Advertisment

ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ୧୩ରେ ନିର୍ବାଚନ

ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା  ଉପସ୍ଥିତ ଥିଲେ।

ଅଦ୍ୟତନ ହୋଇଛି
priyanka-gandhi-nomination

priyanka-gandhi-nomination

Advertisment

ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା ।

Advertisment

ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା  ଉପସ୍ଥିତ ଥିଲେ। ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ।

ଆଜି ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସମେତ ଦଳର ବହୁ ଆଗ ଧାଡ଼ିର ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପରେ ପ୍ରିୟଙ୍କା ଓ ରାହୁଲ ଆଜି କଲ୍ଲେପଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡ ନିକଟରୁ ଏକ ରୋଡ ଶୋ’ କରିବେ ବୋଲି ଜଣାଯାଇଛି।

Advertisment

ୱାୟନାଡ ଉପନିର୍ବାଚନ ନିମନ୍ତେ ଆସନ୍ତା ମାସ ୧୩ ତାରିଖରେ ମତଦାନ ହେବ । ଏହାପରେ ଆସନ୍ତା ୨୩ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ପ୍ରିୟଙ୍କା ଗାନ୍ଧି ଭଦ୍ରା ଜିତିଲେ ସେ ପ୍ରଥମ ଥର ପାଇୱ ସଂସଦକୁ ଯିବେ। ଫଳରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ୩ ସଦସ୍ୟ ସୋନିଆ ଓ ତାଙ୍କ ପୁଅଝିଅଙ୍କୁ ଏକ ସଙ୍ଗେ ସଂସଦରେ ଦେଖିବାକୁ ମିଳିବ ।

ପ୍ରିୟଙ୍କା ପ୍ରଥମ ଥର ରାଜନୀତି ମଇଦାନକୁ ଓହ୍ଲାଉଥିବା ବେଳେ ତାଙ୍କ ନିକଟରେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲା। କିନ୍ତୁ ପତ୍ନୀଙ୍କ ଏହି ନୂଆ କାମ ପାଇଁ ରବର୍ଟ ଭଦ୍ରା ସୋଶାଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଯାତ୍ରା ପାଇଁ ଶୁଭକାମନା ତୁମକୁ ସମର୍ଥନ କରିବାକୁ ମୁଁ ସବୁବେଳେ ତୁମ ସହ ରହିଛି। ଭଗବାନ ତୁମକୁ ସହାୟ ହୁଅନ୍ତୁ। ଦେଶବାସୀ ସଂସଦରେ ତୁମ ଆଗମନ ପାଇଁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ରୋବର୍ଟ ଭଦ୍ରା। 

୨୦୧୯ରେ ରାହୁଲ ଗାନ୍ଧି ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ।

ସେ ଦୁଇଟି ଆସନରୁ ବିଜୟ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବା ଅପରିହାର୍ଯ୍ୟ ରହିଥିଲା। ତେଣୁ ସେ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏଠାରେ ଉପ ଉପ ନିର୍ବାଚନ ହେବାକୁ ଯାଉଛି।

ପ୍ରିୟଙ୍କା ୱାୟନାଡରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କା ଦେବାକୁ ବିଜେପି ନାଭ୍ୟା ହରିଦାସଙ୍କୁ ମଇଦାନକୁ ଓହ୍ଲାଇଛି।  ଟିକେଟ ଦେଇଛି। ନାଭ୍ୟାଙ୍କୁ ପ୍ରାର୍ଥୀ କରି ଦଳ ୱାୟନାଡରେ ବିଜୟୀ ହେବାକୁ ଆଶା ରଖିଛି। 

Congress Priyanka Gandhi Vadra Wayanad Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe