Advertisment

ଜେଲରୁ ଗଡକରୀଙ୍କ ଅଫିସକୁ ଆସିଲା ଧମକପୂର୍ଣ୍ଣ କଲ୍‌, ମାଗିଲା ୧୦ କୋଟିର ବଟି

ଜାନୁଆରୀ ୧୪ କଲ ପରେ ଗଡକରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ସିଟି ପୁଲିସ୍‌ ମୁଖ୍ୟ ଅମିତେଶ କୁମାର ତୁରନ୍ତ ତାଙ୍କ ବେଲଗାଭି ପ୍ରତିପକ୍ଷ ଓ କର୍ଣ୍ଣାଟକା ଜେଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

Nitin Gadkari

Nitin Gadkari

Advertisment

ପୁଣିଥରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଅଫିସକୁ ଆସିଛି ଧମକପୂର୍ଣ୍ଣ କଲ। କର୍ଣ୍ଣାଟକାର ବେଲାଗାଭି ଜେଲରେ ରହିଥିବା ଜୟେଶ ପୂଜାରୀ ଏପରି କଲ କରିବା ସହ ବଟି ଦେବାକୁ କହିଛି। ପୂର୍ବରୁ ସେ ଜାନୁଆରୀ ୧୪ରେ ମଧ୍ୟ ଗଡ଼କରୀଙ୍କ ଖମଲା ଅଫିସକୁ ଫୋନ କରି ୧୦୦ କୋଟି ଟଙ୍କା ମାଗିଥିଲା। ହେଲେ ଏଥରେ ସେ ୧୦ କୋଟି ଟଙ୍କା ଦେବାକୁ କହିଛି। ଯଦି ଗଡକରୀ ଟଙ୍କା ନ ଦେବେ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଫୋନରେ ଧମକ ଦେଇଛି।

Advertisment

ଜାନୁଆରୀ ୧୪ କଲ ପରେ ଗଡକରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ସିଟି ପୁଲିସ୍‌ ମୁଖ୍ୟ ଅମିତେଶ କୁମାର ତୁରନ୍ତ ତାଙ୍କ ବେଲଗାଭି ପ୍ରତିପକ୍ଷ ଓ କର୍ଣ୍ଣାଟକା ଜେଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ସିଟି ପୁଲିସ କଲ ସମ୍ପର୍କରେ ଜାଣିବା ପରେ ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଏହାର ଯାଞ୍ଚ କରିଥିଲା। ଏହି ସମୟରେ କଲଟି ଜୟେଶର ବାରାକରୁ ଆସିଥିବା ଜଣାପଡ଼ିଛି। ତେବେ ଜାନୁଆରୀ ମାସରେ ଯେଉଁ ମୋବାଇଲରୁ ଜୟେଶ ଫୋନ କରିଥିଲା, ତା’କୁ ପୁଲିସ୍‌ ଏଯାଏ ଠାବ କରିପାରିନାହିଁ।

ଅମିତେଶ କୁମାର କହିଛନ୍ତି, “ଜେଲ ଭିତରେ କଲ କରିବା ପାଇଁ କଏଦୀ ଜଣକ କେମିତି ଏତେ କମ ସମୟରେ ଦ୍ୱିତୀୟ ସେଲଫୋନ ଓ ସିମ ପାଇଲା, ତାହା ଆମକୁ ଆଶ୍ଚର୍ଯ୍ୟ କରୁଛି। ଗତଥର ତଦନ୍ତ ବେଳେ ହୋଇଥିବା ଜେରା ସମୟରେ ଜଣାପଡ଼ିଥିଲା ଯେ କଏଦୀ ଜଣକ ମନ୍ତ୍ରୀଙ୍କ ଅଫିସ ନମ୍ବର ମନେ ରଖିଛି। ଏଥିସହ ସେ ଆଉ କିଛି ନମ୍ବର ମଧ୍ୟ ମନେ ରଖିଛି। ଜେରା ବେଳେ ଜୟେଶ ଦାବି କରିଥିଲା ଯେ ସେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ। ବର୍ତ୍ତମାନ କଲ ସମ୍ପର୍କରେ ଜଣାପଡ଼ିବା ପରେ ନାଗପୁର ପୁଲିସ୍‌ର ଗୋଟିଏ ଟିମ ବେଲାଗାଭି ଯାଇଛନ୍ତି। ସେମାନେ ସେଠାରେ ଅଧିକ ତଦନ୍ତ କରିବେ।”

Advertisment

୨୦୦୮ ମସିହାର ଡକାୟତି ଓ ହତ୍ୟା ମାମଲାରେ ଜୟେଶକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଆଜୀବନ ଜେଲଦଣ୍ଡକୁ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ଜୟେଶ କରିଥିବା କଲ ବେଳେ ବେଙ୍ଗାଲୁରୁରେ ଇଭେଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ଜଣେ ମହିଳାଙ୍କ ମୋବାଇଲ ନମ୍ବର ଦେଇଥିଲା। ଗଡକରୀଙ୍କ ଅଫିସର କର୍ମଚାରୀଙ୍କୁ ଏହି ନମ୍ବର ସହ ଯୋଗାଯୋଗ କରି ଟଙ୍କା ଦେବାକୁ କୁହାଯାଇଛି। ଉକ୍ତ ମହିଳାଙ୍କ ନମ୍ବର ଜୟେଶ ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ଠାରୁ ହାତେଇଥିଲା।

ଜୟେଶ ମଙ୍ଗଳବାର ଗଡକରୀଙ୍କ ଅଫିସକୁ ଫୋନ କରି ପ୍ରଥମେ ବିଫଳ ହୋଇଥିଲା। ଏହାପରେ ସକାଳ ୧୦.୫୩ରେ ଥରେ ଓ ୧୧.୦୮ରେ ଦ୍ୱିତୀୟ ଥର ପାଇଁ ଅଫିସ କର୍ମଚାରୀଙ୍କ ସହ କଥା ହେବାକୁ ସକ୍ଷମ ହୋଇଥିଲା। ଜାନୁଆରୀ କଲ ସମ୍ପର୍କରେ ଗଡକରୀଙ୍କ ଅଫିସ କର୍ମଚାରୀମାନେ ପୁଲିସ୍‌କୁ ଅବଗତ କରାଇଥିବାରୁ ଜୟେଶ ଏଥର ଅସନ୍ତୋଷ ପ୍ରକାଶ କରିଥିଲା। ଏହାପରେ ୧୦ କୋଟି ଟଙ୍କା ଉକ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲା।

Bjp Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe