ମସଜିଦ ବିବାଦ: ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ର ଲାଠିଚାର୍ଜ, ପାଣି ବି ମାଡ଼ ହେଲା

ଗୋଟିଏ ମସଜିଦରେ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ହିନ୍ଦୁ ସଂଗଠନ ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏଠାରେ ବେଆଇନ ଭାବେ ପ୍ରଥମ ମହଲାରେ ନିର୍ମାଣ କାମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। 

Shimla

ବିକ୍ଷୋଭ ବେଳର ଦୃଶ୍ୟ

Hemant Lenka
  • Published: Wednesday, 11 September 2024
  • Updated: 11 September 2024, 04:07 PM IST

Sports

Latest News

ହିମାଚଳ ପ୍ରଦେଶର ଶିମଲା ଅନ୍ତର୍ଗତ ସଞ୍ଜୌଲି ଅଞ୍ଚଳର ପ୍ରବେଶ ପଥ ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଓ ପୁଲିସ୍‌। ସ୍ଥିତି ଏପରି ହୋଇଛି ଯେ ବିକ୍ଷୋଭକାରୀଙ୍କ ଘଉଡ଼ାଇବା ପାଇଁ ପୁଲିସ୍‌ ବାଧ୍ୟ ହୋଇ ଲାଠିଚାର୍ଜ କରିଛି। ପୁଲିସ୍‌ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମଧ୍ୟ ମାଡ଼ କରାଯାଇଛି।

ଏହି ଘଟଣାରେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ସଞ୍ଜୌଲି ଅଞ୍ଚଳରେ ଥିବା ଗୋଟିଏ ମସଜିଦରେ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ହିନ୍ଦୁ ସଂଗଠନ ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏଠାରେ ବେଆଇନ ଭାବେ ପ୍ରଥମ ମହଲାରେ ନିର୍ମାଣ କାମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ମସଜିଦରେ ବେଆଇନ ଭାବେ ନିର୍ମାଣ ହେଉଥିବା ଦାବି କରି ଆଜି କିଛି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ହିମାଚଳ ସରକାର ସଞ୍ଜୌଲି ଅଞ୍ଚଳରେ କଟକଣା ଲଗାଇଥିଲେ। ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା। ହେଲେ ବିକ୍ଷୋଭକାରୀମାନେ ଏହାକୁ ହଟାଇ ଧାଲ୍ଲି ଟନେଲରେ ପ୍ରବେଶ କରିଥିଲେ। ଏହି ଟନେଲ ସଞ୍ଜୌଲି ଅଞ୍ଚଳକୁ ସଂଯୋଗ କରୁଛି।

ବିକ୍ଷୋଭକାରୀମାନେ ଟନେଲ ଦେଇ ନିର୍ମାଣ ଚାଲିଥିବା ମସଜିଦ ଆଡ଼କୁ ଯିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ସ୍ଥିତି ବେକାବୁ ହେବାରୁ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ କରିବା ସହ ସେମାନଙ୍କ ଉପରକୁ ପାଣି ମାଡ଼ କରିଛି। ଏହାବାଦ ଶିମଲାରେ ଆଉ କିଛି ସ୍ଥାନରେ ମଧ୍ୟ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। 

Also Read

ରାଜ୍ୟର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି, “ପରିସ୍ଥିତି ପୂରା ସ୍ପଷ୍ଟ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। ସରକାର ମଧ୍ୟ ସମାନ କଥା କହିଛନ୍ତି। କିନ୍ତୁ ଶାନ୍ତି ଭଙ୍ଗ ହେବା ଭଳି ସ୍ଥିତି ସୃଷ୍ଟି ନ ହେବା ଉଚିତ। ପୁଲିସ୍‌ ସବୁ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କଟକଣା ଲଗାଇଥିଲା। ପୂରା ଅଞ୍ଚଳ ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିଲା। ପୁଲିସ୍‌କୁ ଆଇନ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି। ପୁଲିସ୍‌ ସେହି ଅନୁସାରେ ପଦକ୍ଷେପ ନେବ।

ବେଆଇନ ନିର୍ମାଣ ଅଭିଯୋଗର ବିଚାର ଚାଲିଛି। ଶୁଣାଣି ସରିବା ପରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ। ଆମେ ପୂର୍ବରୁ କହି ସାରିଛୁ ଓ ଏବେ ବି କହୁଛୁ ଯେ ଯଦି କୌଣସି ବେଆଇନ କାମ ହୋଇଥିବ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାକୁ ଭଙ୍ଗା ଯିବ।”

ମସଜିଦ ନିର୍ମାଣକୁ ନେଇ ବିବାଦ ଚାଲିଥିବା ବେଳେ ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଥିଲେ। ଉତ୍ତେଜନା ଆଶଙ୍କାରେ ପୁଲିସ୍‌ ପକ୍ଷରୁ କଟକଣା ଲାଗୁ କରାଯାଇଥିଲା। ବୁଧବାର ସକାଳ ୭ଟାରୁ ରାତି ୧୧.୫୯ ଯାଏ ସଞ୍ଜୌଲିରେ କଟକଣା ଲାଗୁ କାରାଯାଇଛି।

ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଏଠାରେ ଲାଗୁ କରାଯାଇଛି। ଏହାର ଅର୍ଥ ବିନା ଅନୁମତିରେ ୫ ଜଣ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ। ତଥାପି ହିନ୍ଦୁ ସଂଗଠନର ଶତାଧିକ ଲୋକ ଏକାଠି ହୋଇ ସଞ୍ଜୌଲିରା ପ୍ରବେଶ ପାଇଁ ଚେଷ୍ଟା କରିଥିଲେ। ଏଥିଯୋଗୁ ପୁଲିସ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story