Advertisment

କର୍ମୀଙ୍କୁ କହିଲେ ପ୍ରିୟଙ୍କା - ଆପଣଙ୍କୁ ଗାଳି ଦେବି, ପାଟି କରିବି, କିନ୍ତୁ...

ରାଏବରେଲିରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଛିଡ଼ା ହୋଇଥିବା ବେଳେ ଆମେଠିରେ ଦଳ କିଶୋରୀ ଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି। ଉଭୟଙ୍କ ପ୍ରଚାର ନିମନ୍ତେ ପ୍ରିୟଙ୍କା ଏବେ ରାଏବରେଲିରେ ଡେରା ପକାଇ ରହିଛି।

ଅଦ୍ୟତନ ହୋଇଛି
Priyanka Gandhi Bhadra

Priyanka Gandhi Bhadra

Advertisment

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଉତ୍ତରପ୍ରଦେଶର ଦୁଇ ହାଇ ପ୍ରୋଫାଇଲ ସିଟ୍‌ ଆମେଠି ଓ ରାଏବରେଲିରେ ହେବ ନିର୍ବାଚନ । ଆସନ୍ତା ୨୦ ତାରିଖରେ ଉଭୟ ଆସନ ପାଇଁ ଭୋଟ ହେବ। ଏହି ଦୁଇ ସିଟ୍‌ ଉପରେ ସମସ୍ତଙ୍କ ନଜର ଥିବା ବେଳେ ସେଠାରେ ମାରାଥନ ପ୍ରଚାର ଚଳାଇଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା।

Advertisment

ରାଏବରେଲିରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଛିଡ଼ା ହୋଇଥିବା ବେଳେ ଆମେଠିରେ ଦଳ କିଶୋରୀ ଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି। ଉଭୟଙ୍କ ପ୍ରଚାର ନିମନ୍ତେ ପ୍ରିୟଙ୍କା ଏବେ ରାଏବରେଲିରେ ଡେରା ପକାଇ ରହିଛି।

ସେଠାରେ ସେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆୟୋଜିତ ବୈଠକରେ ଯୋଗ ଦେଇ କହିଛନ୍ତି, ଆସନ୍ତା ୧୮ ତାରିଖ ଯାଏ ମୁଁ ଏଠାରୁ ହଟିବି ନାହିଁ। ଆମେ ଏଠାରେ ସଶକ୍ତ ଭାବେ ଲଢ଼ିବା। ତେଣୁ ଏଥିନିମନ୍ତେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏବେଠୁ ଆପଣଙ୍କ ୨୪ ଘଣ୍ଟା ମୋର ବୋଲି କହି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ପ୍ରିୟଙ୍କା।

Advertisment

ଏଥିସହ ସେ କହିଛନ୍ତି, ଏହି ସମୟରେ ମୁଁ ଆପଣମାନଙ୍କୁ ଗାଳି ଦେବି, ପାଟି କରିବା, ଦୌଡ଼ାଇବି । କିନ୍ତୁ ଆପଣଙ୍କ ସହ ମଜବୁତ ହୋଇ ଛିଡ଼ା ହୋଇ ରହିବି। ଆପଣମାନଙ୍କ ପାଇଁ ମୁଁ ୨୪ ଘଣ୍ଟା ଜାଗ୍ରତ ପ୍ରହରୀ ଭାବେ କାମ କରିବି। ସମ୍ବିଧାନକୁ ରକ୍ଷା କରିବା ନିମନ୍ତେ ଏହି ଲଢ଼େଇ। କାରଣ ବିଜେପି ସଂରକ୍ଷଣର ଫାଇଦାକୁ ଛଡ଼ାଇ ନେବାକୁ ଅପଚେଷ୍ଟା ଚଳାଇଛି।

ରାଏବରେଲୀ କଂଗ୍ରେସର ଗଡ଼ ହୋଇଥିବା ବେଳେ ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୪ରୁ ଏଠାରେ ମା’ ସୋନିଆ ଗାନ୍ଧି ଜିତି ଆସୁଥିଲେ। ରାହୁଲ ନିୟମିତ ଭାବେ ଆମେଠିରୁ ପ୍ରାର୍ଥୀ ହେଉଥିଲେ। କିନ୍ତୁ ୨୦୧୯ରେ ସେ ଆମେଠିରୁ ହାରି ଯାଇଥିଲେ।

ସେହିପରି ୨୫ ବର୍ଷ ପରେ ପ୍ରଥମ ଥର ଆମେଠି ଆସନରୁ ଗାନ୍ଧି ପରିବାର ନିର୍ବାଚନ ଲଢୁନାହାନ୍ତି। ୧୯୯୯ରେ ସୋନିଆ ଗାନ୍ଧି କଂଗ୍ରେସରୁ ଆମେଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାପରେ ପୁଅକୁ ଛାଡିଥିଲେ ମୈଦାନ।

୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ୩ ଥର ରାହୁଲ ଗାନ୍ଧି ଏହି ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୯ରେ କଂଗ୍ରେସର ଏହି ଗଡ଼ରୁ ରାହୁଲ ଗାନ୍ଧିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ। ଆଉ ଏବେ ଅର୍ଥାକ୍ ୨୦୨୪ରେ ନିଜର ସମୀକରଣ ବଦଳାଇ ଦେଇଛି କଂଗ୍ରେସ। ପ୍ରଥମ କରି ୨୫ ବର୍ଷ ମଧ୍ୟରେ ଦଳ ଗାନ୍ଧି ପରିବାରର କୌଣସି ଚେହେରାଙ୍କୁ ଆମେଠି ଆସନରୁ ପ୍ରାର୍ଥୀ କରିନାହିଁ।

ଏଥର କେଏଲ ବା କିଶୋର ଲାଲ ଶର୍ମାଙ୍କୁ କଂଗ୍ରେସ ଆମେଠି ପାଇଁ ବାଛିଛି। କିଶୋର ଲାଲ ଗାନ୍ଧି ପରିବାରର ଖୁବ୍ ଘନିଷ୍ଠ ବୋଲି କୁହାଯାଉଛି। ସେ ରାଜୀବ ଗାନ୍ଧିଙ୍କ ଖୁବ୍ ନିକଟତର ଥିଲେ। ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ଓ ଗାନ୍ଧି ପରିବାର ସହ ଜଡ଼ିତ ଅଛନ୍ତି କିଶୋର ଲାଲ।

Congress Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe