Advertisment

ଋଣ ଦେବା ନାଁରେ ୩୯ ହଜାର ଟଙ୍କାର ଦେଶୀ କୁକୁଡ଼ା ଖାଇଦେଲେ SBI ମ୍ୟାନେଜର

କୁକୁଡ଼ା ଖାଇ ସାରିବା ପରେ ଚାଷୀଙ୍କୁ ଠକି ଦେଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସେ ୧୨ ଲକ୍ଷ ଟଙ୍କାର ଋଣ ଚାହୁଁଥିଲେ ହେଁ ବ୍ୟାଙ୍କ ମ୍ୟାନେଜର ଏହା ଉପରେ ମୋହର ମାରିବାକୁ ମନା କରି ଦେଇଛନ୍ତି।

Chicken

Chicken

Advertisment

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଦେଶୀ କୁକୁଡ଼ା ଖାଇବାକୁ ବେଶ ମନ ହେଲା। ସେ ପ୍ରକୃତ ଦେଶୀ କୁକୁଡ଼ା ଖୋଜୁ ଥିବା ବେଳେ ତାଙ୍କୁ ମିଳି ଯାଇଥିଲେ ଜଣେ ଚାଷୀ। ଚାଷୀ ଜଣଙ୍କ ଋଣ ଚାହୁଁଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଏହାର ଫାଇଦା ଉଠାଇଥିଲେ।

Advertisment

ଋଣ କରାଇ ଦେବା ନାଁରେ ସେ ଚାଷୀଙ୍କୁ ଦେଶୀ କୁକୁଡ଼ା ମାଗିଥିଲେ। ଋଣ ଆଶାରେ ଚାଷୀ ଜଣଙ୍କ ମଧ୍ୟ ବ୍ୟାଙ୍କ ମ୍ୟାନେଜରଙ୍କୁ ନିୟମିତ ଭାବେ ଦେଶୀ କୁକୁଡ଼ା ଯୋଗାଇ ଚାଲିଥିଲେ। ଏପରି ଭାବେ ଚାଷୀ ଜଣଙ୍କ ୩୯ ହଜାର ଟଙ୍କାର ଦେଶୀ କୁକୁଡ଼ା ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଇଛନ୍ତି।

ହେଲେ କୁକୁଡ଼ା ଖାଇ ସାରିବା ପରେ ଚାଷୀଙ୍କୁ ଠକି ଦେଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସେ ୧୨ ଲକ୍ଷ ଟଙ୍କାର ଋଣ ଚାହୁଁଥିଲେ ହେଁ ବ୍ୟାଙ୍କ ମ୍ୟାନେଜର ଏହା ଉପରେ ମୋହର ମାରିବାକୁ ମନା କରି ଦେଇଛନ୍ତି।

Advertisment

ଛତିଶଗଡ଼ର ବିଳାସପୁର ଅନ୍ତର୍ଗତ ମାସ୍ତୁରୀରୁ ଏପରି ଏକ ରୋଚକ ଖବର ଆସିଛି। ଏଠାରେ କୁକୁଡ଼ା ଚାଷ କରୁଥିବା ରୁପଚାନ୍ଦ ମନହର ନିଜର ବ୍ୟବସାୟୀକୁ ବଢ଼ାଇବାକୁ ଚାହିଁଥିଲେ। ଏଥିପାଇଁ ଟଙ୍କାର ଆବଶ୍ୟକ ରହିଥିଲା। ତେଣୁ ସେ ମାସ୍ତୁରୀରେ ଥିବା ଏସବିଆଇ ବ୍ରାଞ୍ଚରୁ ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ମନହର ଜାଣି ନଥିଲେ ଯେ ସେ ନିଜ ଫାର୍ମରେ କୁକୁଡ଼ା ସଂଖ୍ୟା ବୃଦ୍ଧି କରିବା ବଦଳରେ ବ୍ୟାଙ୍କ ମ୍ୟାନେଜରଙ୍କ ଠକାମୀରେ ପଡ଼ିବେ। ଚାଷୀ ମନହର କହିଛନ୍ତି ଯେ ୧୨ ଲକ୍ଷ ଟଙ୍କାର ଋଣ ପାଇଁ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ୧୦% କମିସିନ ମାଗିଥିଲେ। ସେ ଦୁଇ ମାସ ମଧ୍ୟରେ ନିଜର କୁକୁଡ଼ା ବିକ୍ରି କରି କମିସିନ ଦେଇଥିଲେ।

ଏହାପରେ ଋଣ ଫାଇଲ ଉପରେ ମୋହର ମାରିବା ବଦଳରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ପ୍ରତି ଶନିବାର ଭଲ ଦେଶୀ କୁକୁଡ଼ା ଆଣି ଦେବାକୁ କହିଥିଲେ। ଋଣ ପାଇବା ଆଶାରେ ମନହର ବ୍ୟାଙ୍କ ମ୍ୟାନେଜରଙ୍କୁ ବିଭିନ୍ନ ସମୟରେ ମୋଟ ୩୮,୯୦୦ ଟଙ୍କାର ଦେଶୀ କୁକୁଡ଼ା ମଧ୍ୟ ଦେଇଥିଲେ।

ବ୍ୟାଙ୍କ ମ୍ୟାନେଜର ଜଣଙ୍କ ମାଗଣାରେ ଦେଶୀ କୁକୁଡ଼ା ଖାଇଥିଲେ ମଧ୍ୟ ମନହରଙ୍କ ଋଣ ଆବେଦନକୁ ମଞ୍ଜୁରୀ ଦେଇ ନଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ସେ ଗୋଟିଏ ନିର୍ଦ୍ଦିଷ୍ଟ ଗାଁରୁ ଦେଶୀ ଚିକେନ କିଣି ଆଣୁଥିଲେ। ଏହାର ବିଲ ମଧ୍ୟ ତାଙ୍କ ପାଖରେ ରହିଥିବା ସେ ଦାବି କରିଛନ୍ତି। ବାରମ୍ବାର ଦେଶୀ କୁକୁଡ଼ା ନେଉଥିବା ବ୍ୟାଙ୍କ ମ୍ୟାନେଜର ଋଣ ଦେବା ମୁଡ଼ରେ ନଥିବା ମନହର ବୁଝିବା ପରେ ତାଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା।

ସେ କୌଣସି ଉପାୟ ନ ପାଇ ଦେଶୀ କୁକୁଡ଼ା ବାବଦ ଟଙ୍କା ବ୍ୟାଙ୍କ ମ୍ୟାନେଜରଙ୍କୁ ମାଗିଥିଲେ। ହେଲେ ସେ ଟଙ୍କା ଦେଇ ନଥିଲେ। ଶେଷରେ କୌଣସି ଉପାୟ ନ ପାଇ ମନହର ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ସବ ଡିଭିଜନା ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସେ ତାଙ୍କୁ ଦେଶୀ କୁକୁଡ଼ା ଓ କମିସିନ ବାବଦରେ ଦେଇଥିବା ଟଙ୍କା ଫେରସ୍ତ କରିବାକୁ କହିଛନ୍ତି।

ଯଦି ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ସେ ମାସ୍ତୁରୀ ଠାରେ ଥିବା ଏସବିଆଇ ବ୍ରାଞ୍ଚ ସମ୍ମୁଖୀନରେ ଜୀବନ ହାରିବେ ବୋଲି ଧମକ ଦେଇଛନ୍ତି।

Chhattisgarh SBI Chicken
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe