Advertisment

ୱାୟନାଡରୁ ମଇଦାନକୁ ଓହ୍ଲାଇ ପାରନ୍ତି ପ୍ରିୟଙ୍କା, ରାହୁଲ ଦେଲେ ଏପରି ଇସାରା

ରାହୁଲ ୱାୟନାଡ ଆସନରୁ ଇସ୍ତଫା ଦେବା ପରେ ପ୍ରିୟଙ୍କା ଗାନ୍ଧି ଏହି ସିଟ୍‌ରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

author-image
Niharika Rout
Rahul & Priyanka Gandhi

Rahul & Priyanka Gandhi

ଖୁବ୍‌ ଶୀଘ୍ର ରାଜନୀତିରେ ଏଣ୍ଟ୍ରି କରି ପାରନ୍ତି ଗାନ୍ଧି ପରିବାରର ଆଉ ଜଣେ ସଦସ୍ୟ। ଭାଇ ରାହୁଲ ଗାନ୍ଧିଙ୍କ ପରେ ପ୍ରିୟଙ୍କା ଗାନ୍ଧି ବି ଆକ୍ଟିଭ ପଲଟିକ୍ସରେ ସାମିଲ ହୋଇ ପାରନ୍ତି । ନିର୍ବାଚନରେ ନ ହେଲେ ବି ଉପ ନିର୍ବାଚନରେ ସେ ମଇଦାନକୁ ଓହ୍ଲାଇ ପାରନ୍ତି। ରାହୁଲ ୱାୟନାଡ ଆସନରୁ ଇସ୍ତଫା ଦେବା ପରେ ପ୍ରିୟଙ୍କା ଗାନ୍ଧି ଏହି ସିଟ୍‌ରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Advertisment

୨୦୨୪ରେ ରାହୁଲ ଗାନ୍ଧି ୱାୟନାଡ ସମେତ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ସେ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ ରାହୁଲ ରାଏବରେଲୀରୁ ପ୍ରତିନିଧିତ୍ୱ କରିବାକୁ ସ୍ଥିର କରିଥିବା ବେଳେ ୱାୟନାଡ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। କାରଣ  ଅଧିକାଂଶ କଂଗ୍ରେସ ହେଭିୱେଟ ନେତା ରାଏବରେଲୀ ଆସନ ରଖିବାକୁ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି। ତେଣୁ ଏଠାରେ ଉପନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଚଳିତ ଥର ଉଭୟ ରାଏବରେଲୀ ଓ ୱାୟନାଡରୁ ବିଜୟୀ ହେବା ପରେ ରାହୁଲ ଗାନ୍ଧି ଉଭୟ କ୍ଷେତ୍ରର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ ସାରିଛନ୍ତି। ତେବେ ରାହୁଲଙ୍କ ଇସ୍ତଫା ପରେ ଗାନ୍ଧି ପରିବାରର କେହି ସଦସ୍ୟ ସେମାନଙ୍କ ପ୍ରତିନିଧିତ୍ୱ କରୁ ବୋଲି ସେମାନେ ଦାବି ଜଣାଇଛନ୍ତି। ତେବେ ଯାହା ବି ନିଷ୍ପତ୍ତି ନିଆଯିବ ଉଭୟ ରାଏବରେଲୀ ଓ ୱାୟନାଡବାସୀ ଏଥିରେ ଖୁସି ହେବେ ବୋଲି ରାହୁଲ କହିଛନ୍ତି।

Advertisment

ଲୋକଙ୍କ ମତକୁ ସମ୍ମାନ ଜଣାଇ ରାହୁଲ ଗାନ୍ଧି କହିଛନ୍ତି, ଏଠାରୁ ଏପରି ପ୍ରାର୍ଥୀ ଦିଆଯିବ ଯେ ଲୋକଙ୍କ ମନ ଖୁସି ହୋଇଯିବ । ଏଥିସହ ଗଣମାଧ୍ୟମ ସହ ଆଲୋଚନା ବେଳେ ପ୍ରିୟଙ୍କା ୱାୟନାଡ ଆସନରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ଥିବା ଜଣାଇଛନ୍ତି।

ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତି ବେଶିରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍‌ ମଧ୍ୟ ହରାଇବାର ଆଶଙ୍କା ରହିଛି। ଏଥିସହ ଇସ୍ତଫା ଦେବାର ୬ ମାସ ମଧ୍ୟରେ ଉକ୍ତ ଆସନରେ ଉପନିର୍ବାଚନ ହେବ ।

Congress Rahul Gandhi Priyanka Gandhi Vadra