Advertisment

ଆରଜି କର ହରର: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆନ୍ଦୋଳନକାରୀ ଡାକ୍ତର

ବେଙ୍ଗଲ ସରକାର ସେମାନଙ୍କୁ ଆଲୋଚନା ପାଇଁ ଡାକୁ ଥିଲେ ହେଁ ଆନ୍ଦୋଳନକାରୀ ଡାକ୍ତରମାନେ ଯାଉ ନାହାନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଗୁରୁବାର ଆଲୋଚନା ହୋଇ ନ ପାରିବାରୁ ମମତା ମଧ୍ୟ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି।

RG Kar

RG Kar

Advertisment

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନ ଚଳାଇଥିବା ଜୁନୟର ଡାକ୍ତରମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେମାନେ ମାମଲାରେ ଉଭୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Advertisment

ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ସେମାନଙ୍କର ତିକ୍ତତା ଲାଗି ରହିଛି। ବେଙ୍ଗଲ ସରକାର ସେମାନଙ୍କୁ ଆଲୋଚନା ପାଇଁ ଡାକୁ ଥିଲେ ହେଁ ଆନ୍ଦୋଳନକାରୀ ଡାକ୍ତରମାନେ ଯାଉ ନାହାନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଗୁରୁବାର ଆଲୋଚନା ହୋଇ ନ ପାରିବାରୁ ମମତା ମଧ୍ୟ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି।

ଏହି ଘଟଣା ପରେ ଆନ୍ଦୋଳନକାରୀ ଡାକ୍ତରମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ୪ ପୃଷ୍ଠାର ଚିଠି ଲେଖିଛନ୍ତି। ଏହାର କପିକୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଷ୍ଟ୍ରପତି ଜଗଦୀପ ଧନକର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ପାଖକୁ ପଠାଇଛନ୍ତି।

Advertisment

ଏଥିରେ ସେମାନେ ଲେଖିଛନ୍ତି ଯେ “ଦେଶର ମୁଖିଆ ହିସାବରେ ଆମେ ଏହି ପ୍ରସଙ୍ଗକୁ ଆପଣଙ୍କ ଆଗରେ ବେଶ ବନମ୍ରତାର ସହ ଉପସ୍ଥାପନ କରୁଛୁ। ଏହାଦ୍ୱାରା ଭୟଙ୍କର ଅପରାଧର ଶିକାର ହୋଇଥିବା ଆମ ସହକର୍ମୀଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରିବ। ଏଥିସହ ଆମେ ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସ୍ୱାସ୍ଥ୍ୟକର୍ମୀମାନେ ବିନା ଭୟ ଓ ଆଶଙ୍କାରେ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିପାରିବୁ।

ଆନ୍ଦୋଳନ ଆରମ୍ଭ ବା ଦିନ ଠାରୁ ପ୍ରତିଷ୍ଠାନ ଜନିତ ବିପଦ, ହିଂସା ଓ ଭଙ୍ଗାରୁଜୁ ବଢ଼ିବାରେ ଲାଗିଛି। ଏପରି ଏକ କଠିନ ସମୟରେ ଆପଣଙ୍କ ହସ୍ତକ୍ଷେପ ଆମ ସମସ୍ତଙ୍କ ପାଇଁ ଗୋଟିଏ ଆଶାର କିରଣ ଭାବେ ଉଭା ହେବ। ଆମ ଚାରିପାଖକୁ ଘେରି ରହିଥିବା ଅନ୍ଧକାରରୁ ମୁକୁଳିବା ପାଇଁ ଆମକୁ ଏହି କିରଣ ରାସ୍ତା ଦେଖାଇବ।”

ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ଭୟଙ୍କର ଘଟଣା ଘଟିଥିବା ବେଳେ ମାସ ଶେଷ ବେଳକୁ ରାଷ୍ଟ୍ରପତି ମୁର୍ମୁ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ। ସେ ଏହାକୁ ଅତ୍ୟନ୍ତ ଭୟଙ୍କର ଓ ଘଟଣାରେ ସେ ବିଚଳିତ ବୋଲି ମଧ୍ୟ କହିଥିଲେ।

ଜୁନିୟର ଡାକ୍ତରମାନେ ଚିଠିରେ ଆହୁରି ଲେଖିଛନ୍ତି, “ଅପରାଧର ଭୟାବହତା, ଏହାକୁ ଲୁଚାଇବା ପାଇଁ ପ୍ରୟାସ ଓ ଏହାପରେ ସୃଷ୍ଟି ହୋଇଥିବା ଭୟର ପରିବେଶ ପୂରା ଦେଶକୁ ଜାଗ୍ରତ କରିଛି। ପୀଡ଼ିତଙ୍କ ପାଇଁ ନ୍ୟାୟ ଦାବିରେ ପଶ୍ଚିତମବଙ୍ଗର ଲୋକମାନେ ରିକ୍ଲେମ ଦ ନାଇଟ ନାମରେ ଆନ୍ଦୋଳନ ମଧ୍ୟ କରିଛନ୍ତି।

ଭୟ, ଅବିଶ୍ୱାସ ଓ ହତାଶର ପରିବେଶ ମଧ୍ୟରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ବାଧ୍ୟ ହୋଇ ହସ୍ପିଟାଲରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି।”

RG Kar Medical College RG Kar Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe