Advertisment

ପୁରୁଷଙ୍କୁ ଆକର୍ଷିତ କରିବାକୁ ପବ୍‌ରେ ସୁନ୍ଦରୀଙ୍କୁ ଦିଆଯାଉଥିଲା ନିଯୁକ୍ତି

ପବ ମ୍ୟାନେଜମେଣ୍ଟ ଏଠାରେ ୩୨ ଜଣ ମହିଳା ଓ ଯୁବତୀଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

PUB

PUB

Advertisment

ନିଜ ବେପାର ବଢ଼ାଇବା ଓ ଅଧିକ ସଂଖ୍ୟକ ପୁରୁଷ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଗୋଟିଏ ପବରେ କେବଳ ସୁନ୍ଦରୀ ଯୁବତୀ ଓ ମହିଳାଙ୍କୁ ଦିଆଯାଉଥିଲା ନିଯୁକ୍ତି। ସେମାନେ ପୁରୁଷ ଗ୍ରାହକଙ୍କୁ ନିଜ ଆଡ଼କୁ ସର୍ବସମ୍ମୁଖରେ ଆକର୍ଷିତ ମଧ୍ୟ କରୁଥିଲେ। ପବ୍‌ରେ ବିଭିନ୍ନ ପ୍ରକାରର କଦର୍ଯ୍ୟ କାର୍ଯ୍ୟ ମଧ୍ୟ କରାଯାଉଥିଲା। ଯୁବତୀମାନଙ୍କୁ ନିଯୁକ୍ତି ଦେଇ ପବ ମାଲିକ ସେମାନଙ୍କୁ ପୁରୁଷ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ଖୁସି ଯୋଗାଇ ଦେବାକୁ କହୁଥିଲେ।

Advertisment

ଦୀର୍ଘ ଦିନ ହେଲା ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ଗୋଟିଏ ବାର୍‌ରେ ଏପରି କାମ ଚାଲିଥିଲା। ରବିବାର ରାତିରେ ସହରର ପୁଲିସ୍‌ ଟାସ୍କ ଫୋର୍ସ ଉକ୍ତ ପବ୍‌ରେ ରେଡ୍‌ କରିଥିଲା। ଏହି ସମୟରେ ପବ ମ୍ୟାନେଜମେଣ୍ଟ ଏଠାରେ ୩୨ ଜଣ ମହିଳା ଓ ଯୁବତୀଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

ଟାସ୍କ ଫୋର୍ସ ଡିସିପି ରଶ୍ମୀ ପେରୁମଲା କହିଛନ୍ତି, “ପବ ମ୍ୟାନେଜମେଣ୍ଟ ଜାଣିଶୁଣି ପୁରୁଷ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମହିଳା ଓ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲେ। ସର୍ବସାଧାରଣ ଓ ସର୍ବସମ୍ମୁଖରେ ସେମାନଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା। ଏପରି କାମ କରି ପବ ମ୍ୟାନେଜମେଣ୍ଟୁ ମହିଳାଙ୍କ ସମ୍ମାନହାନୀ କରିଛି। ସେମାନଙ୍କୁ ନିଜର ଆର୍ଥିକ ଫାଇଦା ପାଇଁ ସେକ୍ସୁଆଲୀ ବସ୍ତୁ ଭାବେ ବ୍ୟବହାର କରିଛି।

Advertisment

ଏହାବାଦ ପର୍ବ କର୍ମଚାରୀମାନେ ଧାର୍ଯ୍ୟ ଶବ୍ଦ ସୀମାକୁ ମଧ୍ୟ ଉଲ୍ଲଙ୍ଘନ କରିଛନ୍ତି। ପବ ଭିତରେ ଜୋରରେ ଗୀତ ବାଜିବା ସହ ମହିଳା କର୍ମଚାରୀମାନେ ପୁରୁଷ ଗ୍ରାହକଙ୍କ ପାଖରେ ବସି ଅଶ୍ଳୀଳ ପୋଜ୍‌ ସବୁ ଦେଉଥିଲେ। ଏହି ସମୟରେ ରେଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”

ପୁଲିସର କହିବା କଥା ୨ ମାସ ହେଲା ଏସବୁ କାମ ଚାଲିଥିଲା। ଦେଶର ବିଭିନ୍ନ ପ୍ରାନ୍ତର ମହିଳାଙ୍କୁ ପବରେ ନିଯୁକ୍ତି ଦିଆଯାଇଥିଲା। ଏବେ ଏହାର ପର୍ଦ୍ଦାଫାସ ହୋଇଛି।

Telangana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe