Advertisment

ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଶାରୀରିକ ସଂପର୍କ ରଖିବାକୁ ତିନି ଛାତ୍ରୀଙ୍କୁ ଦେଇଥିଲେ ପ୍ରସ୍ତାବ

ଅଭିଯୁକ୍ତ ଅତିଥି ଅଧ୍ୟାପକ ଜଣଙ୍କ ହ୍ୱାଟ୍‌ସ ଆପ୍‌ରେ ସେମାନଙ୍କ ପାଖକୁ ଅଶ୍ଲୀଳ ମେସେଜ ମଧ୍ୟ ପଠାଉଥିଲେ।

Visva-Bharati University

Visva-Bharati University

Advertisment

ପଶ୍ଚିମ ବଙ୍ଗର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଜଣେ ଅତିଥି ଅଧ୍ୟାପକ ତିନି ଜଣ ଛାତ୍ରୀଙ୍କୁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ପ୍ରସ୍ତାବ ଦେଇଥିବା ନେଇ ଶାନ୍ତିନିକେତନ ଥାନାରେ ଅଭିଯୋଗ ହୋଇଛି। କୋର୍ଟରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ସେମିଷ୍ଟର ପରୀକ୍ଷାଗୁଡ଼ିକରେ ସାହାଯ୍ୟ କରିବା ପାଇଁ କହି ଅତିଥି ଅଧ୍ୟାପକ ଜଣଙ୍କ ଏଭଳି ପ୍ରସ୍ତାବ ରଖିଥିଲେ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

Advertisment

ଏହି ତିନି ଜଣ ଛାତ୍ରୀ ବିଶ୍ୱବିଦ୍ୟାଳୟର ପାର୍ସୀ, ଉର୍ଦ୍ଦୁ ଓ ଇସ୍‌ଲାମିକ୍ ଷ୍ଟଡିଜ୍ ବିଭାଗର। ଅଭିଯୁକ୍ତ ଅତିଥି ଅଧ୍ୟାପକ ଜଣଙ୍କ ହ୍ୱାଟ୍‌ସ ଆପ୍‌ରେ ସେମାନଙ୍କ ପାଖକୁ ଅଶ୍ଲୀଳ ମେସେଜ ପଠାଉଥିଲେ। ଏହା ସହିତ ବେଳେ ବେଳେ ବିଭିନ୍ନ ବାହାନା କରି ସେମାନଙ୍କ ଶରୀରକୁ ସ୍ପର୍ଶ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। 

ଶାନ୍ତିନିକେତନ ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଅଧ୍ୟାପକ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି। ତାଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛନ୍ତି।

Advertisment

ବିଶ୍ୱ ଭାରତୀ ଅଧ୍ୟାପକ ସଂଘ ପକ୍ଷରୁ ତୁରନ୍ତ ଘଟଣାର ତଦନ୍ତ କରାଯିବାକୁ ଦାବି କରାଯାଇଛି।

Sexual Harassment Sexual Harassment In University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe