Advertisment

ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ନେଇ ରାଜସ୍ଥାନରେ ଜୋର ଧରିଲା ରାଜନୀତି

ରାଜସ୍ଥାନରେ ବିଜେପି ନେତା କିରୋଦିଲାଲ ମିନାଙ୍କୁ ପୁଲିସ ଅଟକ ରଖିବାର ଦିନ ପରେ ବିଜେପି କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି।

undefined

Ashok Gehlot

Advertisment

ସହିଦଙ୍କୁ ନେଇ ଜୋର ଧରିଲା ରାଜନୀତି। ରାଜସ୍ଥାନରେ ବିଜେପି ନେତା କିରୋଦିଲାଲ ମିନାଙ୍କୁ ପୁଲିସ ଅଟକ ରଖିବାର ଦିନ ପରେ ବିଜେପି କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି। ମିନାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାୟୀ କରି ସେ, ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ବ୍ୟବହାର କରି ରାଜନୈତି ମାଇଲେଜ୍‌ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଆଜି ବିଜେପି କର୍ମୀମାନେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବାଷଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନଙ୍କ ସ୍ତ୍ରୀମାନଙ୍କୁ ନେଇ ଜୟପୁରରେ ବିଜେପି କର୍ମୀ ଓ ନେତାମାନେ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ବ୍ୟାରିକେଡିଂ ମଧ୍ୟ ଭାଙ୍ଗି ଦେଇଛନ୍ତି।

Advertisment

ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଦର୍ଶନ ସ୍ଥାନକୁ ଘେରି ରହିଥିଲେ। ପୁଲିସ କେତେକ ବିଜେପି କର୍ମୀ ଓ ନେତାଙ୍କୁ ଗିରଫ କରିଛି। ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସ କହିଛନ୍ତି ଯେ, ସହିଦଙ୍କ ପରିବାର ସହ ସରକାର ଛିଡା ହୋଇଛନ୍ତି। ବିଜେପି ଏହି ପ୍ରସଙ୍ଗକୁ ରାଜନୀତି କରୁଛି । ଯଦି ମୋତେ ଏହି ପ୍ରସଙ୍ଗରେ କାହା ସହ କଥା ହେବାକୁ ପଡିବ, ମୁଁ କରିବି। ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି।

ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୁଲିସ ପାଣିମାଡ଼ ତୋପ ମଧ୍ୟ ବ୍ୟବହାର କରିଥିଲା, କିନ୍ତୁ ଏହା ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ବିଜେପି ନେତା ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ଯେ, ଶାସକ ଦଳଙ୍କୁ ଲଜ୍ଜା ଲାଗୁଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସହିଦଦମାନଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି। କଂଗ୍ରେସ ମିଥ୍ୟା କରୁଥିବା ଏକ ଦଳ। ଏହା ସବୁବେଳେ ମିଛ ପ୍ରତିଶ୍ରୁତି ଦେଇଥାଏ। ସେମାନେ ବୀରାଙ୍ଗନାଙ୍କ ସାମ୍ନାରେ ଠିଆ ହୋଇପାରିବେ ନାହିଁ ।

Advertisment

ବିଜେପି ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି ଯେ ପୁଲୱାମା ସହିଦଙ୍କ ସ୍ତ୍ରୀମାନେ ଏବଂ ଆମର ନେତା ଅପମାନିତ ହୋଇଥିଲେ। ଆମେ ଏହାକୁ ବିରୋଧ କରୁଛୁ। ଆଗାମୀ ଦିନରେ ରାଜସ୍ଥାନରେ ‘ଜନ ଆକ୍ରୋଶ’ ଅଭିଯାନ ଆରମ୍ଭ ହେବ, ଯେଉଁଠାରେ ଆମେ କୃଷକଙ୍କ ଋଣ ଛାଡ, ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇବୁ।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe