Advertisment

ଅଡୁଆରେ ନେଟ୍‌ଫ୍ଲିକ୍ସ, ୪୭ କୋଟିର ଠକେଇ ଅଭିଯୋଗ ଆଣିଲେ ପ୍ରଡ୍ୟୁସର୍‌

୩ଟି ବଲିଉଡର ଫିଲ୍ମର ରାଇଟସ୍‌ ବଦଳରେ ନେଟ୍‌ଫ୍ଳିକ୍ସ ତାଙ୍କ ଠାରୁ ୪୭.୩୭ କୋଟି ଟଙ୍କା ଠକି ନେଇଥିବା ବାସୁ ଭଗନାନୀ ଅଭିଯୋଗ ଆଣିଛନ୍ତି।

Vasu Bhagnani

Vasu Bhagnani

Advertisment

ବଢ଼ିଲା ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ଇଣ୍ଡିଆର ଅଡୁଆ। ଠକେଇ ଅଭିଯୋଗ ଆଣିଲେ ବଲିଉଡର ଅନ୍ୟତମ ସବୁଠାରୁ ବଡ଼ ପ୍ରଡ୍ୟୁସର। ଫିଲ୍ମ ରାଇଟସ୍‌ ବଦଳରେ ନେଟ୍‌ଫ୍ଲିକ୍ସ କୁଆଡେ ୪୭ କୋଟିରୁ ଅଧିକ ଟଙ୍କା ଠକିଥିବା ପ୍ରଡ୍ୟୁସର ବାସୁ ଭଗନାନୀ ଅଭିଯୋଗ ଆଣିଛନ୍ତି। ଏବେ ଏହି ମାମଲାରେ ମୁମ୍ବାଇ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ତଦନ୍ତ ଆରମ୍ଭ କରିଛି।

Advertisment

ଏକ ଏଜେନ୍ସି ରିପୋର୍ଟ ଅନୁଯାୟୀ, EOW ଜଣେ ଅଧିକାରୀ ଏହି ପୂରା ମାମଲାରେ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଡ୍ୟୁସର ବାସୁ ଭଗନାନୀ ଦାବି କରିଛନ୍ତି ଯେ ନେଟଫ୍ଲିକ୍ସ ତାଙ୍କର ତିନୋଟି ଫିଲ୍ମ - 'ହିରୋ ନଂ-୧',' ମିଶନ୍ ରାନିଗଞ୍ଜ' ଏବଂ' ବାଡେ ମିୟାଁ ଛୋଟ୍ ମିୟାଁ'ର ରାଇଟ୍‌ସ ନାଁରେ ଠକେଇ କରିଛି। ନିର୍ମାତା ଭାଗନାନୀ କହିଛନ୍ତି ଯେ ଏହି ତିନୋଟି ଫିଲ୍ମ ପାଇଁ ଷ୍ଟ୍ରିମିଂ ପ୍ଲାଟଫର୍ମ ତାଙ୍କୁ ୪୭.୩୭ କୋଟି ଟଙ୍କା ଦେଇଥାନ୍ତା। ହେଲେ ସେ ଏପର୍ଯ୍ୟନ୍ତ ନେଟ୍‌ଫ୍ଳିକ୍ସ ତରଫରୁ କୌଣସି ଟଙ୍କା ପାଇନାହାଁନ୍ତି।

ପୂଜା ଏଣ୍ଟରଟେନମେଣ୍ଟ ନାମକ ପ୍ରଡକ୍ସନ ଓ ଡିଷ୍ଟ୍ରିବ୍ୟୁସନ କମ୍ପାନୀର ମାଲିକ ହେଉଛନ୍ତି ବାସୁ ଭଗନାନୀ। ସେ ଲସ୍ ଗାଟୋସ୍ ପ୍ରଡକ୍ସନ୍ କମ୍ପାନୀ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି, ଯାହା ମାଧ୍ୟମରେ ନେଟଫ୍ଲିକ୍ସ ଭାରତରେ ତା'ର କଣ୍ଟେଣ୍ଟ ଇନ୍‌ଭେଷ୍ଟମେଣ୍ଟ କରେ। ତେବେ ବାସୁ ଭଗନାନୀ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ନେଟଫ୍ଲିକ୍ସ।

Advertisment

ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସର ପ୍ରବକ୍ତା ଏକ ବୟାନ ଜାରି କରି କହିଛନ୍ତି ଯେ, 'ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବାସ୍ତବରେ ପୂଜା ଏଣ୍ଟରଟେନମେଣ୍ଟ ଓଲଟା ନେଟଫ୍ଲିକ୍ସକୁ ଟଙ୍କା ଦେଇନି। ସେ ଟଙ୍କା ବକେୟା ରଖିଛି। ଆମ ପାଟନରସିପ୍‌ର ଟ୍ରାକ୍ ରେକର୍ଡ ବେଶ୍‌ ଜବରଦସ୍ତ ରହିଛି। ଆମେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ।'

କହିରଖୁ, ବାସୁ ଭଗନାନୀ ହେଉଛନ୍ତି ବଲିଉଡର ଜଣେ ଜଣାଶୁଣା ପ୍ରଡ୍ୟୁସର। ସେ ଅଭିନେତା ତଥା ନିର୍ମାତା ଜ୍ୟାକି ଭଗନାନୀଙ୍କ ବାପା। ସେ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। 

Bollywood NetFlix Vashu Bhagnani Cheating Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe