Advertisment

ଡରାଇଲା ଏଚ୩ଏନ୨ ଭାଇରସ: କାଲିଠାରୁ୨୬ ଯାଏ ସ୍କୁଲ ବନ୍ଦ

ସମସ୍ତ ସରକାରୀ, ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଉଛି। ତେବେ କେବଳ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଛୁଟି କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
puducherry

puducherry

ଜ୍ୱର, କାଶା ଓ ଛିଙ୍କ ଭଳି ସମସ୍ୟା ସୃଷ୍ଟି କରୁଥିବା ଏଚ୩ଏନ୨ ଭାଇରସ ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ଏସବୁ ଭିତରେ ପୁଡୁଚେରୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ମାର୍ଚ୍ଚ ୧୬ ଅର୍ଥାତ କାଲି ଠାରୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଯାଏ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

Advertisment

ଏହି ନିର୍ଦ୍ଦେଶନାମା ପୁଡୁଚେରୀ, କାରାଇକାଲ, ମାହେ ଓ ୟାନାମରେ ଲାଗୁ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ ଅଧିକାଂଶ ଛୋଟ ପିଲା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବାରୁ ସରକାର ୧୦ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ଏ ସମ୍ପର୍କରେ ବିଧାନସଭାର ଶୂନ୍ୟକାଳରେ ମତ ରଖି ଗୃହ ଓ ଶିକ୍ଷା ମନ୍ତ୍ରୀ ଏ ନମଶିବାୟମ କହିଛନ୍ତି, ଛୋଟ ପିଲାଙ୍କ କ୍ଷେତ୍ରରେ ଇନଫ୍ଲୁଏଞ୍ଜା ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଉଛି।

Advertisment

ତେବେ କେବଳ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଛୁଟି କରାଯାଇଛି। ମାର୍ଚ୍ଚ ୧୬ରୁ ୨୬ ଯାଏ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ସେ କହିଛନ୍ତି। ମାର୍ଚ୍ଚ ୧୧ରେ ପୁଡୁଚେରୀ ସ୍ୱାସ୍ଥ୍ୟ ବିଭାଗ କହିଥିଲା ଯେ ମାର୍ଚ୍ଚ ୪ ସୁଦ୍ଧା ୭୯ ଜଣଙ୍କ ଶରୀରରୁ ଏଚ୩ଏନ୨ ଭାଇରସ ଠାବ ହୋଇଛି।

ଅନ୍ୟପକ୍ଷରେ H3N2 ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛନ୍ତି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇତି ମଧ୍ୟରେ ଏଚ୩ଏନ୨ ଭାଇରସ ୭ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଲାଣି।

School H3N2 Virus Puducherry