Advertisment

ମନଇଚ୍ଛା ବର୍ଷିଲେ, ପ୍ରିନ୍ସିପାଲଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଡାକ୍ତର ଘୋଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିବାରୁ ସେ ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ପୀଡ଼ିତାଙ୍କୁ ନିଜ ଝିଅ ବୋଲି ସମ୍ବୋଧନ କରିଥିଲେ ଓ ଜଣେ ଅଭିଭାବକ ହିସାବରେ ସେ ସେ ଇସ୍ତଫା ଦେଉଥିବା କହିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Kolkata

Kolkata

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା କଲିକତା ହାଇକୋର୍ଟ ଘଟଣା ଘଟିଥିବା ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଟାଳୁଟୁଳ ନୀତି ଅବଲମ୍ବନ କରିଥିଲେ ବୋଲି କୋର୍ଟ ହୃଦୟଙ୍ଗମ କରିଛନ୍ତି।

Advertisment

ଏଥିପାଇଁ କୋର୍ଟ ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ମୁଖ୍ୟ ଡାକ୍ତର ସନ୍ଦୀପ ଘୋଷଙ୍କୁ ଛୁଟିରେ ଚାଲିଯିବାକୁ କହିଛନ୍ତି। ସେ ଜଣେ ଅତ୍ୟନ୍ତ କ୍ଷମତାଶାଳୀ ବ୍ୟକ୍ତି ହୋଇଥିବାରୁ ପ୍ରମାଣ ହେରଫେର ହୋଇପାରେ। ତେଣୁ ହାଇକୋର୍ଟ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଡାକ୍ତର ଘୋଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିବାରୁ ସେ ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ପୀଡ଼ିତାଙ୍କୁ ନିଜ ଝିଅ ବୋଲି ସମ୍ବୋଧନ କରିଥିଲେ ଓ ଜଣେ ଅଭିଭାବକ ହିସାବରେ ସେ ସେ ଇସ୍ତଫା ଦେଉଥିବା କହିଥିଲେ। କିନ୍ତୁ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ କଲିକତା ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ପୁନଃ ଅବସ୍ଥାପିତ କରାଯାଇଥିଲା।

Advertisment

ଆଜି ଶୁଣାଣି ବେଳେ ହାଇକୋର୍ଟ ଡାକ୍ତର ଘୋଷଙ୍କ ଉପରେ ବର୍ଷିଥିଲେ। ଘଟଣା ନେଇ ସେ ତତ୍ପରତା ନ ଦେଖାଇବା ଅତ୍ୟନ୍ତ ଦୁଃଖଦ ଘଟଣା। ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଡାକ୍ତର ଘୋଷ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଆଉ ଏକ ମେଡିକାଲ କଲେଜରେ ସମାନ ଦାୟିତ୍ୱ ମିଳିବା। ତାଙ୍କୁ ତୁରନ୍ତ କାର୍ଯ୍ୟାନ୍ତର କରାଯାଉ ଓ ଛୁଟିରେ ପଠାଯାଉ ବୋଲି କୋର୍ଟ କହିଛନ୍ତି।

ଡାକ୍ତର ଘୋଷଙ୍କୁ ତୁରନ୍ତ ନୂଆ ଦାୟିତ୍ୱ ଦେଇଥିବା ରାଜ୍ୟ ସରକାରଙ୍କୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି। କୋର୍ଟ କହିଛନ୍ତି, “ଇସ୍ତଫା କେଉଁ ପରିସ୍ଥିତିରେ ଦିଆଯାଇଥିଲା, ସେକଥା ପ୍ରାଧିକୃତ ଅଧିକାରୀ ନିଜ ମୁଣ୍ଡରେ ରଖିବାର ଥିଲା। ବିଭାଗ ଠାରୁ ଆଶା କରାଯାଉଥିଲା ଯେ ସେମାନେ ପ୍ରିନ୍ସିପାଲଙ୍କୁ ପ୍ରଶାସନିକ କାର୍ଯ୍ୟରୁ ଅବ୍ୟାହତି ଦେବେ ଓ ତାଙ୍କୁ ସମାନ ଦାୟିତ୍ୱ ପ୍ରଦାନ କରିବେ ନାହିଁ। ହେଲେ ତାଙ୍କୁ ଆଉ ଗୋଟିଏ ମେଡିକାଲ କଲେଜର ପ୍ରିନ୍ସିପାଲ କରାଯାଇଛି। ଏପରି ତରବରିଆ ଭାବେ ନିଯୁକ୍ତି ଦେବାର କାରଣ ଏଯାଏ ଜଣାପଡ଼ି ନାହିଁ। ଲାଗୁଛି ସମ୍ଭବତଃ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। 

ହସ୍ପିଟାଲ କର୍ତ୍ତୃପକ୍ଷ ପୀଡ଼ିତା କିମ୍ବା ତାଙ୍କ ପରିବାର ଲୋକଙ୍କ ସହ ନାହାନ୍ତି। ଏବେ ଆଉ ସମୟରେ ଅଯଥା ଅପଚୟ କରାଯାଇ ପାରିବ ନାହିଁ। ପ୍ରମାଣର ହେରଫେର ହେବାର ଆଶଙ୍କା ରହିଛି। ତେଣୁ ସିବିଆଇ ଏହାର ତଦନ୍ତ କରିବ।”

Kolkata Kolkata Doctor Murder Case Kolkata Doctor Rape And Murder Case