Advertisment

ପି. ଚିଦାମ୍ବରଙ୍କ ପତ୍ନୀଙ୍କ ସମ୍ପତ୍ତି ଆଟାଚ୍‌ କଲା ଇଡି

ପି.ଚିଦାମ୍ବରଙ୍କ ପତ୍ନୀ ହେଉଛନ୍ତି ନଳିନୀ ଚିଦାମ୍ବରମ

author-image
Tapas Behera
 Nalini Chidambaram

Nalini Chidambaram

ସାରଦା ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରଙ୍କ ପତ୍ନୀ ନଳିନୀ ଚି.ଦାମ୍ବରମ, ପୂର୍ବତନ ସିପିଆଇଏମ ବିଧାୟକ ଦେବେନ୍ଦନାଥ ବିଶ୍ୱାସ ଏବଂ ଅସାମର ଜଣେ ପୂର୍ବତନ ମନ୍ତ୍ରୀଙ୍କ ୬ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ମନିଲଣ୍ଡରିଂ ଆକ୍ଟ ଅନୁଯାୟୀ, ୩.୩୦ କୋଟି ଟଙ୍କାର ସ୍ଥାବର ଏବଂ ୩ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତିକୁ ଆଟାଚ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ଏହି ସମ୍ପତି ଗୁଡ଼ିକର ସାରଦା ସମୂହ ଏବଂ ଅନ୍ୟମାନଙ୍କର ମାଲିକାନା ଥିଲା। ଯେଉଁମାନେ ଅନିୟମିତତା କରି ସମ୍ପତ୍ତି ଆୟ କରିଛନ୍ତି । ଇଡି ପକ୍ଷରୁ କୁହାଯାଛି ଯେ, ଏହି ଗ୍ରୁପ କମ୍ପାନୀ ୨ ହଜାର ୪୫୯ ଟଙ୍କା ସଂଗ୍ରହ କରିଛି । ସେଥିରୁ ପ୍ରାୟ ୧ ହଜାର ୯୮୩ କୋଟି ଟଙ୍କା ଜମାକାରୀଙ୍କ ପାଇଁ ସୁଧ ରାଶି ବ୍ୟତୀତ ବକେୟା ରହିଛି। ଇଡି ଏଯାଏଁ ୬୦୦ କୋଟି ଟଙ୍କା ସମ୍ପତି ଆଟାଚ କରିଛି ।

ପୂର୍ବରୁ ନିଜେ ପି ଚିଦାମ୍ବରମ ମଧ୍ୟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଇନ ଜାଲରେ ଫସିଛନ୍ତି। ୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ବିଦେଶୀ ସଂସ୍ଥାକୁ ବିପୁଳ ପରିମାଣର ଆର୍ଥିକ ଫାଇଦା ପହଞ୍ଚାଇଥିଲେ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ବିପୁଳ ଅର୍ଥ ପାଇଥିଲେ। ଆଇଏନଏକ୍ସ ମିଡିଆକୁ ପ୍ରତିଷ୍ଠା କରିଥିଲେ ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପିଟର ଓ ଇନ୍ଦ୍ରାଣୀ ମୁଖାର୍ଜୀ। ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନକୁ ଭିତ୍ତି କରି ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ଚିଦାମ୍ବରମ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବାରୁ ସିବିଆଇ ତାଙ୍କୁ ମଧ୍ୟ ଜେରା କରିଥିଲା।

Advertisment
India