଟ ଗ୍ରାମବାସୀ ମଧ୍ୟ ସ୍କୁଲରେ ପହଞ୍ଚି ସୁରେଶ ସାହାଣିଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଭଳି ନକରିବାକୁ ସେମାନେ ତାଙ୍କୁ ଚେତାବନୀ ଦେଇଛନ୍ତି।

Bihar Head Master Mid Day Meal Stealing Egg