Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିହାର ଦେଇ ଉତ୍ତର ପ୍ରଦେଶରେ ଚାନ୍ଦୌଲିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାହୁଲଙ୍କ ସାଥ ପ୍ରିୟଙ୍କା ଦେବାର ଥିଲା।

Priyanka

Priyanka

Advertisment

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ସେ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିଜେ ଏକ୍ସ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଏଥିସହ ଉତ୍ତର ପ୍ରଦେଶର ଚାନ୍ଦୌଲିରେ ହେବାକୁ ଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ମଧ୍ୟ ସେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି।

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିହାର ଦେଇ ଉତ୍ତର ପ୍ରଦେଶରେ ଚାନ୍ଦୌଲିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାହୁଲଙ୍କ ସାଥ ପ୍ରିୟଙ୍କା ଦେବାର ଥିଲା।

କିନ୍ତୁ ଅସୁସ୍ଥତା କାରଣରୁ ସେ ଭାଇ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ। ସୁସ୍ଥ ହେବା ମାତ୍ରେ ସେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେବ ବୋଲି କହିଛନ୍ତି।

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗୋଟିଏ ପୋଷ୍ଟ କରି ପ୍ରିୟଙ୍କା କହିଛନ୍ତି, “ମୁଁ ବେଶ ଉତ୍ସାହର ଉତ୍ତର ପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ପହଞ୍ଚିବାକୁ ଅପେକ୍ଷା କରିଥିଲି।

ହେଲେ ଅସୁସ୍ଥତା କାରଣରୁ ମୋତେ ଆଜି ହିଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ମୁଁ ଟିକିଏ ସୁସ୍ଥ ହେବା ମାତ୍ରେ ଯାତ୍ରାରେ ସାମିଲ ହେବି। ସେ ଯାଏ ଚାନ୍ଦୌଲି-ବାରାଣସୀ ପହଞ୍ଚିବାକୁ ଥିବା ସବୁ ଯାତ୍ରୀ, ପୂରା ଦମରେ ଯାତ୍ରା ପାଇଁ ପ୍ରସ୍ତୁତି କରୁଥିବା ଉତ୍ତର ପ୍ରଦେଶରେ ଥିବା ମୋର ସମସ୍ତ ସହଯୋଗୀ ଓ ପ୍ରିୟର ଭାଇଙ୍କୁ ଶୁଭକାମନା ଜଣାଉଛି।”

Congress Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe