Advertisment

ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି

ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।

Priyanka Gandhi

Priyanka Gandhi

Advertisment

ଶପଥ ନେଲେ ପ୍ରିୟଙ୍କା ଗାନ୍ଧି ଭଡ୍ରା। କେରଳର ୱାୟନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।

Advertisment

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ହାତରେ ସମ୍ବିଧାନର ଏକ କପି ଧରି ସେ ଶପଥ ପାଠ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ସଂସଦରେ ବସିଥିବା ସାଂସଦଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଲୋୟର ହାଉସର ଗ୍ୟାଲେରୀରେ ତାଙ୍କ ସ୍ୱାମୀ ରବର୍ଟ ଭଡ୍ରା ଏବଂ ତାଙ୍କ ପିଲାମାନେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି। ମଲୟାଲି ଉତ୍ସବରେ ସ୍ୱତନ୍ତ୍ର ରୂପେ ଗୋଲ୍ଡେନ୍‌ ବର୍ଡର ଥିବା ଧଳା ରଙ୍ଗର କାସାଭୁ ଶାଢ଼ୀ ପିନ୍ଧାଯାଏ। ପ୍ରିୟଙ୍କା ଶପଥ ଗ୍ରହଣ ବେଳେ ଶାଢ଼ୀ ପିନ୍ଧି ୱାୟନାଡରେ ସେ ସକ୍ରିୟ ଭାବରେ କାମ କରିବାକୁ ନେଇ ଇସାରା ଦେଇଛନ୍ତି।

Advertisment

୫୨ ବର୍ଷୀୟା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ। ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା' ସୋନିଆ ଗାନ୍ଧି ରାଜ୍ୟସଭାରେ ନଜର ଆସିବେ।

ସାଂସଦ ଭାବେ ଶପଥ ଗ୍ରହଣ କରିବାରେ ସୋନିଆ ଗାନ୍ଧି ଏବଂ ତାଙ୍କ ଜେଜେମା ତଥା ପୂର୍ବତନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପରେ ପ୍ରିୟଙ୍କା ଗାନ୍ଧି ପରିବାରର ତୃତୀୟ ମହିଳା ଅଟନ୍ତି। ସେପଟେ ପ୍ରିୟଙ୍କା ଗାନ୍ଧି ସାଂସଦ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।

ଉଭୟ ୱାୟନାଡ ଏବଂ ରାବେରେଲିରୁ ଜିତିବା ପରେ ରାହୁଲ ଗାନ୍ଧି ଓ୍ୱାୟନାଡ ଆସନ ଛାଢ଼ିଥିଲେ। ପରିବାରର ଭିତ୍ତିଭୂମି ବଜାୟ ରଖିବାକୁ ନିଷ୍ପତ୍ତି ନେଇ ୱାୟାନାଡରୁ ଭଉଣୀ ପ୍ରିୟଙ୍କାଙ୍କୁ ଉପ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରିୟଙ୍କା ନିର୍ବାଚନ ଲଢ଼ି ରାହୁଲଙ୍କଠାରୁ ବି ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

Parliament Session Priyanka Gandhi Vadra Take Oath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe