Advertisment

ପାଟି ଖୋଲିଲେ ପ୍ରିୟଙ୍କା; କହିଲେ, କାହିଁକି ମଇଦାନକୁ ଓହ୍ଲାଇଲେନି

ଏହି ଦୁଇ ଆସନ ମଧ୍ୟରୁ ଗୋଟିଏରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ଏଥିର ବି ନିର୍ବାଚନ ମଇଦାନକୁ ଓହ୍ଲାଉ ନାହାନ୍ତି ପ୍ରିୟଙ୍କା।

author-image
Niharika Rout
ଅଦ୍ୟତନ ହୋଇଛି
PRIYANKA GANDHI

PRIYANKA GANDHI

ଶେଷରେ ସସ୍‌ପେନ୍ସ ଉପରୁ ପରଦା ହଟାଇ କଂଗ୍ରେସ ଆମେଠି ଓ ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାଏବରେଲୀରୁ ରାହୁଲ ଗାନ୍ଧିଙ୍କୁ ଓ ଆମେଠି ପାଇଁ କେଏଲ ଶର୍ମାଙ୍କୁ ଟିକେଟ ଦେଇଛି ଦଳ। ତେବେ ଏହି ଦୁଇ ଆସନ ମଧ୍ୟରୁ ଗୋଟିଏରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ଏଥିର ବି ନିର୍ବାଚନ ମଇଦାନକୁ ଓହ୍ଲାଉ ନାହାନ୍ତି ପ୍ରିୟଙ୍କା। ମାତ୍ର ସେ ନିଜ ଭାଇ ତଥା କଂଗ୍ରେସ ପାର୍ଟି ପାଇଁ ପାଲଟିଛନ୍ତି ସପୋର୍ଟ ସିଷ୍ଟମ ଓ ପ୍ରଚାର ମଙ୍ଗ ଧରିଛନ୍ତି।

Advertisment

ଆଜି ଭାଇଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଥିପାଇଁ ସେ ମା’ ସୋନିଆ ଗାନ୍ଧି ଓ ଭାଇଙ୍କ ସହ ଆମେଠିରେ ପହଞ୍ଚିଛନ୍ତି। ଏହି ସମୟରେ ନିର୍ବାଚନ ନ ଲଢ଼ିବା ପଛର କାରଣ ନେଇ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ନିଜ ଉତ୍ତରରେ ସେ କହିଥିଲେ, ସମସ୍ତେ ନିର୍ବାଚନ ଲଢ଼ିଲେ ହେବ ନାହିଁ, କାହାକୁ ନା କାହାକୁ ତ ସବୁ କିଛି ପରିଚାଳନା କରିବାକୁ ପଡ଼ିବ ।

ପ୍ରଥମେ ଆମେଠିରେ ପହଞ୍ଚିଥିବା ପ୍ରିୟଙ୍କା କେ.ଏଲ ଶର୍ମାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ଆମେଠି ପାଇଁ କେ. ଏଲ ଶର୍ମା ସଠିକ୍‌ ଚଏସ୍‌ ବୋଲି କହିଛନ୍ତି ପ୍ରିୟଙ୍କା। ସେ ଦୀର୍ଘ ଦିନ ହେଲା ଏଠାକାର ଲୋକଙ୍କ ସହ ଜଡ଼ିତ। ଆମେଠିର ଗଳିକନ୍ଦି ସମ୍ପର୍କରେ ତାଙ୍କୁ ଜଣାଶୁଣା। ତେଣୁ ତାଙ୍କୁ ଜିତାଇବା ନିମନ୍ତେ ସେ ଲୋକଙ୍କୁ ଅପିଲ୍‌ କରିଛନ୍ତି ।

Advertisment

ଦୀର୍ଘ ୨୫ ବର୍ଷ ପରେ ଆମେଠି ଆସନରୁ ଗାନ୍ଧି ପରିବାରର କେହି ନିର୍ବାଚନ ଲଢୁନାହାନ୍ତି। କାରଣ ଦଳ ଏଥର ସୋନିଆ ଗାନ୍ଧିଙ୍କ ଖାସ୍‌ ଅନୁଗତ କେ.ଏଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କା କହିଛନ୍ତି, ଆମ ପରିବାର ସହ କେ. ଏଲ ଶର୍ମାଙ୍କର ବହୁ ବର୍ଷର ଘନିଷ୍ଠ ସମ୍ପର୍କ। ଆମେଠି- ରାଏବରେଲୀ ଲୋକଙ୍କ ସେବା ନିମନ୍ତେ ସେ ନିଜକୁ ନିୟୋଜିତ କରିଛନ୍ତି। ସେ ମନପ୍ରାଣ ଦେଇ ଲୋକଙ୍କ ସେବା କରୁଥିବା ବେଳେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ। ତାଙ୍କର ଏହି ସମର୍ପଣ ଭାବନା ହିଁ ତାଙ୍କୁ ସଫଳତା ଆଣିଦେବ ବୋଲି କହିଛନ୍ତି ପ୍ରିୟଙ୍କା।

ଏହା ପୂର୍ବରୁ ପ୍ରିୟଙ୍କା ହିଁ ଆମେଠି ଆସନରେ ଏଥର ଛିଡ଼ା ହୋଇ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆମେଠି ସିଟ୍‌ରେ ରାହୁଲ ଗାନ୍ଧି ୨୦୦୪ ମସିହାରେ ନିର୍ବାଚନ ଜିତିଥିଲେ। ଏହାପରେ ଲଗାତର ୨୦୧୯ ମସିହା ପର୍ଯ୍ୟନ୍ତ ସେ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେପିର ସ୍ମୃତି ଇରାନୀ କିନ୍ତୁ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିଲେ। ଏହାପରେ ଉକ୍ତ ବର୍ଷ ସେ ୱାୟନାଡରୁ ଜିତି ଲୋକସଭାକୁ ଯାଇଥିଲେ।

ରାହୁଲ ବର୍ତ୍ତମାନ କେରଳର ୱାୟନାଡରୁ ସାଂସଦ ଥିବା ବେଳେ ଚଳିତ ନିର୍ବାଚନ ନିମନ୍ତେ ମଧ୍ୟ ସେ ଉକ୍ତ ଆସନରୁ ଛିଡ଼ା ହୋଇଛନ୍ତି। ଏଥିସହ ଆଜି ସେ ରାଏବରେଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ଆମେଠି ଓ ରାଏବରେଲୀରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ। ଦେଶର ୫ମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଏଠାରେ ମତାଧିକାର ସାବ୍ୟସ୍ତ କରିବେ।

Congress Rahul Gandhi Priyanka Gandhi Vadra