Advertisment

ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକ, ରାଷ୍ଟ୍ରପତି କହିଲେ- ଭାରତ ଜଣେ ଆଇକନ୍‌ଙ୍କୁ ହରାଇଲା

ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

author-image
Niharika Rout
Ratan Tata

Ratan Tata

ଉଦ୍ୟୋଗପତି ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି କହିଛନ୍ତି, ଭାରତ ଜଣେ ଆଇକନଙ୍କୁ ହରାଇଛି। ଦେଶ ପାଇଁ ତାଙ୍କର ଅବଦାନ ଅମୂଲ୍ୟ ଅଟେ। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏକ୍ସରେ ଲେଖିଛନ୍ତି ଆତ୍ମନିର୍ଭରଶୀଳ ଭାରତ ଗଠନରେ ତାଙ୍କର ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀମାନଙ୍କ ପାଇଁ ସବୁଦିନ ପାଇଁ ପ୍ରେରଣା ହେବ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ଏକ୍ସରେ ଲେଖିଛନ୍ତି ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ । ଦୟାଳୁ ଆତ୍ମା ​​ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ବାରମ୍ବାର ଭେଟିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପଶୁ କଲ୍ୟାଣ ଭଳି କେତେକ କାରଣ ପାଇଁ ସେ ଚାମ୍ପିୟନ ହୋଇଥିଲେ।

ସେହିପରି ପ୍ରତିରକ୍ଷା ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ନିଜ ସୋଶାଲ ମିଡିଆ ଏକ୍ସରେ ଶୋକ ବାର୍ତ୍ତା ଦେବା ସହ ରତନ ଟାଟାଙ୍କୁ ମନେ ପକାଇଛନ୍ତି।

ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଏକ୍ସରେ ଶୋକବାର୍ତ୍ତା ଜଣାଇଛନ୍ତି। ରତନ ଟାଟାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ଶିଳ୍ପପତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Ratan Tata