Advertisment

RRTS ପ୍ରକଳ୍ପ ପାଇଁ ୪୧୫ କୋଟି ଟଙ୍କା ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ଦିଲ୍ଲୀ ସରକାର RRTS ପ୍ରକଳ୍ପ ପାଇଁ ନିଜର ଭାଗ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ସର୍ବୋଚ୍ଚ ଅଦାଲତ ୩ ବର୍ଷ ମଧ୍ୟରେ ବିଜ୍ଞାପନ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛ ବୋଲି ରେକର୍ଡ ଦେଖାଇବାକୁ କହିଥିଲେ।

author-image
Hemant Lenka
Delhi

Delhi

ଦିଲ୍ଲୀ ସରକାର ଦୁଇଟି ରିଜନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS) କରିଡର ପାଇଁ ନିଜର ଭାଗ ଦେଉ ନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅଲୱାର ଓ ପାନିପତ RRTS କରିଡର ପାଇଁ ୪୧୫ କୋଟି ଟଙ୍କା ତୁରନ୍ତ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ ପ୍ରକଳ୍ପ ବାବଦ ଅର୍ଥ ଦେବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

Advertisment

ଦିଲ୍ଲୀ ସରକାର RRTS ପ୍ରକଳ୍ପ ପାଇଁ ନିଜର ଭାଗ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ସର୍ବୋଚ୍ଚ ଅଦାଲତ ୩ ବର୍ଷ ମଧ୍ୟରେ ବିଜ୍ଞାପନ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛ ବୋଲି ରେକର୍ଡ ଦେଖାଇବାକୁ କହିଥିଲେ। ଏବେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ସରକାରଙ୍କୁ ପ୍ରକଳ୍ପ ବାବଦରେ ୪୧୫ କୋଟି ଟଙ୍କା ଦେବାକୁ କହିଛନ୍ତି।

ଆରଆରଟିଏସ୍‌ ପ୍ରକଳ୍ପ ଅଧୀନରେ ସେମି ହାଇସ୍ପିଡ ରେଳ କରିଡର ନିର୍ମାଣ ହେବ। ଏହି କରିଡର ଦିଲ୍ଲରୁ ମୀରଟ, ରାଜସ୍ଥାନର ଅଲୱର ଓ ହରିଆଣାର ପାନିପତକୁ ସଂଯୋଗ କରିବ। ହେଲେ ଏଥିପାଇଁ ଦିଲ୍ଲୀ ସରକାର ନିଜର ଭାଗ ଦେବାକୁ ଚାହୁଁ ନଥିଲେ।

Advertisment

ଅରବିନ୍ଦ କେଜ୍ରିୱାଲ ସରକାର ୩ ବର୍ଷରେ ନିଜର ବିଜ୍ଞାପନ ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କରିଡର ପାଇଁ ଅନ୍ୟ ରାଜ୍ୟଗୁଡ଼ିକ ନିଜ ଭାଗ ଦେଉଥିବାରୁ ଦିଲ୍ଲୀ ସରକାର ମଧ୍ୟ ନିଜର ଭାଗ ଦେବାକୁ ବାଧ୍ୟ। ଆପଣଙ୍କର ଗୋଟିଏ ବର୍ଷର ବିଜ୍ଞାପନ ବଜେଟ ପ୍ରକଳ୍ପ ଟଙ୍କାରୁ ଅଧିକ ବୋଲି ଜଷ୍ଟିସ ଏସ୍‌କେ କୌଲ ଓ ଜଷ୍ଟିସ ସୁଦର୍ଶନ ଧୂଲିଆଙ୍କ ଖଣ୍ଡପୀଠ ମତ ରଖିଛନ୍ତି।

Delhi Supreme Court