Advertisment

ଖାଇରେ ଖସିଲା ବସ୍; ଚାଲିଗଲା ଦୁଇ ଛୁଆଙ୍କ ଜୀବନ, ୨୫ ଆହତ

ଏହି ଦୁର୍ଘଟଣାରେ ଦୁଇ ଛୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

author-image
Niharika Rout
Accident

Accident

ଗୁଜରାଟରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୁଜରାଟର ସୁରଟରୁ ସାପୁତାରା ଯାଉଥିବା ଏକ ଘରୋଇ ବସ୍‌ ଖାଇରେ ଗଳି ପଡ଼ିଲା। ଏହି ଦୁର୍ଘଟଣାରେ ଦୁଇ ଛୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Advertisment

ବସ୍‌ଟି ଗତକାଲି ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ସୁରଟରୁ ସପୁତାରା ଅଭିମୁଖେ ଯାଉଥିଲା। ମାତ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍‌ଟି ଭାରସାମ୍ୟ ହରାଇ ଏକ ଗଭୀର ଖାଇରେ ଗଳି ପଡ଼ିଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ହିଁ ୧୦ ବର୍ଷୀୟ ଜଣେ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପୁଲିସ୍‌ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Accident Gujarat