Advertisment

ସଂସଦରେ ସ୍ମୋକ ଆଟାକ: ସମସ୍ତ ଅଭିଯୁକ୍ତଙ୍କର ହେବ ମାନସିକ ପରୀକ୍ଷା

ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ, ନୀଲମ ଦେବୀ ଓ ଅମୋଲ ସିନ୍ଦେ ଜାନୁଆରୀ ୫ ଯାଏ ପୁଲିସ୍‌ ହେପାଜତରେ ରହିବେ।

author-image
Hemant Lenka
Delhi

Delhi

ଦେଶର ସବୁଠାରୁ ସୁରକ୍ଷିତ ବିଲଡିଂ ସଂସଦରେ ଅନୁପ୍ରବେଶ କରି ଧୂଆଁ ମାଡ଼ କରି ନିଜର ଦାବି ଉପସ୍ଥାପନ କରିଥିବା ୪ ଅଭିଯୁକ୍ତଙ୍କୁ ଆଉ ୧୫ ଦିନ ପାଇଁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ୍‌। ପ୍ରଥମେ ସେମାନଙ୍କୁ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇଥିଲେ।

Advertisment

ଗୁରୁବାର ପଟିଆଲା ହାଉସ କୋର୍ଟ ଆଉ ୧୫ ଦିନ ପାଇଁ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ହେପାଜତରେ ଛାଡ଼ିଛନ୍ତି। ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ, ନୀଲମ ଦେବୀ ଓ ଅମୋଲ ସିନ୍ଦେ ଜାନୁଆରୀ ୫ ଯାଏ ପୁଲିସ୍‌ ହେପାଜତରେ ରହିବେ।

ପୁଲିସ୍‌ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଓ ମାନସିକ ସ୍ଥିତିର ଯାଞ୍ଚ କରିବାକୁ ଚାହୁଁଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କର ମାନସିକ ପରୀକ୍ଷା କରାଯିବ। ଏହି ୪ ଅଭିଯୁକ୍ତଙ୍କ ବ୍ୟତୀତ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କର ମଧ୍ୟ ମାନସିକ ଅବସ୍ଥା ଜାଣିବା ପାଇଁ ପୁଲିସ୍‌ ବିଭିନ୍ନ ପ୍ରକାରର ପରୀକ୍ଷା କରିବ।

Advertisment

ଏଯାଏ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ବୁଧବାର ଫରେନ୍ସିକ ସାଇନ୍ସ ଲ୍ୟାବକୁ ନିଆଯାଇଥିଲା। ସେଠାରେ ତାଙ୍କର ମାନସିକ ଅବସ୍ଥାର ପରୀକ୍ଷା କରାଯାଇଛି। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଲ୍ୟାବ ନିଆଯାଇ ପରୀକ୍ଷା କରାଯିବ। ସାଇକୋଆନାଲିସିସମାନେ ମାନସିକ ଅବସ୍ଥାର ସଠିକ ସୂଚନା ହାସଲ କରିବା। ସାଧାରଣତଃ ବିଚାରଧୀନ ଅଭିଯୁକ୍ତଙ୍କର ଏପରି ଟେଷ୍ଟ କରାଯାଏ। ଏହାଦ୍ୱାରା ସେମାନଙ୍କ ଅଭ୍ୟାସ, ରୁଟିନ ଓ ବ୍ୟବହାର ସମ୍ପର୍କରେ ସୂଚନା ମିଳିଥାଏ।

ଏହି ଟେଷ୍ଟ ପ୍ରଶ୍ନ-ଉତ୍ତର ଭିତ୍ତିକ ହୁଏ। ମନସ୍ତତ୍ତ୍ୱବିତ ଏହି ପରୀକ୍ଷା କରନ୍ତି। ଅଭିଯୁକ୍ତ ଦେଉଥିବା ଉତ୍ତରକୁ ଆଧାର କରି ମନସ୍ତତ୍ତ୍ୱବିତ ଓ ତଦନ୍ତକାରୀ ଅଧିକାରୀ ଅପରାଧ ପଛର ପ୍ରକୃତ କାରଣ କ’ଣ ତା’ର ନିର୍ଯ୍ୟାସରେ ପହଞ୍ଚିବାକୁ ଚେଷ୍ଟା କରନ୍ତି। ଏହି ପରୀକ୍ଷା ପାଇଁ ସାଧାରଣତଃ ୩ ଘଣ୍ଟା ସମୟ ଲାଗିଥାଏ। ସିବିଆଇର ଫରେନ୍ସି ଲ୍ୟାବରେ ଏହା କରାଯାଏ।

ଦିଲ୍ଲୀର ଶ୍ରଦ୍ଧା ୱାଲକର ଭୟଙ୍କର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଏପରି ମାନସିକ ପରୀକ୍ଷା କରାଯାଇଥିଲା। ଏବେ ସଂସଦରେ ସ୍ମୋକ ଆଟାକ ଘଟଣାର ଅଭିଯୁକ୍ତଙ୍କର ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରାଯିବ।

ଗିରଫ ଅଭିଯୁକ୍ତଙ୍କ କହିବା କଥା ଯେ ସେମାନେ ମଣିପୁର ହିଂସା, ବେକାରୀ ସମସ୍ୟା ଓ ଚାଷୀମାନେ ସାମ୍ନାକୁ କରୁଥିବା ଅସୁବିଧା ଆଦି ପ୍ରସଙ୍ଗକୁ ସଂସଦର ଦୃଷ୍ଟି ଆକର୍ଷଣ କରିବା ପାଇଁ ସୁରକ୍ଷା ବଳୟ ଭେଦ କରିଥିଲେ। ତେବେ ପୁଲିସ୍‌ ସବୁ ପ୍ରକାରର ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।

Parliament Parliament Security Breach