Advertisment

ଜଳୁଛି ମଣିପୁର: ବିଜେପି-କଂଗ୍ରେସ ଅଫିସ୍‌ରୁ ଲୁଟ୍‌, ଜଣେ ମୃତ

ଜିବିରାମ ଜିଲ୍ଲାର ବାବୁପୁରାରେ ସ୍ଥିତ ବିଜେପି ଓ କଂଗ୍ରେସ ଅଫିସରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ଲୁଟ୍‌ କରିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Manipur Violence

Manipur Violence

ଜଳୁଛି ମଣିପୁର। ନିଖୋଜ ୬ ଜଣଙ୍କ ମୃତଦେହ ମିଳିବା ପରେ ପୁଣି ଥରେ ମଣିପୁରରେ ଉଗ୍ର ହେବାରେ ଲାଗିଛି ହିଂସା। ଏହାକୁ ବିରୋଧ କରି କ୍ରୋଧିତ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ବ୍ୟାପକ ପୋଡାଜଳା ସାଙ୍ଗକୁ ଭଙ୍ଗାରୁଜା ହୋଇଛି। ତେବେ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ମଣିପୁରର ଜିବିରାମ ଜିଲ୍ଲାରେ ରବିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ରିପୋର୍ଟ ଅନୁସାରେ ରବିବାର ରାତିରେ ଉଗ୍ର ରୂପ ନେଇଥିଲା ବିକ୍ଷୋଭ। ଜିବିରାମ ଜିଲ୍ଲାର ବାବୁପୁରାରେ ସ୍ଥିତ ବିଜେପି ଓ କଂଗ୍ରେସ ଅଫିସରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ଲୁଟ୍‌ କରିଥିଲେ। କ୍ରୋଧିତ ଜନତା ସମ୍ପୃକ୍ତ କାର୍ଯ୍ୟାଳୟରୁ ଆସବାବପତ୍ର ସାମଗ୍ରୀ ବାହାର କରି ଜାଳି ଦେଇଥିଲେ।

ଏହା ପରେ ସୁରକ୍ଷା ବାହିନୀ ଭିଡ଼କୁ ନିୟନ୍ତ୍ରଣ କରିବା ସହ ପରିସ୍ଥିତିର ମୁକାବିଲା ପାଇଁ ଫାଙ୍କା ଗୁଳିମାଡ଼ କରିଥିଲେ। ଏଥିରେ ୨୦ ବର୍ଷୀୟ କେ ଅଥୌବାଙ୍କୁ ଗୁଳି ବାଜିଥିଲା। ଯେଉଁଥିପାଇଁ ସେ ଆହତ ହୋଇଥିଲେ। ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଜିରିବାମ ପୁଲିସ ଷ୍ଟେସନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ୧୦୭ଟି ଚେକପଏଣ୍ଟ ଏବଂ ଚେକପୋଷ୍ଟ ପ୍ରତିଷ୍ଠା କରିଛନ୍ତି, ଯେଉଁଥିରେ ଉଭୟ ପାହାଡ ଏବଂ ଉପତ୍ୟକା ଅଞ୍ଚଳ ରହିଛି। ଏଥିସହ ସମ୍ବେଦନଶୀଳ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Manipur Violence Protester Dead