Advertisment

ପୁଲୱାମା ଆଟାକର ଅଭିଯୁକ୍ତ ହାର୍ଟ ଆଟାକରେ ଆଖି ବୁଜିଲା

୨୦୧୯ ପେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ହୋଇଥିବା ଭାରତ ଇତିହାସର ସବୁଠାରୁ ବଡ଼ ହମଲାରେ ଦାଖଲ ହୋଇଥିବା ଚାର୍ଜଶିଟରେ ୩୨ ବର୍ଷୀୟ ବିଲାଲର ନାଁ ରହିଥିଲା।

Bilal Ahmad Kuchey

Bilal Ahmad Kuchey

Advertisment

ଜମ୍ମୁ-କଶ୍ମୀରର ପୁଲୱାମାରେ ୫ ବର୍ଷ ତଳେ ହୋଇଥିବା ଭୟଙ୍କର ହମଲାର ଜଣେ ଅଭିଯୁକ୍ତ ହୃଦଘାତରେ ପ୍ରାଣ ହରାଇଛି। ତା’ ନାଁ ବିଲାଲ ଅହମଦ। ୨୦୧୯ ପେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ହୋଇଥିବା ଭାରତ ଇତିହାସର ସବୁଠାରୁ ବଡ଼ ହମଲାରେ ଦାଖଲ ହୋଇଥିବା ଚାର୍ଜଶିଟରେ ୩୨ ବର୍ଷୀୟ ବିଲାଲର ନାଁ ରହିଥିଲା। ତେବେ ଜମ୍ମୁରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ତା’ର ମୃତ୍ୟୁ ହୃଦଘାତ ଯୋଗୁ ହୋଇଛି।

Advertisment

ପୁଲୱାମା ହମଲା ଘଟଣାରେ କାକପୋରାର ହାଜିବାଲ ଗାଁର ମୋଟ ୧୯ ଜଣଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା। ଏମାନଙ୍କ ମଧ୍ୟ ବିଲାଲ ଅନ୍ୟତମ। ବିଲାଲ ଓ ଅନ୍ୟ ଅଭିଯୁକ୍ତମାନେ ପୁଲୱାମା ହମଲାରେ ଆତଙ୍କବାଦୀକୁ ପୂରା ସହଯୋଗ କରିଥିଲେ।

୨୦୧୯ ଫେବୃଆରୀ ୧୪ରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ ଇ-ମହମ୍ମଦର ଜଣେ ସଦସ୍ୟ ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌କୁ କାର ଦ୍ୱାରା ଧକ୍କା ଦେଇଥିଲା। କାରରେ ବିସ୍ଫୋରକ ଖଞ୍ଜା ଯାଇଥିବାରୁ ୪୦ ଜଣ ଯବାନ ସହିଦ ହୋଇଥିଲେ।

Advertisment

ଘଟଣା ପରେ ବିଲାଲକୁ ଗିରଫ କରାଯାଇଥିଲା। ସେ କିସ୍ତିୱାର ଜେଲରେ ରହିଥିଲା। କିନ୍ତୁ ସେପ୍ଟେମ୍ବର ୧୭ରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତା’କୁ ସରକାରୀ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ସୋମବାର ରାତିରେ ହୃଦଘାତ ଯୋଗୁ ତା’ର ମୃତ୍ୟୁ ହୋଇଛି।

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ୨୦୨୦ ମସିହା ଅଗଷ୍ଟ ୨୫ରେ ବିଲାଲ ଓ ଅନ୍ୟ ୧୮ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ଏହି ୧୯ ଜଣଙ୍କ ମଧ୍ୟରୁ ଏନଆଇଏ କେବଳ ବିଲାଲ ସମେତ ୭ ଜଣଙ୍କୁ ଗିରଫ କରିପାରିଥିଲା।

ବିଲାଲ, ଶକିର ବସିର, ଇନଶା ଜାନ ଓ ପୀର ତାରିକ ଅହମଦ ଶାହ ଜୈଶ ଆତଙ୍କବାଦୀମାନଙ୍କୁ ଆକ୍ରମଣ ପୂର୍ବରୁ ଓ ପରେ ଲଜିଷ୍ଟିକ ଏବଂ ରହିବାର ସୁବିଧା ଯୋଗାଇ ଦେଇଥିଲେ।

Pulwama Attack NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe