Advertisment

ଓ୍ୱାୟନାଡ଼ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧି ଆଗୁଆ

ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଏହି ଆସନରୁ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Priyanka Gandhi

Priyanka Gandhi

କାହାର ହେବ କେରଳର ଓ୍ୱାୟନାଡ଼। ପୁଣି କଂଗ୍ରେସ ହାତକୁ ଯିବ ନା ବିଜେପି ମାରିବ ବାଜି। କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ଆସୁଛି। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ନିର୍ବାଚନ ମୈଦାନରେ ଡେବ୍ୟୁ କରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ୨୦ ହଜାର ଭୋଟ୍‌ରେ ଆଗୁଆ ଥିବା ସୂଚନା ମିଳିଛି।

Advertisment

ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଛି। ଏଠାରୁ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ଟିକେଟରେ ନିର୍ବାଚନ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅନ୍ୟପକ୍ଷରେ ବିଜେପି ତରଫରୁ ଯୁବ ନେତା ନବ୍ୟା ହରିଦାସଙ୍କୁ ଏଠାରୁ ନିର୍ବାଚନ ଲଢ଼ିଛନ୍ତି। ଏହା ବ୍ୟତୀତ ଲେଷ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF)ର ସତ୍ୟନ ମୋକେରୀ ମଧ୍ୟ ମୈଦାନରେ ଅଛନ୍ତି। ତେବେ ଏସମସ୍ତଙ୍କୁ ପଛରେ ପକାଇ ଭୋଟ୍‌ ଗଣନାର ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧି ଆଗୁଆ ଅଛନ୍ତି। କଂଗ୍ରେସ ଦାବି କରିଛି ଯେ ପ୍ରିୟଙ୍କା ବିପୁଳ ଭୋଟ୍‌ରେ ଜିତି ଇତିହାସ ସୃଷ୍ଟି କରିବେ।

Advertisment
Kerala Priyanka Gandhi Vadra Wayanad By Election Result