Advertisment

ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଇଡିର ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ?

ଦଳୀୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରଦେଶ ଗସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦର କେଜ୍ରିୱାଲ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମଦ ନୀତି ମାମଲାରେ ଆଜି ଇଡିରେ ହାଜର ହେଲେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଦଳୀୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରଦେଶ ଗସ୍ତ କରିଛନ୍ତି, କିନ୍ତୁ ଇଡି କାର୍ଯ୍ୟାଳୟରେ ପହଞ୍ଚି ନାହାନ୍ତି। ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଇଡିକୁ ଏକ ଚିଠି ଲେଖି ସମନକୁ ଏଡାଇ ଦେଇଛନ୍ତି କେଜ୍ରିୱାଲ। 

Advertisment

ତେବେ ଇଡିର ସମନକୁ କେଜ୍ରିୱାଲ ଏପରି କେତେ ଥର ଏଡ଼ାଇ ପାରିବେ, ଯଦି ବାରମ୍ବାର ସମନକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ତଦନ୍ତକାରୀ ସଂସ୍ଥା କି ପଦକ୍ଷେପ ନେବ, କ’ଣ ରହିଛି ଆଇନଗତ ବ୍ୟବସ୍ଥା ଜାଣନ୍ତୁ...

ତଦନ୍ତକାରୀ ସଂସ୍ଥାର ପରବର୍ତ୍ତୀ ପଦକ୍ଷେପ
ଇଡିର ପରବର୍ତ୍ତୀ ପଦକ୍ଷେପ ହେଉଛି, କେଜ୍ରିୱାଲଙ୍କୁ ନୂଆ ସମନ ପଠାଇବ। ଅତି ବେଶିରେ ଜଣେ ବ୍ୟକ୍ତି ତିନି ଥର ଇଡି ଡାକରାକୁ ଏଡ଼ାଇପାରିବେ। ଯଦି ଇଡି ତିନି ଥର ସମନ ପଠାଇବା ସତ୍ତ୍ୱେ ଜଣେ ବ୍ୟକ୍ତି କାର୍ଯ୍ୟାଳୟରେ ହାଜର ନ ହୁଅନ୍ତି, ତେବେ ଏଜେନ୍ସି ଜାମିନବିହୀନ ୱାରେଣ୍ଟ(NBW)ର ଆବଶ୍ୟକତା ଲୋଡ଼ିବ। 

Advertisment

NBW ହେଉଛି କୋର୍ଟର ଆଦେଶ, ଏହି ଆଦେଶ କ୍ରମେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ସମୟ ଏବଂ ତାରିଖରେ କୋର୍ଟରେ ହାଜର ହେବାକୁ ବାଧ୍ୟ। ଯଦି ଜଣେ ବ୍ୟକ୍ତି NBWକୁ ବି ଅବମାନନା କରନ୍ତି, ତେବେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇପାରିବ।

କେଜ୍ରିୱାଲଙ୍କ ଆଇନଗତ ପଦକ୍ଷେପ
ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ କେଜ୍ରିୱାଲ୍। ଯଦି ଏହି ମାମଲାରେ ଇଡି ପଠାଉଥିବା ସମନ ଉଦ୍ଦେଶ୍ୟ ପ୍ରଣୋଦିତ ତେବେ ସେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ମାମଲା ଉପରେ ମଧ୍ୟ ଆଗୁଆ ଜାମିନ ଆବେଦନ କରିପାରିବେ କେଜ୍ରିୱାଲ। 

Arvind Kejriwal Ed Delhi Liquor Policy Case Liquor Policy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe