Advertisment

ୟୁନିଭରସିଟି କ୍ୟାମ୍ପସ୍‌ରୁ ନାବାଳିକା ଝିଅ ସହ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ୟୁନିଭରସିଟି କ୍ୟାମ୍ପସ୍‌ରୁ ମିଳିଲା ଜଣେ ପ୍ରଫେସରଙ୍କ ସମେତ ତାଙ୍କ ୮ ବର୍ଷୀୟା ଝିଅର ମୃତଦେହ। ଉଭୟଙ୍କ ବେକ ତଥା ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି।

author-image
Niharika Rout
Father- Daughter

Father- Daughter

ୟୁନିଭରସିଟି କ୍ୟାମ୍ପସ୍‌ରୁ ମିଳିଲା ଜଣେ ପ୍ରଫେସରଙ୍କ ସମେତ ତାଙ୍କ ୮ ବର୍ଷୀୟା ଝିଅର ମୃତଦେହ। ଉଭୟଙ୍କ ବେକ ତଥା ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଏପରି ଏକ ଅଭାବନୀୟ ଘଟଣା ହରିୟାଣାର ହିସାରରେ ଘଟିଛି।

Advertisment

ହିସାରରେ ଥିବା ଲାଲା ଲଜପତ ରାୟ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ। ମୃତକ ହେଲେ ପ୍ରଫେସର ସନ୍ଦୀପ ଗୋଏଲ ଓ ତାଙ୍କ ୮ ବର୍ଷୀୟ ଝିଅ।

ଗତକାଲି ସନ୍ଧ୍ୟାରେ ପ୍ରଫେସର ସନ୍ଦୀପ ଗୋଏଲ ଝିଅକୁ ବଜାରରେ ବୁଲାଇବାକୁ ନେଇଥିଲେ। ମାତ୍ର ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଉଭୟ ନ ଫେରିବାରୁ ସନ୍ଦୀପଙ୍କ ପତ୍ନୀ ବାରମ୍ବାର ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ବି ଉଠାଇ ନ ଥିଲେ।

Advertisment

ଏହାପରେ ଖୋଜାଖୋଜି କରିବାରୁ କ୍ୟାମ୍ପସ୍‌ରେ ଥିବା କାର୍ଯ୍ୟାଳୟରେ ଉଭୟ ବାପଝିଅଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିଲେ। ନାବାଳିକାର ବେକରେ ଛୁରୀ ଆଘାତ ଲାଗିଥିବା ବେଳେ ସନ୍ଦୀପଙ୍କ ପେଟ, ଛାତିରେ ଆଘାତ ଲାଗିଛି।

କେହି ଦୁର୍ବୃତ୍ତ ବାପଝିଅଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହାବାଦ ସନ୍ଦୀପ ଗତ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିବାରୁ ସେ ଏପରି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି। ଧାରୁଆ ଅସ୍ତ୍ରରେ ପ୍ରଥମେ ସେ ଝିଅକର ବେକ କାଟି ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି।

ଖବର ପାଇ ପୁଲିସ୍ ପହଞ୍ଚି ଉଭୟ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Haryana News