Advertisment

ପ୍ରତିଶୋଧ ନେଲେ ଇଡି ଅଧିକାରୀ; ଏଥର ପୂରା ସୁରକ୍ଷା ବଳୟରେ ଟିଏମସି ନେତାଙ୍କ ଘରେ ପଶିଲେ

ଆଜି ହେଉଥିବା ଚଢ଼ାଉ ସମୟରେ ଇଡି ଟିମ୍‌କୁ ଏକ କମ୍ପାନୀ ସିଆରପିଏଫ ଫୋର୍ସ ସୁରକ୍ଷା ଯୋଗାଉଛନ୍ତି। ଚଢ଼ାଉ ସମୟରେ ସେଣ୍ଟ୍ରାଲ ଫୋର୍ସର ୧୨୫ ଯବାନ, ରାଜ୍ୟ ପୁଲିସ୍‌ର ୩୫ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି।

ଅଦ୍ୟତନ ହୋଇଛି
Attack

Attack

Advertisment

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜାହାନ ଶେଖ ଘରକୁ ଚଢ଼ାଉ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିବା ଇଡି ଟିମ୍‌ ଆଜି ପୁଣି ତରେ ଶାହଜାହାନଙ୍କ ଘର ଉପରେ ଚଢ଼ାଉ କରିଛି। ଗତ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଇଡି ଅଧିକାରୀ ଆଜି ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ପହଞ୍ଚି ଚଢ଼ାଉ କରିଛନ୍ତି।

Advertisment

ଆଜି ହେଉଥିବା ଚଢ଼ାଉ ସମୟରେ ଇଡି ଟିମ୍‌କୁ ଏକ କମ୍ପାନୀ ସିଆରପିଏଫ ଫୋର୍ସ ସୁରକ୍ଷା ଯୋଗାଉଛନ୍ତି। ଚଢ଼ାଉ ସମୟରେ ସେଣ୍ଟ୍ରାଲ ଫୋର୍ସର ୧୨୫ ଯବାନ, ରାଜ୍ୟ ପୁଲିସ୍‌ର ୩୫ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଇଡି ଟିମ୍‌ ପ୍ରାୟ ୨୪ଟି କାର୍‌ରେ ଶାହଙ୍କ ଘରେ ପହଞ୍ଚିଥିବା ବେଳେ ସ୍ଥାନୀୟ ପୁଲିସ୍‌ ବି ଘଟଣାସ୍ଥଳରେ ଉପସ୍ଥିତ ଅଛି ।

ଇଡି ଟିମ୍‌ ଉପରେ ଆକ୍ରମଣ କରିବା ପରଠୁ ରାଶନ ଘୋଟାଲାରେ ସମ୍ପୃକ୍ତ ଶାହଜାହାନ ୧୯ ଦିନ ହେବ ଫେରାର ହୋଇ ଯାଇଛନ୍ତି। ତାଙ୍କ ନାଁରେ ଲୁକ୍‌ଆଉଟ ନୋଟିସ୍‌ ଜାରି କରାଯାଇଥିବା ବେଳେ ଆଜି ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଘରେ ତାଲା ପଡ଼ିଥିବାରୁ ଇଡି ଟିମ୍‌ ତାଲା ଭାଙ୍ଗି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସିବିଆଇ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାତ୍ର ଏହି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ କିଛି ଦିନ ପୂର୍ବେ କୋଲକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଘଟଣାର ମୁଖ୍ୟ ଅଭିଯୁକ୍ତ ଶାହଜାହାନ ଶେଖ ଏଯାଏ ଫେରାର ଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିଜ ଅସନ୍ତୋଷ ଝାଡ଼ିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ତାଙ୍କୁ କାହିଁକି ତୁରନ୍ତ ଗିରଫ କରାଯାଉନି ଓ ସେ କିପରି ବାହାରେ ବୁଲି ପାରୁଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି।

ଗତ ୫ ତାରିଖରେ ଇଡି ଅଧିକାରୀମାନେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ କରିବା ପାଇଁ ଯାଉଥିଲେ। ମାତ୍ର ଶାହଜାହାନ ଘରେ ନ ଥିବା ବେଳେ ଇଡି ଅଧିକାରୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଇଡିର ଅନେକ ଅଧିକାରୀ ଆହତ ହୋଇଥିଲେ।

ED Raid West Bengal TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe