Advertisment

ସ୍କୁଲ ଭିତରେ ପିଟାପିଟି ହେଲେ ଶିକ୍ଷୟିତ୍ରୀ-ପ୍ରଧାନ ଶିକ୍ଷୟିତ୍ରୀ

ଭିଡିଓ ଭାଇରାଲ ହେବା ପରେ ସ୍କୁଲ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Teacher Fight

Teacher Fight

Advertisment

ସ୍କୁଲ ଭିତରେ ପିଟାପିଟି ହେଲେ ଶିକ୍ଷକ ଓ ପ୍ରଧାନ ଶିକ୍ଷକ। ଭୁଲିଗଲେ ଶିଷ୍ଟାଚାର। ଅସଭ୍ୟ ଭାଷାରେ ଉଭୟ ପରସ୍ପରକୁ ଗାଳିଗୁଲଜ ମଧ୍ୟ କଲେ। କେବଳ ସେତିକି ନୁହେଁ ଡ୍ରେସ୍‌ ଚାରିଚିରି ଯାଏଁ ମଧ୍ୟ କଥା ଗଲା। ଶିକ୍ଷକ ସ୍କୁଲକୁ ବିଳମ୍ବରେ ପହଞ୍ଚିବାକୁ ନେଇ ହେଲା ତୁମୁଳକାଣ୍ଡ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉତ୍ତରପ୍ରଦେଶ ଆଗ୍ରା। ଏଠାକାର ଏକ ପ୍ରାଥକମି ସ୍କୁଲରେ ଘଟିଛି ଏଭଳି କିଛି ଘଟଣା। ଶ୍ରେଣୀ ଶିକ୍ଷୟିତ୍ରୀ ବିଳମ୍ବରେ ସ୍କୁଲ ଆସିଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଗାଳିଗୁଲଜରୁ ଆରମ୍ଭ ହୋଇ ମାର୍‌ପିଟ୍‌ ଯାଏ କଥା ଯାଇଥିଲା। ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୋଷକା ମଧ୍ୟ ଚିରିଦେଲେ। ସୌଭାଗ୍ୟବଶତଃ ଏହି ସମୟରେ ବିଦ୍ୟାଳୟରେ କୌଣସି ପିଲା ନଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍କୁଲ କର୍ମଚାରୀ ଉଭୟଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମାମଲା ବିଗିଡିବାକୁ ଲାଗିଥିଲା ଏବଂ ଦୁହେଁ ପରସ୍ପରକୁ ପିଟିବା ଆରମ୍ଭ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ସ୍କୁଲ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲକୁ ବିଳମ୍ବରେ ଆସିଥିବାରୁ ଶିକ୍ଷୟିତ୍ରୀ ରୋକ୍‌ଟୋକ୍‌ କରିଥିଲେ। ଏହି କାରଣରୁ ବିବାଦ ଘଟିଥିଲା। ଅତୀତରେ ମଧ୍ୟ ଅନେକ ଥର ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା।

Advertisment

ସେପଟେ ଉଭୟ ସ୍କୁଲର ଶିକ୍ଷୟିତ୍ରୀ ସିକନ୍ଦର ପୁଲିସ ଷ୍ଟେସନରେ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ବିଷୟ ଶିକ୍ଷା ବିଭାଗର ଅଧିକାରୀଙ୍କ ନିକଟରେ ମଧ୍ୟ ପହଞ୍ଚିଛି। ପୂରା ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି।

Uttar Pradesh Viral Video Agra Police Teacher Fight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe