Threaten to disrupt Ind vs Aus match
ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଥିବା ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧରିଛି ପୁଲିସ। ଗିରଫ ଦୁଇ ଜଣ ବ୍ୟକ୍ତି ଖଲିସ୍ତାନୀ ସଙ୍ଗଠନର ସମର୍ଥିତ ସଦସ୍ୟ ବୋଲି ଜଣାପଡିଛି।
ମ୍ୟାଚ୍ ସମୟରେ ‘ସିମ୍ ବକ୍ସ୍ ଟେକ୍ନୋଲୋଜି’ ବ୍ୟବହାର କରି ଧମକ ଦେଇଥିବା ଦୁଇ ଅଭିଯୁକ୍ତଙ୍କୁ ସାତ୍ନା ଓ ରେୱା ଜିଲ୍ଲାରୁ ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ୍ ସେଲ୍ ଗିରଫ କରିଛି।
ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ୍କୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବେନିଜ୍ ଅହମ୍ମଦାବାଦରେ ଥିବା ବେଳେ ଖେଳରେ ବ୍ୟାଘାତ ସୃଷ୍ଟି କରିବାକୁ ଦୁହେଁ ଧମକ ଦେଇଥିଲେ।
ଏ ସୂଚନା ପାଇବା ପରେ ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କର ଲୋକେସନ୍କୁ ଟ୍ରାକ୍ କରିଥିଲା। ତେବେ ଅଭିଯୁକ୍ତମାନେ ଏଭଳି ଅତ୍ୟାଧୁନିକ ‘ସିମ୍ ବକ୍ସ୍ ଟେକ୍ନୋଲୋଜି’ ବ୍ୟବହାର କରିଥିଲେ ଯାହାକୁ ଟ୍ରାକ୍ କରିବା କଷ୍ଟକର ହୋଇଥାଲା କିନ୍ତୁ ପରେ ଏମାନେ ଧରାପଡିଥିଲେ। ପାକିସ୍ତାନରେ ସକ୍ରିୟ ଥିବା ଜାଲ୍ ଟୁଇଟର୍ ହ୍ୟାଣ୍ଡଲ୍ରୁ ଏହି ଧମକ ଦିଆଯାଇଥିବା ପୁଲିସ କହିଛି।
ଗୁରୁବାର ଦିନ ଅହମଦାବାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ବର୍ଡର୍-ଗାଭାସ୍କର୍ ଟ୍ରଫିର ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଆରମ୍ଭ ଦିନ ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଉପସ୍ଥିତ ଥିଲେ। ଦୁହେଁ ମିଶି ଷ୍ଟାଡିୟମରେ ମ୍ୟାଚ୍ର ଦେଖିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678604396.jpg)