Advertisment

ରାଜସ୍ଥାନର ୨୫ଟି ସ୍ଥାନରେ ଇଡିର ଚଢାଉ, ସ୍କାନରରେ ଅଛନ୍ତି ଆଇଏଏସ ଅଧିକାରୀ

ଜଳ ଜୀବନ ଯୋଜନାରେ ଅର୍ଥ ହେରଫେର୍ ମାମଲାରେ ଆଇଏଏସ୍ ଅଧିକାରୀ ସୁବୋଧ ଅଗ୍ରୱାଲଙ୍କ ଘରେ ଚଢାଉ କରାଯାଇଛି।

author-image
Debibandita Barick
ED Office

ED Office

ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଇଡିର ଚଢାଉ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକାଳୀନ ୨୫ଟି ସ୍ଥାନରେ ଚଢାଉ କିଛି। ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଜଳ ଜୀବନ ଯୋଜନାରେ ଅର୍ଥ ହେରଫେର୍ ମାମଲାରେ ଆଇଏଏସ୍ ଅଧିକାରୀ ସୁବୋଧ ଅଗ୍ରୱାଲଙ୍କ ଘରେ ଚଢାଉ କରାଯାଇଛି। ସୁବୋଧ ଅଗ୍ରୱାଲଙ୍କ ଘର ସମେତ ରାଜ୍ୟ ରାଜଧାନୀ ଜୟପୁର ଏବଂ ଦଉସାର ୨୫ଟି ସ୍ଥାନରେ ଚଢାଉ କରାଯାଇଛି। ସେହିପରି ମାମଲାରେ ସମ୍ପୃକ୍ତି ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କୁ ମଧ୍ୟ ମନି ଲଣ୍ଡରିଂ ଆକ୍ଟ(PMLA) ନିୟମରେ ଅନ୍ତର୍ଭୁକ୍ତ କରିଛି ଇଡି।

ସେପ୍ଟେମ୍ବରରେ ମଧ୍ୟ ରାଜସ୍ଥାନର କେତେକ ଅଞ୍ଚଳରେ ଏହିପରି ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା। ଗତକାଲି ଲାଞ୍ଚ ନେବା ଅଭିଯୋଗରେ ଦୁଇ ଜଣ ଇଡି ଅଧିକାରୀଙ୍କୁ ଗିରଫ କରାଯାଇଛି। ଚିଟ୍‌ଫଣ୍ଡ ମାମଲାରେ କେସ୍‌ ରୁଜୁ ନକରିବାକୁ ଜଣେ ବ୍ୟବସାୟୀଙ୍କୁ ୧୫ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗରେ ଦୁଇ ଇଡି ଅଧିକାରୀ ଗିରଫ ହୋଇଛନ୍ତି।

Advertisment

ଚଳିତ ମାସ ୨୫ ତାରିଖରେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ଡିସେମ୍ବର 3ରେ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବରୁ ଅର୍ଥ ହେରଫେରର ସୁରାଗ ପାଇ ଚଢାଉ ଆରମ୍ଭ କରିଛି ଇଡି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କିନ୍ତୁ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ଏଜେନ୍ସିମାନେ ଏପରି ଚଢାଉ କରୁଥିବା ସେ କହିଛନ୍ତି।

ED Raid Enforcement Directorate Raid In Rajasthan