Advertisment

G Ram G Protest: ‘ଜି ରାମ ଜି’ ବିକ୍ଷୋଭର ନେତୃତ୍ୱ ନେଲେ ପ୍ରିୟଙ୍କା, କହିଲେ ଏମିତି କଥା

ଆଜି ଲୋକସଭାରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିକଶିତ ଭାରତ ରୋଜଗାର ଓ ଜୀବିକା ମିଶନ(ଗ୍ରାମୀଣ) ବିଲ ୨୦୨୫କୁ ଉପସ୍ଥାପନ କରିବାକୁ ଅନୁମତି ମାଗିଛନ୍ତି। ଏହାକୁ ଭିବି ଜି ରାମ ଜି ବିଲ ମଧ୍ୟ କୁହାଯାଉଛି।

author-image
Hemant Lenka
Priyanka

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିକ୍ଷୋଭ

ଗ୍ରାମାଞ୍ଚଳରେ ଯୋଗାଇ ଦିଆଯାଉଥିବା ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏମଜିନରେଗା ସ୍ଥାନରେ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଆଣିଥିବା ବିଲକୁ ଜୋରଦାର ବିରୋଧ। କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ବିଲ୍‌ ବିରୋଧରେ ଆରମ୍ଭ କରିଛି ବିକ୍ଷୋଭ। କେନ୍ଦ୍ର ସରକାର ଆଣିଥିବା ନୂଆ ବିଲ ପୂର୍ବରୁ ପ୍ରଚଳିତ ଆଇନକୁ ଦୁର୍ବଳ କରିବ ଓ ଏହାକୁ ପ୍ରତ୍ୟାହାର କରାଯାଉ।

Advertisment

କାହାର ଭୟ, ମହତ୍ତ୍ୱାକାଂକ୍ଷା ଓ ପୂର୍ବାଗ୍ରହ ଆଧାରରେ କୌଣସି ଆଇନ ପ୍ରଣୟନ ହୋଇପାରିବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ଏଥିପାଇଁ ଆଜି କଂଗ୍ରେସ ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରି ନୂଆ ବିଲକୁ ବିରୋଧ କରିଛନ୍ତି। ଏମଜିନରେଗା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାଁ ଅନୁସାରେ ହୋଇଥିବାରୁ ବିକ୍ଷୋଭରେ ସାମିଲ ହୋଇଥିବା ପ୍ରିୟଙ୍କା ଓ ଅନ୍ୟ କଂଗ୍ରେସ ସାଂସଦଙ୍କ ହାତରେ ତାଙ୍କର ଫଟୋ ମଧ୍ୟ ରହିଥିଲା। 

ଆଜି ଲୋକସଭାରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିକଶିତ ଭାରତ ରୋଜଗାର ଓ ଜୀବିକା ମିଶନ(ଗ୍ରାମୀଣ) ବିଲ ୨୦୨୫କୁ ଉପସ୍ଥାପନ କରିବାକୁ ଅନୁମତି ମାଗିଛନ୍ତି। ଏହାକୁ ଭିବି ଜି ରାମ ଜି ବିଲ ମଧ୍ୟ କୁହାଯାଉଛି। ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ୨୦୦୫ ସ୍ଥାନରେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। 

Advertisment

କେନ୍ଦ୍ର କୃଷି ମନ୍ତ୍ରୀ ବିଲକୁ ଉପସ୍ଥାପନ ପାଇଁ ଅନୁମତି ମାଗିଥିବା ବେଳେ ଏହାକୁ ପ୍ରିୟଙ୍କା ଗାନ୍ଧି ଧାରା ୭୨(୧) ଆଧାରରେ ବିରୋଧ କରିଛନ୍ତି। ସେ କହିଛନ୍ତି, “ମୁଁ ମୋ ଆପତ୍ତି ଦୃଢ଼ ଭାବେ ଉପସ୍ଥାପନ କରୁଛି। ୨୦ ବର୍ଷ ଧରି ଏମଜିନରେଗା(MGNREGA Wage) ଗ୍ରାମୀଣ ଭାରତକୁ ଜୀବିକା ଯୋଗାଇବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରି ଆସୁଛି। ଏହା ଏମିତି ଏକ ଆଇନ ଯାହାକୁ ଅଣାଯିବା ବେଳେ ସମସ୍ତ ରାଜନୀତିକ ଦଳ ସଂସଦରେ ସମର୍ଥନ କରିଥିଲେ। ଦେଶର ଗରିବରୁ ଅତି ଗରିବ ଲୋକଙ୍କୁ ଏହି ଆଇନ ୧୦୦ ଦିନର ନିଯୁକ୍ତି ଯୋଗାଇ ଆସୁଛି।” 

ପ୍ରିୟଙ୍କା ଗାନ୍ଧିଙ୍କ କହିବା କଥା ଯେ ଏମଜିନରେଗା ବା ମନରେଗା ଚାହିଦା ମୁତାବକ କାର୍ଯ୍ୟ ଯୋଗାଉଛି। ସେହିପରି କେନ୍ଦ୍ରର ଅନୁଦାନ ମଧ୍ୟ ଚାହିଦା ମୁତାବକ ରହୁଛି। ହେଲେ ନୂଆ ବିଲରେ କେନ୍ଦ୍ରକୁ ଅଧିକ କ୍ଷମତାର ବ୍ୟବସ୍ଥା କରାଯାଉଛି। କାର୍ଯ୍ୟ ପୂର୍ବରୁ କେନ୍ଦ୍ର ସରକାର ଅନୁଦାନର ନିଷ୍ପତ୍ତି ନେବେ। କେତେ ଅନୁଦାନ ଦିଆଯିବ, ତା’ର ନିଷ୍ପତ୍ତି ଏକତରଫା ଭାବେ କେନ୍ଦ୍ର ସରକାର ନେବେ।

ମନରେଗା ଗ୍ରାମ ସଭାଗୁଡ଼ିକୁ ସଶକ୍ତ କରି ଆସୁଛି। ହେଲେ ନୂଆ ବିଲରେ ଗ୍ରାମ ସଭାକୁ ଦୁର୍ବଳ କରାଯିବାର ବ୍ୟବସ୍ଥା ରହିଛି। ନିଯୁକ୍ତିର ଅଧିକାରକୁ ଏହା ଦୁର୍ବଳ କରିବ। ଏପରି ବିଲ ସମ୍ବିଧାନ ବିରୋଧୀ। ଅଧିକାଂଶ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ରର ଭାଗକୁ ୬୦%କୁ ହ୍ରାସ କରାଯାଛି।

ଏହାର ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ। ଏବେ ରାଜ୍ୟଗୁଡ଼ିକ କେନ୍ଦ୍ରର ଜିଏସଟି ଭାଗକୁ ଅପେକ୍ଷା କରିଥିବା ବେଳେ ଏପରି ପଦକ୍ଷେପ ସେମାନଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିବ ବୋଲି ପ୍ରିୟଙ୍କା କହିଛନ୍ତି। ସେ ଆହୁରି କହିଛନ୍ତି ଯେ “ମହାତ୍ମା ଗାନ୍ଧି ମୋ ପରିବାରର ନୁହନ୍ତି। କିନ୍ତୁ ସେ ମୋ ପରିବାର ସଦସ୍ୟ ଭଳି ଓ ପୂରା ଦେଶ ତାଙ୍କୁ ନେଇ ସମାନ ଭାବନା ରଖିଛି।”

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବ୍ୟତୀତ ପ୍ରାୟ ସବୁ ବିରୋଧୀ ଦଳର ସଦସ୍ୟ ନୂଆ ବିଲରେ ଥିବା ପ୍ରାବଧାନକୁ ବିରୋଧ କରିଛନ୍ତି। ବିଶେଷ କରି କେନ୍ଦ୍ରର ଅନୁଦାନକୁ ହ୍ରାସ ହେବା ବ୍ୟବସ୍ଥାକୁ ସେମାନେ ନାପସନ୍ଦ କରିଛନ୍ତି।

କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଏହାକୁ ବିରୋଧ କରିଛନ୍ତି। ମହାତ୍ମା ଗାନ୍ଧିଙ୍କ ନାଁକୁ ହଟାଇବା ଅନୈତିକ ବୋଲି ସେ ମତ ରଖିଛନ୍ତି। 

MGNREGA MGNREGA Wage