Advertisment

ମଣିପୁର ହିଂସା: କେନ୍ଦ୍ରକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ମଣିପୁର ସ୍ଥିତିକୁ ନେଇ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଏହା ମଧ୍ୟରେ ଜଣେ ବିଜେପି ବିଧାୟକଙ୍କ ଆବେଦନ ମଧ୍ୟ ରହିଛି। ମଣିପୁର ହାଇକୋର୍ଟ ମୈତୈ ସଂପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଛି।

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିଶେଷ କରି ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କୁ ଉପଯୁକ୍ତ ଖାଦ୍ୟ ଓ ମେଡିସନ ଯୋଗାଇ ଦିଆଯାଉ। ଏଥିସହ ରାଜ୍ୟରେ ଥିବା ଧର୍ମପୀଠର ସୁରକ୍ଷା କରାଯାଉ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମଣିପୁର ହିଂସା ସଂକ୍ରାନ୍ତ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ସଲିସିଟର ଜେନେରାଲଙ୍କ ଦ୍ୱାରା ସମସ୍ତଙ୍କ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ଆମେ ବିସ୍ଥାପିତ ଓ ଉଦ୍ଧାର ହୋଇଥିବା ଲୋକଙ୍କ ପାଇଁ ରିଲିଫ କ୍ୟାମ୍ପଗୁଡ଼ିକରେ ଖାଦ୍ୟ, ମେଡିସିନ ଓ ଉପଯୁକ୍ତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଆମେ ଗୁରୁତ୍ୱ ଦେଉଛୁ।

ଏଥିସହ ଧର୍ମ ପୀଠର ସୁରକ୍ଷା କରାଯାଉ। ଆର୍ମି ଓ ଅନ୍ୟ ହସ୍ପିଟାଲ ଗୁଡ଼ିକରେ ପ୍ରଶାସନ ଆବଶ୍ୟବ ବ୍ୟବସ୍ଥା କରୁ। ସୁରକ୍ଷା, ସ୍ଥିରତା ଓ ଉଦ୍ଧାର କାର୍ଯ୍ୟକୁ ନେଇ ଆମେ ଆମର ଚିନ୍ତା ଏବଂ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛୁ। ଏହା ଏକ ମାନବୀୟ ପ୍ରସଙ୍ଗ। ସଲିସିଟର ଜେନେରାଲ କିଛି କରୁ ନଥିବା ବୋଲି ସନ୍ଦେହ କରିବାର କୌଣସି କାରଣ ନାହିଁ।”

Advertisment

ମଣିପୁର ସ୍ଥିତିକୁ ନେଇ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଏହା ମଧ୍ୟରେ ଜଣେ ବିଜେପି ବିଧାୟକଙ୍କ ଆବେଦନ ମଧ୍ୟ ରହିଛି। ମଣିପୁର ହାଇକୋର୍ଟ ମୈତୈ ସଂପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ସେହିପରି ମଣିପୁରରେ ଦେଖାଯାଇଥିବା ହିଂସାତ୍ମକ ପରିସ୍ଥିତିର ତଦନ୍ତ ଏସ୍‌ଆଇଟି ଦ୍ୱାରା କରିବାକୁ ଦାବି କରି ଗୋଟିଏ ଆଦିବାସୀ ସଂଗଠନ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ସୁପ୍ରିମକୋର୍ଟ ଆଜି ମଣିପୁର ସହ ଜଡ଼ିତ ଏକାଧିକ ଆବେଦନର ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ଓ ମଣିପୁର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଛି ଓ ଗତକାଲି ଏବଂ ଆଜି ରାଜ୍ୟରେ କର୍ଫ୍ୟୁ କୋହଳ କରାଯାଇଛି। କେନ୍ଦ୍ର ଓ ମଣିପୁର ସରକାରଙ୍କ ପକ୍ଷରୁ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ସ୍ଥିତି ଉପରେ ନଜର ରଖିବା ପାଇଁ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରାଯାଉଛି।

ଲୋକମାନଙ୍କ ପାଇଁ ରିଲିଫ କ୍ୟାମ୍ପ କରାଯାଇଛି ଓ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ସଂରକ୍ଷଣ ସମ୍ପର୍କରେ ଶୁଣାଣି ପରବର୍ତ୍ତୀ ଅବସ୍ଥାରେ କରିବାକୁ ସେ ସୁପ୍ରିମକୋର୍ଟକୁ ଅନୁରୋଧ ମଧ୍ୟ କରିଥିଲେ।

ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ ତାରିଖରେ କରିବେ। ଆଗାମୀ ୧୦ ଦିନ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବେ।

Supreme Court Manipur Manipur Violence