Advertisment

ଆନ୍ଦୋଳନ କରୁଥିବା ରେସଲରଙ୍କୁ ସମାଲୋଚନା କଲେ ଆଇଓଏ ମୁଖ୍ୟ ପିଟି ଉଷା

ଦେଶ ପାଇଁ ରେସଲିଂରେ ପଦକ ଜିତିଥିବା ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ରବି ଦାହିୟା ଓ ଦୀପକ ପୁନିଆଙ୍କ ଭଳି ରେସଲରମାନେ ଶ୍ରୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Wrestlers

Wrestlers

Advertisment

କୁସ୍ତି ମହାସଂଘର ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ୫ ଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଭାରତର ଷ୍ଟାର ରେସଲରମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ସଭାପତି ପିଟି ଉଷା।

Advertisment

ଶ୍ରୀ ସିଂହ ହେଉଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପିର ଜଣେ ସାଂସଦ। ରେସଲମାନେ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ଓ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଲଢ଼େଇ କରିବେ ବୋଲି କହିଛନ୍ତି।

ଦେଶ ପାଇଁ ରେସଲିଂରେ ପଦକ ଜିତିଥିବା ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ରବି ଦାହିୟା ଓ ଦୀପକ ପୁନିଆଙ୍କ ଭଳି ରେସଲରମାନେ ଶ୍ରୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ସେମାନେ ପିଟି ଉଷାଙ୍କୁ ମଧ୍ୟ ଚିଠି ଲେଖି ତୁରନ୍ତ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ କହିଛନ୍ତି।

Advertisment

କିନ୍ତୁ ପିଟି ଉଷା ଆଜି ଆନ୍ଦୋଳନ କରୁଥିବା ରେସଲରମାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଖେଳାଳିମାନେ ରାସ୍ତାରେ ଆନ୍ଦୋଳନ କରିବାର ନଥିଲା। ଅଭିଯୋଗର ତଦନ୍ତ କରୁଥିବା କମିଟିର ରିପୋର୍ଟ ଆସିବା ଯାଏ ଅପେକ୍ଷା କରିବାର ଥିଲା। ସେମାନେ ଯାହା ବି କରୁଛନ୍ତି, ସେସବୁ ଦେଶ ଓ ଖେଳ ପାଇଁ ଭଲ ନୁହେଁ। ଏହା ଏକ ନକାରାତ୍ମକ ଆଭିମୁଖ୍ୟ। ଏହା ବିଶୃଙ୍ଖଳା। କମିଟି ରିପୋର୍ଟ ଦେବା ପରେ ଏହାକୁ ସେମାନେ ଦେଖି ଥାଆନ୍ତେ। ତା’ପରେ ନିଷ୍ପତ୍ତି ନେବାର ଥିଲା।”

ଜାନୁଆରୀ ମାସରେ ରେସଲରମାନେ ଆନ୍ଦୋଳନ କରିବାରୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କରିଥିଲେ। ଏପ୍ରିଲ ୫ରେ ରିପୋର୍ଟ ଦେବାକୁ କୁହାଯାଇଥିଲେ। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟରେ କ’ଣ ସବୁ ରହିଛି, ତାହା ଏଯାଏ ସାର୍ବଜନୀନ କରାଯାଇନି। ଏଥିପାଇଁ ରେସଲମାନେ ଗତ ରବିବାର ଠାରୁ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe