Advertisment

ଦୁର୍ନୀତି ଅଭିଯୋଗରେ ୨ ଥର ନିଲମ୍ବିତ ହୋଇଥିଲେ ପୂଜା ଖେଡକରଙ୍କ ବାପା

ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବାପା ଦିଲୀପ ଖେଡକର ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ।

Dilip Khedkar &  Puja Khedkar

Dilip Khedkar & Puja Khedkar

Advertisment

ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ପରିବାର ବାବଦରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଆଜି ତାଙ୍କ ମାଆଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ତାଙ୍କ ବାପାଙ୍କ ବିରୁଦ୍ଧରେ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।

Advertisment

ପୂଜା ଖେଡକରଙ୍କ ବାପା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ ଖେଡକର ପୂର୍ବରୁ ଦୁଇ ଥର ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଦୁର୍ନୀତି ଅଭିଯୋଗରେ ତାଙ୍କୁ ଦୁଇ ଥର ନିଲମ୍ବନ କରା ଯାଇଥିଲା। ପୂଜା ଖେଡକର ଜାଲିଆତି କରି ଆଇଏଏସ ହୋଇଥିବା ଅଭିଯୋଗ ଆସିବା ପରେ ତାଙ୍କ ରେକର୍ଡ ପତ୍ର ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ସମୟରେ ତାଙ୍କ ବାପାଙ୍କ ଦୂର୍ନୀତି ପେଡ଼ି ସାମ୍ନାକୁ ଆସିଛି।

ଡକ୍ୟୁମେଣ୍ଟ ଅନୁସାରେ, ଦିଲୀପ ଖେଡକର ୨୦୧୮ ଏବଂ ୨୦୨୦ରେ ନିଲମ୍ବିତ ହୋଇଥିଲେ। ୨୦୧୫ରେ ତାଙ୍କ ବିରୁଦ୍ଧରେ ଅତି କମରେ ୩୦୦ ଜଣ ଛୋଟ ବ୍ୟବସାୟୀ ଅଭିଯୋଗ କରିଥିଲେ। ଦିଲୀପ ଖେଡକର ଜାଣିଶୁଣି ସେମାନଙ୍କୁ ଅସୁବିଧାରେ ପକାଉଥିବା ଏବଂ ଲାଞ୍ଚ ମାଗୁଥିବା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। 

Advertisment

କେବଳ ଏତିକି ନୁହେଁ, ୨୦୧୮ରେ ଦିଲୀପ ଖେଡକର୍ କୋଲହାପୁରର ଆଞ୍ଚଳିକ ଅଧିକାରୀ ଥିବାବେଳେ ସ୍ଥାନୀୟ ଶ' ମିଲ୍(କରତ କର) ଏବଂ କାଠ ବ୍ୟବସାୟୀ ସଙ୍ଗଠନ ତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ଦିଲୀପ ଖେଡକର ବିଦ୍ୟୁତ୍ ଏବଂ ଜଳ ଯୋଗାଣ ପାଇଁ ୨୫,୦୦୦ରୁ, ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିବା ସେମାନେ ଅଭିଯୋଗ କରିଥିଲେ। 

ସେହିପରି ୨୦୧୯ର ସେ ଏକ କମ୍ପାନୀଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ସେ ଉଚ୍ଚ ଅଧିକାରୀଙ୍କଠାରୁ ଅନୁମତି ନ ନେଇ ୬ରୁ ୭ ମାସ ମଧ୍ୟ ଛୁଟିରେ ରହିଥିବା ଡକ୍ୟୁମେଣ୍ଟରୁ ଜଣାପଡ଼ିଛି।

ସେପଟେ ପୂଜା ଖେଡକର ଙ୍କ ମାଆ ମନୋରମା ଖେଡକର ବେଆଇ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗ ହୋଇଛି। ଆଜି ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନିକଟରେ ସେ ଜଣେ ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକାଉ ଥିବାର ଭିଡିଓ ଭାଇରାଲ୍ ହୋଇଥିଲା। 

Puja Khedkar Dilip Khedkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe