Advertisment

‘ମୋ’ ମା’ ଦେଶ ପାଇଁ ନିଜ ମଙ୍ଗଳସୂତ୍ରର ବଳିଦାନ ଦେଇଛନ୍ତି’

ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ବିତି ସାରିଥିବା ବେଳେ କଂଗ୍ରେସ ୫୫ ବର୍ଷ କ୍ଷମତାରେ ରହିଛି। ଉକ୍ତ ସମୟରେ କ’ଣ କଂଗ୍ରେସ କାହାର ମଙ୍ଗଳସୂତ୍ର ବା ସୁନା ଛଡ଼ାଇ ଦେଇଛି।

Priyanka Gandhi & PM Modi

Priyanka Gandhi & PM Modi

Advertisment

‘ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ବିତି ସାରିଥିବା ବେଳେ କଂଗ୍ରେସ ୫୫ ବର୍ଷ କ୍ଷମତାରେ ରହିଛି। ଉକ୍ତ ସମୟରେ କ’ଣ କଂଗ୍ରେସ କାହାର ମଙ୍ଗଳସୂତ୍ର ବା ସୁନା ଛଡ଼ାଇ ଦେଇଛି। ମାତ୍ର ଦେଶରେ ଯେବେ ଯୁଦ୍ଧ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜ ସୁନା ଦେଇ ଦେଇଥିଲେ। କେବେ ସେତିକି ନୁହେଁ ମୋ’ ମା’ ସୋନିଆ ଗାନ୍ଧି ଦେଶ ପାଇଁ ନିଜ ମଙ୍ଗଳସୂତ୍ରର ବଳିଦାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝିଥିଲେ ଏପରି କହି ନ ଥାନ୍ତେ। ’

Advertisment

କଂଗ୍ରେସ ମହିଳାମାନଙ୍କ ଠାରୁ ସେମାନଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ଭାଷଣ ଦେଇଥିବା ବେଳେ ଏହାକୁ କାଉଣ୍ଟର ଆଟାକ୍‌ କରିଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। କର୍ଣ୍ଣାଟକାର ବାଙ୍ଗାଲୁରୁରେ ଏକ ରାଲିକୁ ସମ୍ବୋଧନ କରି ପ୍ରିୟଙ୍କା କହିଛନ୍ତି, ଦେଶର ସବୁଠୁ ବଡ଼ ନେତା ନିଜ ନୈତିକତା ଭୁଲି ଯାଇଛନ୍ତି, ଲୋକଙ୍କ ସମ୍ମୁଖରେ କେବଳ ନାଟକ କରୁଛନ୍ତି।

ଏବେକାର ସରକାର ବିରୋଧୀଙ୍କ ସ୍ୱରକୁ ଚପାଇବା ସହ ବ୍ୟାଙ୍କ ଖାତା ସିଜ୍‌ କରିବାକୁ ପଛାଉ ନାହିଁ। ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ଭର୍ତ୍ତି କରି ରଖିଛନ୍ତି। ଆପଣ ‘ସୁପରମ୍ୟାନ’ ନୁହନ୍ତି ‘ମେହଙ୍ଗାଇମ୍ୟାନ’ । ବିଗତ ୧୦ ବର୍ଷ ଭିତରେ କେବଳ ସବୁ ଜିନିଷକୁ ମହଙ୍ଗା କରିବା ବ୍ୟତୀତ ଆଉ କିଛି କରି ନାହାନ୍ତି।

Advertisment

ପ୍ରିୟଙ୍କା କହିଛନ୍ତି, ମୋଦି ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝି ପାରିଥିଲେ ଏପରି ଭାଷଣ ଦେଇ ନ ଥାନ୍ତେ। ନୋଟବନ୍ଦୀ ସମୟରେ ସ୍ଥିତି ଏପରି ହେଲା ଯେ ମହିଳାଙ୍କ ସଞ୍ଚିତ ଅର୍ଥ ସରିଗଲା। ଚାଷୀ ଆନ୍ଦୋଳନ ବେଳେ ୬ଶହ ଚାଷୀ ଆଖି ବୁଜିଲେ। ମୋଦି କେବେ ସେମାନଙ୍କ ବିଧବା ପତ୍ନୀଙ୍କ ମଙ୍ଗଳସୂତ୍ର କଥା ଭାବି ପାରିଲେ କି ? ମଣିପୁରରେ ମହିଳାଙ୍କୁ ରାସ୍ତାରେ ନଗ୍ନ କରି ଚଲାଗଲା। ମୋଦି ସେମାନଙ୍କ ମଙ୍ଗଳସୂତ୍ର କଥା ଚିନ୍ତା କଲେକି? ଆଜି ଭୋଟ ପାଇବା ପାଇଁ ମୋଦି ଏପରି କଥା କହି ମହିଳାଙ୍କୁ ଭୟଭୀତ କରୁଛନ୍ତି।

ପୂର୍ବ ପ୍ରଧାନମନ୍ତ୍ରୀମାନେ ଦେଶ ପାଇଁ ସମର୍ପଣ ଭାବନା ସହ କାମ କରିଥିଲେ। କିନ୍ତୁ ମୋଦିଙ୍କୁ ଆଜି କେହି ବି ବିରୋଧ କରିବାକୁ ସାହସ କରି ପାରୁ ନାହାନ୍ତି। ତାଙ୍କ ବିରୋଧରେ କେହି ସ୍ୱର ଉଠାଇ ପାରିବେ ନାହିଁ। କାରଣ ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ସେ ସମସ୍ତ ସରକାରୀ କଳକୁ ଲଗାଇ ଦେଉଛନ୍ତି।

ପ୍ରିୟଙ୍କା କହିଛନ୍ତି, ଯେଉଁ କମ୍ପାନୀ ଉପରେ ରେଡ କରାଗଲା ସେମାନେ ବିଜେପିକୁ ଚାନ୍ଦା ଦେଲେ। ଫଳରେ ଉକ୍ତ କମ୍ପାନୀ ବିରୋଧରେ ମାମଲାକୁ ବନ୍ଦ କରି ଦିଆଗଲା। ତେଣୁ ନୋଟବନ୍ଦୀ ଦ୍ୱାରା କଳା ଟଙ୍କାକୁ ଧଳା କରାଯାଇ ବିଜେପି ଖାତାକୁ ଉଠାଗଲା। ଯେଉଁ କମ୍ପାନୀମାନେ ଶହେ କୋଟି ରୋଜଗାର କରିବାକୁ ଅସମର୍ଥ ଥିଲେ ସେମାନେ ବିଜେପିକୁ ହଜାରେ କୋଟି ଦାନ କରୁଛନ୍ତି। ବିପକ୍ଷଙ୍କୁ ଭ୍ରଷ୍ଟାଚାରୀ କହୁଥିବା ବିଜେପି ନିଜେ କ’ଣ ତାହା ଦେଶବାସୀ ଜାଣି ସାରିଲେଣି।

ସମ୍ବିଧାନ ବଦଳାଇ ମୋଦି ଆମମାନଙ୍କ ଅଧିକାରକୁ କମାଇବାକୁ ଚାହୁଁଛନ୍ତି। ଲୋକତନ୍ତ୍ରକୁ ଶକ୍ତିହୀନ କରିବାକୁ ଚେଷ୍ଟା କରାଯାଉଛି। ବିଜେପି ନେତା କେବେହେଲେ ଶିକ୍ଷା, ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧାକୁ କିପରି ଉନ୍ନତ କରାଯିବ ତାହା ଉପରେ ଆଲୋଚନା କରୁ ନାହାନ୍ତି। ସେମାନେ କେବଳ ହିଂସା ସୃଷ୍ଟିକାରୀ ଭାଷଣ ଦେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମହାସଚିବ

ରାଜସ୍ଥାନର ଟଙ୍କରେ ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମୋଦି କହିଥିଲେ, କଂଗ୍ରେସ ମହିଳାମାନଙ୍କ ଠାରୁ ସେମାନଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ । ମୋଦିଙ୍କ ଏହି ଭାଷଣକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ମୋଦି କିନ୍ତୁ ନିଜ ଭାଷଣରେ କାଏମ ରହିବା ସହ ସେ ଦେଶ ସାମ୍ନାରେ ସତ୍ୟକୁ ଉପସ୍ଥାପନ କରିଥିବା କହିଛନ୍ତି।

Bjp Congress PM Modi Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe