Advertisment

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧା ହୋଇଥିଲେ, ଜେଲ୍‌ରେ ଝୁଲିପଡ଼ିଲେ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧା ହୋଇ କିଛି ଦିନ ତଳେ ଜେଲ୍‌କୁ ଆସିଥିଲେ। କିନ୍ତୁ ଜେଲ୍‌ରେ ଥିବା ବେଳେ କଏଦୀଜଣକ ନେଲେ ଚରମ ନିଷ୍ପତ୍ତି ଓ କେବୁଲ ତାରକୁ ବେକରେ ଲଗାଇ ଝୁଲି ପଡ଼ିଲେ।

author-image
Niharika Rout
sibam

sibam

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧା ହୋଇ କିଛି ଦିନ ତଳେ ଜେଲ୍‌କୁ ଆସିଥିଲେ। କିନ୍ତୁ ଜେଲ୍‌ରେ ଥିବା ବେଳେ କଏଦୀଜଣକ ନେଲେ ଚରମ ନିଷ୍ପତ୍ତି ଓ କେବୁଲ ତାରକୁ ବେକରେ ଲଗାଇ ଝୁଲି ପଡ଼ିଲେ। ଏପରି ଏକ ଅଭାବନୀୟ କାଣ୍ଡ ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ମୃତକ ବୁଲନ୍ଦଶହର ଜିଲ୍ଲାର ନରେଦା ଥାନା ଅଞ୍ଚଳର ଶିବମ ରାଜପୁତ ବୋଲି ଜଣାଯାଇଛି।

Advertisment

ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ୍‌ ଶିବମଙ୍କୁ ବାନ୍ଧିଥିଲା। ଗତ ୧୦ ତାରିଖରେ ହାପୁଡ଼ ଜିଲ୍ଲାର ପିଲଖୁବା ଥାନାରୁ ତାଙ୍କୁ ଜେଲ୍‌ ପଠାଯାଇଥିଲା। ମାତ୍ର ସେଠାରେ ଏପରି କାଣ୍ଡ ଘଟିଥିବା ବେଳେ ପରିବାର ଲୋକେ ଏହାକୁ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି।

ପୁଅକୁ ଖସାଇଦେବାକୁ ଥାନା ଅଧିକାରୀ ମୋଟା ଅଙ୍କର ଅର୍ଥ ଦାବି କରୁଥିଲେ। ମାତ୍ର ଆମେ ଦେଇ ନ ପାରିବାରୁ ସେମାନେ ତାଙ୍କୁ ଜେଲ୍‌ ପଠାଇ ଦେଇଥିବା ଶିବମଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି।

Advertisment

ପୁଅକୁ ଖସାଇଦେବାକୁ ଥାନା ଅଧିକାରୀ ମୋଟା ଅଙ୍କର ଅର୍ଥ ଦାବି କରୁଥିଲେ। ମାତ୍ର ଆମେ ଦେଇ ନ ପାରିବାରୁ ସେମାନେ ତାଙ୍କୁ ଜେଲ୍‌ ପଠାଇ ଦେଇଥିବା ଶିବମଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି।

କଏଦୀଜଣକ ଜେଲ୍‌ରେ ଏପରି କାଣ୍ଡ ଘଟାଇଥିବା ବେଳେ କର୍ମଚାରୀମାନେ କିପରି ଜାଣି ପାରିଲେନି ତାକୁ ନେଇ ସନ୍ଦେହ ଆରମ୍ଭ ହୋଇଯାଇଛି। ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଜେଲ୍‌ରେ ପହଞ୍ଚିଥିବା ବେଳେ ସେମାନଙ୍କ ଉପସ୍ଥିତିରେ ଘଟଣାର ଭିଡିଓଗ୍ରାଫି କରାଯାଇ ମୃତଦେହକୁ ତଳକୁ ଓହ୍ଲାଯାଇଥିଲା। ଏହାପରେ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ଜଣାଯାଇଛି।

ମୃତକଙ୍କ ପାଖରୁ ଦୁଇ ପୃଷ୍ଠାର ସୁଇସାଇଡ ନୋଟ୍‌ ମିଳିଛି। ଯେଉଁଥିରେ ତାଙ୍କୁ ଫସାଯାଇଥିବା ଓ ନାବାଳିକାଜଣକ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ନ ଥିବା ଲେଖାଯାଇଛି। ମାତ୍ର ତାଙ୍କ ବାପାମା’ଙ୍କ ଚାପରେ ନାବାଳିକାଜଣକ ମାମଲା ଲେଖିବାକୁ ବାଧ୍ୟ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ଏଥିସହ ନିଜ ସୁଇସାଇଡ ନୋଟରେ ସେ ପୀଡ଼ିତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଜେଲ୍‌ ପ୍ରଶାସନ ପକ୍ଷରୁ ଶିବମଙ୍କ ଆତ୍ମହତ୍ୟା ନେଇ ତାଙ୍କ ପରିବାରବର୍ଗଙ୍କୁ ଅବଗତ କରାଯାଇଥିଲା। ପରିବାର ଲୋକେ ଥାନାରେ ପହଞ୍ଚିଥିବା ବେଳେ ଏଥିପାଇଁ ସମ୍ପୃକ୍ତ ଥାନାଧିକାରୀଙ୍କୁ ଦାୟୀ କରିଛନ୍ତି। ଲକ୍ଷାଧୀକ ଟଙ୍କା ଦେଇ ନ ପାରିବାରୁ ସେ ପୁଅକୁ ମିଥ୍ୟା କେସ୍‌ରେ ଫସାଇ ଜେଲ୍‌ ପଠାଇ ଦେଇଥିବା ସେମାନେ କହିଛନ୍ତି।

Suicide Uttar Pradesh Minor Raped Arrest