Advertisment

ଇସ୍ତଫା ଦେଇ ଦେଲେ ଏକମାତ୍ର ମହିଳା ମନ୍ତ୍ରୀ

ସେ ଜାତିବାଦ ଓ ଲିଙ୍ଗଗତ ପକ୍ଷପାତର ଶିକାର ହୋଇଥିବା ନିଜ ଇସ୍ତଫା ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି।

author-image
Madhupriya Mistry
Chandira-priyanka

Chandira priyanka

ଇସ୍ତଫା ଦେଲ ଏକମାତ୍ର ମହିଳା ମନ୍ତ୍ରୀ। ଜାତିଗତ ଓ ଲିଙ୍ଗଗତ ଭେଦଭାବରେ ଅତିଷ୍ଟ ହୋଇ ଇସ୍ତଫା ଦେଲ ପୁଡୁଚେରୀର ଏକମାତ୍ର ମହିଳା ବିଧାୟିକା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଚନ୍ଦିରା ପ୍ରିୟଙ୍କା। ସେ ମଙ୍ଗଳବାର ଦିନ ଲିଙ୍ଗଗତ ଓ ଜାତିଗତ ପକ୍ଷପାତିତା ତଥା ଷଡଯନ୍ତ୍ର ଓ ରାଜନୈତିକ ଅର୍ଥଶକ୍ତିର ଅଭିଯୋଗ ଆଣି ଏଆଇଏନ୍ଆର୍‌ସି- ବିଜେପିର ମିଳିତ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

Advertisment

ମଙ୍ଗଳବାର ସେ ନିଜ ଇସ୍ତଫା ପତ୍ର ତାଙ୍କ ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ତେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗାସ୍ୱାମୀ ଚନ୍ଦିରାଙ୍କ ଇସ୍ତଫା ପତ୍ର ବାବଦରେ ଗଣମାଧ୍ୟମ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ସେପଟେ ଚନ୍ଦିରା ପ୍ରିୟଙ୍କା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ତାଙ୍କ ନିର୍ବାଚନୀ ମଣ୍ଡଳିର ଲୋକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଥିବାରୁ ସେ ବିଧାନସଭାରେ ପହଞ୍ଚିପାରିଥିଲେ। କିନ୍ତୁ ଷଡ଼ଯନ୍ତ୍ରର ରାଜନୀତିରୁ ନିଜକୁ ଦୂରେଇବା ଏତେ ସହଜ ନୁହେଁ ବୋଲି ସେ ଅନୁଭବ କଲେ। ଏଥିସହ ସେ ଅର୍ଥ ଶକ୍ତି ବିରୋଧରେ ଯୁଦ୍ଧ କରିପାରିବେ ନାହିଁ ବୋଲି କହିଛନ୍ତି।

Advertisment

କେବଳ ସେତିକି ନୁହେଁ ସେ ଜାତିବାଦ ଓ ଲିଙ୍ଗଗତ ପକ୍ଷପାତର ମଧ୍ୟ ଶିକାର ହୋଇଥିବା ନିଜ ଇସ୍ତଫା ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, 'ମୋତେ ମଧ୍ୟ କ୍ରମାଗତ ଭାବରେ ଟାର୍ଗେଟ କରାଯାଇଥିଲା। ଷଡ଼ଯନ୍ତ୍ରର ରାଜନୀତି, ଧନ ବଳ ଓ ପ୍ରଭାବଶାଳୀ ଲୋକଙ୍କ ସହ ଲଢ଼ିବା ସହଜ ନୁହେଁ। ତେଣୁ ଏହାକୁ ମୁଁ ଆଉ ବରଦାସ୍ତ କରିପାରିବି ନାହିଁ।'

୨୦୨୧ରେ ନେଦୁନକାଡୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦିରା ପ୍ରିୟଙ୍କା। ଦୀର୍ଘ ୪୦ ବର୍ଷ ପରେ ପ୍ରିୟଙ୍କା ହେଉଛନ୍ତି ପ୍ରଥମ ମହିଳା ଯିଏକି କେନ୍ଦ୍ର ଶାସିତ ଅଞ୍ଚଳରେ ମନ୍ତ୍ରୀ ପଦ ପାଇଥିଲେ। ଏହା ପରେ ତାଙ୍କୁ ଏନ୍‌ ରଙ୍ଗାସ୍ୱାମୀଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରିମଣ୍ଡଳରେ ପରିବହନ ବିଭାଗର ଦାୟିତ୍ୱ ଦିଆଯାଇଥିଲା।

Bjp Puducherry