Advertisment

କୁସ୍ତି ମହାସଂଘ ମୁଖ୍ୟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ରେସଲର

ରବିବାର ବ୍ରିଜଭୂଷଣ ପୁଣିଥରେ ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ ଫାଙ୍କିବା ସହ ନାର୍କୋ ଟେଷ୍ଟ କରିବାକୁ ଆହ୍ୱାନ ଦେଇଥିଲେ। ସେ ଭିନେଶ ଓ ବଜରଙ୍ଗ ପୁନିଆଙ୍କୁ ନାର୍କୋ ଟେଷ୍ଟ ପାଇଁ ଆହ୍ୱାନ ଦେବା ସହ ନିଜେ ମଧ୍ୟ ମିଛଧରା ପରୀକ୍ଷାରେ ସାମିଲ ହେବେ ବୋଲି କହିଥିଲେ।

wrestlers

wrestlers

Advertisment

ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହ ଶରଣ ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ତାଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ। ଦୀର୍ଘଦିନ ହେଲାଣି ଦେଶ ପାଇଁ କୁସ୍ତିରେ ପଦକ ଜିତିଥିବା ପୁରୁଷ ଓ ମହିଳା ରେସଲରମାନେ ସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ବିକ୍ଷୋଭ କରୁଛନ୍ତି। ଭିନେଶ ଫୋଗଟ, ବରରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ଭଳି ଷ୍ଟାରମାନେ ବିକ୍ଷୋଭରେ ସାମିଲ ଅଛନ୍ତି।

Advertisment

ତେବେ ରବିବାର ବ୍ରିଜଭୂଷଣ ପୁଣିଥରେ ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ ଫାଙ୍କିବା ସହ ନାର୍କୋ ଟେଷ୍ଟ କରିବାକୁ ଆହ୍ୱାନ ଦେଇଥିଲେ। ସେ ଭିନେଶ ଓ ବଜରଙ୍ଗ ପୁନିଆଙ୍କୁ ନାର୍କୋ ଟେଷ୍ଟ ପାଇଁ ଆହ୍ୱାନ ଦେବା ସହ ନିଜେ ମଧ୍ୟ ମିଛଧରା ପରୀକ୍ଷାରେ ସାମିଲ ହେବେ ବୋଲି କହିଥିଲେ।

ଏବେ ଭିନେଶ ଓ ବଜରଙ୍ଗ ତାଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। କେବଳ ସେମାନେ ନୁହେଁ, ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସମସ୍ତ ୭ ରେସଲର ନାର୍କୋ ଠାରୁ ଆରମ୍ଭ କରି ପଲିଗ୍ରାଫ ଟେଷ୍ଟ ଦେବାକୁ ରାଜି ଥିବା କହିଛନ୍ତି। ହେଲେ ଏହି ଟେଷ୍ଟର ସିଧାପ୍ରସାରଣ ମଧ୍ୟ କରିବାକୁ ସେମାନେ ସର୍ତ୍ତ ରଖିଛନ୍ତି।

Advertisment

ଭିନେଶ କହିଛନ୍ତି, “ମୁଁ ବ୍ରିଜ ଭୂଷଣଙ୍କୁ କହିବାକୁ ଚାହେଁ ଯେ କେବଳ ଭିନେଶ ନୁହଁ, ଯେଉଁ ଝିଅମାନେ ଅଭିଯୋଗ କରିଛନ୍ତି ସେମାନେ ମଧ୍ୟ ନାର୍କୋ ଟେଷ୍ଟ ଦେବାକୁ ପ୍ରସ୍ତୁତ। ଏହାର ସାଧାପ୍ରସାରଣ ହେବ। ଏହାଦ୍ୱାରା ପୂରା ଦେଶ ବ୍ରିଜ ଭୂଷଣ ଭାରତର ଝିଅମାନଙ୍କ ପ୍ରତି କରିଥିବା ନୃଶଂସ କାମରୁ ଜାଣିପାରିବେ।”

ବଜରଙ୍ଗ ପୁନିଆ ମଧ୍ୟ ନାର୍କୋ ଟେଷ୍ଟ ପାଇଁ ପୂର୍ବଭଳି ରାଜି ଥିବା କହିଛନ୍ତି। ସେ କହିଛନ୍ତି, “ବ୍ରିଜ ଭୂଷଣ କେବଳ ଆମ ଭିତରୁ ଦୁଇ ଜଣଙ୍କ ନାର୍କୋ ଟେଷ୍ଟ ପାଇଁ ଆହ୍ୱାନ ଦେଇଛନ୍ତି। ହେଲେ ଅଭିଯୋଗ କରିଥିବା ସମସ୍ତ ୭ ଜଣ ନାର୍କୋ ଟେଷ୍ଟ ଦେବାକୁ ରାଜି। ଆମେ ଏଥିପାଇଁ ପ୍ରସ୍ତୁତ। ନାର୍କୋ ଟେଷ୍ଟ କଥା କହି ବ୍ରିଜ ଭୂଷଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ହେଲେ ଆମେ ଏପରି କରିବାକୁ ଦେବୁ ନାହିଁ। ଆମେ ସବୁ ପ୍ରକାରର ପରୀକ୍ଷା ଦେବାକୁ ରାଜି ଅଛୁ।”

ରବିବାର ଶ୍ରୀ ସିଂହ ଗୋଟିଏ ଫେସବୁକ ପୋଷ୍ଟରେ ଭିନେଶ ଓ ବଜରଙ୍ଗଙ୍କୁ ନାର୍କୋ ଟେଷ୍ଟ ପାଇଁ ଆହ୍ୱାନ ଦେଇଥିଲେ। ଯଦି ସେମାନେ ଏହି ମିଛ ଧରା ପରୀକ୍ଷା ପାଇଁ ରାଜି, ତା’ହେଲେ ସେ ମଧ୍ୟ ନାର୍କୋ ଟେଷ୍ଟ କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ଏହାର ଦିନକ ପରେ ଭିନେଶ ଓ ବଜରଙ୍ଗ ତାଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe