Advertisment

ବୋମା ମାଡ଼ ପରେ ବିଜେପି ନେତାଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୪୫ ବର୍ଷୀୟ ସେନ୍ତିଲ କୁମାର। ତାଙ୍କ ଘର କାନୁଭାପେଟ୍ଟାଇ। ସେ ପୁଡୁଚେରୀ ଗୃହ ମନ୍ତ୍ରୀ ଏ ନମଶିବାୟମଙ୍କ ସମ୍ପର୍କୀୟ।

CCTV

CCTV

Advertisment

ଦୁଇ ଦୁଇଟି ବୋମା ମାଡ଼ କରିବା ପରେ ପୁଡୁଚେରୀର ଜଣେ ବିଜେପି ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ୭ ଜଣ ଯୁବକ। ବୋମା ମାଡ଼ ଯୋଗୁ ବିଜେପି ନେତା ଜଣଙ୍କ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

Advertisment

ଏହାପରେ ତାଙ୍କୁ ଯୁବକମାନେ ମାଡ଼ ମାରିବା ସହ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହାଣି ହତ୍ୟା କରିଛନ୍ତି। ରବିବାର ରାତି ୯ଟାରେ ଏହି ଘଟଣା ଘଟିଥିବା ବେଳେ ପୂରା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୪୫ ବର୍ଷୀୟ ସେନ୍ତିଲ କୁମାର। ତାଙ୍କ ଘର କାନୁଭାପେଟ୍ଟାଇ। ସେ ପୁଡୁଚେରୀ ଗୃହ ମନ୍ତ୍ରୀ ଏ ନମଶିବାୟମଙ୍କ ସମ୍ପର୍କୀୟ। ରବିବାର ରାତି ୯ଟା ବେଳେ ହଠାତ୍‌ ୭ ଜଣ ଯୁବକ ବାଇକ୍‌ରେ ଆସି ଗୋଟିଏ ବେକାରୀ ଆଗରେ ପହଞ୍ଚିଥିଲେ।

Advertisment

କେହି କିଛି ବୁଝିବା ଆଗରୁ ଜଣେ ଯୁବକ ହଠାତ ବେକାରୀରୁ କିଛି ଜିନିଷ କିଣୁଥିବା କୁମାରଙ୍କୁ ଟାର୍ଗେଟ କରି ଦୁଇଟି ଦେଶୀ ବୋମା ମାଡ଼ କରିଥିଲା। ବୋମା ମାଡ଼ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। କୁମାର ମଧ୍ୟ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ବାଇକରେ ଆସିଥିବା ଆଉ ଜଣେ ଯୁବକ ଧାରୁଆ ଅସ୍ତ୍ର ନେଇ କୁମାରଙ୍କୁ ହାଣି ପକାଇଥିଲା। ଅନ୍ୟମାନେ ମଧ୍ୟ କୁମାରଙ୍କୁ ବାଡ଼ିରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। କୁମାର ନିସ୍ତେଜ ଓ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ସେମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ଖବର ପାଇ ୭୦୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ନିଜେ ଗୃହମନ୍ତ୍ରୀ ନମଶିବାୟମ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ତ୍ରୀ ପୂରା ଦୃଶ୍ୟକୁ ଦେଖି ନିଜ ଲୁହକୁ ମଧ୍ୟ ଅଟକାଇ ପାରି ନଥିଲେ। ପୁଲିସ୍ କୁମାରଙ୍କ ମୃତଦେହ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Bjp Puducherry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe