Advertisment

ଫି’ ଦେଉ ନାହାନ୍ତି ଅଭିଭାବକ, ଖରାରେ ପିଲାଙ୍କୁ ବସାଇ ୱାର୍ଣ୍ଣିଂ ଦେଲେ ପ୍ରିନ୍ସିପାଲ

ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଗେଟ୍‌ ବାହାରେ ବସିଛନ୍ତି। ଉଭୟ ପାର୍ଶ୍ୱରେ ବିଲ ରହିଛି। ସେମାନେ ଭିଡିଓରେ ମୁହଁ ଯେମିତି ନ ଆସିବ, ସେଥିପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

School

School

Advertisment

ସ୍କୁଲ ଫି’ ଦେଉ ନଥିବା ବାପା ମା’ଙ୍କ ଉପରେ ନିଜର ରାଗ ଜାହିର କରିବା ପାଇଁ ଜଣେ ପ୍ରିନ୍ସିପାଲ ଘଟାଇଛନ୍ତ ଅଜବ କାଣ୍ଡ। ସେ ଫି’ ପୈଠ କରି ନଥିବା ୫୦ରୁ ଅଧିକ ପିଲାଙ୍କୁ ପ୍ରଚଣ୍ଡ ଖରାରେ ବସାଇ ବାପା ମା’ଙ୍କୁ ୱାର୍ଣ୍ଣିଂ ଦେଇଛନ୍ତି। ସେ ପିଲାମାନେ ଖରାରେ ବସିଥିବା ବେଳର ଭିଡିଓ ମଧ୍ୟ ଶୁଟିଂ କରିଛନ୍ତି। ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗରରେ ଥିବା ଗୋଟିଏ ସ୍କୁଲରେ।

Advertisment

ସିଦ୍ଧାର୍ଥନଗରର ଇଟାୱା ସ୍ଥିତ ଶ୍ୟାମରାଜି ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରିନ୍ସିପାଲଙ୍କ ଏପରି କାର୍ଯ୍ୟକୁ ଜିଲ୍ଲାର ସ୍କୁଲ ଇନସପେକ୍ଟର ନିନ୍ଦା କରିଛନ୍ତି। ସ୍କୁଲର ପଞ୍ଜୀକରଣ ହୋଇଛି କି ନାହିଁ, ତା’ର ତଦନ୍ତ ହେବ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସାମ୍ନାକୁ ଆସିଥିବା ୨ ମିନିଟର ଭିଡିଓରେ ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଗେଟ୍‌ ବାହାରେ ବସିଛନ୍ତି। ଉଭୟ ପାର୍ଶ୍ୱରେ ବିଲ ରହିଛି। ସେମାନେ ଭିଡିଓରେ ମୁହଁ ଯେମିତି ନ ଆସିବ, ସେଥିପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

Advertisment

ସ୍କୁଲର ପ୍ରିନ୍ସିପାଲ ଶୈଳଶ କୁମାର ତ୍ରିପାଠୀ ଭିଡିଓ ଶୁଟିଂ କରିବା ବେଳେ କହିଛନ୍ତି, “ସମସ୍ତ ବାପାମ ମା’ଙ୍କୁ ୱାର୍ଣ୍ଣିଂ ଦେଇଥିଲି ଯେ ଯେ ଫି’ ଜମା ନ କରିବା ଯାଏ ପିଲାମାନଙ୍କୁ ସ୍କୁଲ ପଠାନ୍ତୁ ନାହିଁ। କିନ୍ତୁ ଆପଣମାନେ କେହି ବି ଶୁଣୁ ନାହାନ୍ତି। ଆପଣ ମୋତେ ସମସ୍ୟାରେ ପକାଇବା ପାଇଁ ସେମାନଙ୍କୁ ପଠାଉଉଛନ୍ତି।

ଏଠାରେ ବସିଥିବା ପିଲାମାନେ ଫି’ ଦେଇ ନାହାନ୍ତି ଓ ମୁଁ ସେମାନଙ୍କୁ ଗେଟ ବାହାରେ ବସାଇଛି। ମୁଁ ଶେଷ ଥର ପାଇଁ ୱାର୍ଣ୍ଣିଂ ଦେଉଛି, ଯଦି ଆପଣମାନେ ଏହାକୁ ଦେଖି ଖରାପ ଭାବୁଛନ୍ତି, ତା’ହେଲେ ଏଥିପାଇଁ ଆପଣମାନେ ଦାୟୀ। ମୁଁ ନୁହେଁ।

ବ୍ୟାଙ୍କ ମୋ ଉପରେ ୫୦ ହଜାର ଟଙ୍କା ଫାଇନ ଲଗାଇଛି। ହେଲେ ଆପଣମାନେ ୫ ଟଙ୍କା ଅତିରିକ୍ତ ଭାବେ ଫି’ ଦେବେନି। ମୁଁ ଏହି ଚାପ ସହି ପାରିବି ନାହିଁ। ଯଦି ପ୍ରତିମାସର ୧୫ ତାରିଖ ସୁଦ୍ଧା ଫି’ ଦାଖଲ ନ କରିବେ, ତା’ହେଲେ ଦିନ ପିଛା ୫ ଟଙ୍କା ଲେଖାଏ ଫାଇନ ଦେବାକୁ ପଡ଼ିବ। ଯେଉଁମାନେ ଏହି ନିୟମକୁ ମାନିବେ, ସେମାନେ ନିଜ ପିଲାଙ୍କୁ ଏଠାକୁ ପଠାଇପାରିବେ। ନଚେତ ପିଲାଙ୍କୁ ନିଜ ଘରେ ରଖି ଦିଅନ୍ତୁ।

ଫି’ ଦେଉ ନଥିବାରୁ ମୁଁ ଦୁଃଖିତ ଓ ବ୍ୟସ୍ତ। ମୋ ଉପରେ ମଧ୍ୟ ଚାପ ପଡ଼ୁଛି। ମୋତେ ବ୍ୟାଙ୍କ ଡିଫଲ୍ଟର ଘୋଷଣା କରିଛି। ମୋତେ ମୋ ଜୀବନରେ ଆଉ ୧ ଟଙ୍କା ବି ଲୋନରେ ମିଳିବ ନାହିଁ। ଯଦି ପିଲାମାନେ ବିନା ଫି’ରେ ସ୍କୁଲ ଆସିବେ, ତା’ହେଲେ ମୁଁ ସେମାନଙ୍କୁ ଘରକୁ ପଠାଇ ଦେବି।”

ବିବାଦ ପରେ ପ୍ରିନ୍ସିପାଲ ତ୍ରିପାଠୀଙ୍କ ସହ ସାମ୍ବାଦିକମାନେ ଯୋଗାଯୋଗ କରିଥିଲେ। ସେ କହିଛନ୍ତି ଯେ ଘଟଣା ପାଇଁ ଯଦି କେହି ଖରାପ ଭାବୁଛନ୍ତି, ତା’ହେଲେ ସେଥିପାଇଁ ଦୁଃଖିତ। କିନ୍ତୁ ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା।

ସ୍କୁଲ ଋଣରେ ବୁଡ଼ି ରହିଛି। ପ୍ରତି ପିଲାଙ୍କ ମୁଣ୍ଡ ଉପରେ ୧୦ ହଜାରୁ ଲକ୍ଷାଧିକ ଟଙ୍କା ଯାଏ ଫି’ ବକେୟା ରହିଛି। ତେଣୁ ସେ ବାଧ୍ୟ ହୋଇ ପିଲାମାନଙ୍କୁ ଖରାରେ ବସାଇଥିଲେ ବୋଲି ସେ କହିଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe