Advertisment

IAS ପୂଜା ଖେଡକରଙ୍କ ମାଆ ଅଟକ

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ।

ଅଦ୍ୟତନ ହୋଇଛି
Manorama Khedkar

Manorama Khedkar

Advertisment

ଟ୍ରେନି IAS ଅଧିକାରୀ ପୂଜା ଖେଡକରଙ୍କ ମାଆ ମନୋରମା ଖେଡକରଙ୍କୁ ଅଟକ ରଖିଲା ପୁଲିସ। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ପୁଣେ ପୁଲିସ ତାଙ୍କୁ ଆଜି ଅଟକ ରଖି ପଚରା ଉଚରା କରୁଛି। 

Advertisment

ପ୍ରକାଶ ଥାଉକି, ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିରୁଦ୍ଧରେ ପଦର ଦୂରୁପୋଯୋଗ ଅଭିଯୋଗକୁ ନେଇ ବଦଳି ହେବା ପରେ ଏକାଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା। ବ୍ୟକ୍ତିଗତ ଅଡ଼ି କାରରେ ନାଲି ବତୀ ଲଗାଇବା, ଜାଲିଆତି କରି ୟୁପିଏସସି ପରୀକ୍ଷା କ୍ଲିଅର୍ କରିଥିବା ଆଦି ଅଭିଯୋଗ ଥିବାବେଳେ ବର୍ତ୍ତମାନ ତାଙ୍କ ମାଆଙ୍କୁ ଗିରଫ କରିଛି ପୁଲିସ।  

ତାଙ୍କ ମାଆ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ସେ ଜମି ସଂକ୍ରାନ୍ତ ବିବାଦକୁ ନେଇ ଜଣେ ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

Advertisment

ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୁଣେ ପୁଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି। ଏପରିକି ମନୋରମା ଖେଡକରଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦିଲିପ ଖେଡକରଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ।

ସେପଟେ ପୂଜା ଖେଡକର ଙ୍କ ବିରୁଦ୍ଧରେ ଜାଲିଆତି ଅଭିଯୋଗ ଆସିବା ପରେ ଆଇଏଏସ ଟ୍ରେନିଂ ଏକାଡେମୀ ତାଙ୍କ ଟ୍ରେନି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। 

Ias Officer Puja Khedkar Misuse Of Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe