Advertisment

ଆଖୁ କିଆରିରେ ଲୁଚିଛି ଦୁଷ୍କର୍ମ ଅଭିଯୁକ୍ତ! ପୁଲିସକୁ ଭରସା ଡ୍ରୋନ ଓ ସନ୍ଧାନୀ କୁକୁର

ଅଭିଯୁକ୍ତ ଦତ୍ତାପୁଲିସ୍‌ ଏବେ ସନ୍ଧାନୀ କୁକୁର ଓ ଡ୍ରୋନ ଦ୍ୱାରା ଆଖୁ କିଆରିରେ ଅଭିଯୁକ୍ତକୁ ଠାବ କରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆଖୁ ଗଛ ଗୁଡ଼ିକ ୧୦ ଫୁଟ ଉଚ୍ଚର। ଏହା ମଧ୍ୟରେ ଜଣେ ଲୁଚି ରହିବା ବେଶ ସହଜ। ତ୍ରୟ ରାମଦାସ ଗାଡେ ବସ ଷ୍ଟାଣ୍ଡରେ ଦୁଷ୍କର୍ମ କରିବା ପରେ ଗୋଟିଏ ପରିବା ବୋଝେଇ ଟ୍ରକରେ ସହର ବାହାରକୁ ଚାଲି ଯାଇଥିଲା।

Police

Police

Advertisment

ପୁଲିସ୍‌ ଷ୍ଟେସନ ଠାରୁ ମାତ୍ର ୧୦୦ ମିଟର ଦୂର ଓ ପୁଣେର ସ୍ୱରଗେଟ ବସ୍‌ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଗୋଟିଏ ବସ୍‌ ଭିତରେ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ମଙ୍ଗଳବାର ସକାଳେ ପୂରା ଘଟଣା ଘଟିଥିବା ବେଳେ ଏଯାଏ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନି ପୁଲିସ୍‌। ଘଟଣାକୁ ନେଇ ମହାରାଷ୍ଟ୍ରରେ ତମ୍ଭିତୋଫାନ ଦେଖିବାକୁ ମିଳିଥିବା ବେଳେ ପୁଲିସ୍‌ ୧୩ଟି ଟିମ ଗଠନ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି। ଅଭିଯୁକ୍ତ ଜଣକ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ତା’ ହୋମଟାଉନ ନିକଟରେ ଥିବା ଗୋଟିଏ ବିରାଟକାୟ ଆଖୁ କିଆରିରେ ଲୁଚି ଯାଇଛି। ଆଖୁ କିଆରି ବିରାଟ ବଡ଼ ହୋଇଥିବାରୁ ପୁଲିସ୍‌ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ।

Advertisment

ପୁଲିସ୍‌ ଏବେ ସନ୍ଧାନୀ କୁକୁର ଓ ଡ୍ରୋନ ଦ୍ୱାରା ଆଖୁ କିଆରିରେ ଅଭିଯୁକ୍ତକୁ ଠାବ କରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆଖୁ ଗଛ ଗୁଡ଼ିକ ୧୦ ଫୁଟ ଉଚ୍ଚର। ଏହା ମଧ୍ୟରେ ଜଣେ ଲୁଚି ରହିବା ବେଶ ସହଜ। ଏପରି ସ୍ଥିତିରେ ବିରାଟକାୟ ଆଖୁ କିଆରିଆରେ ପାଦରେ ଚାଲି ଚାଲି ଅଭିଯୁକ୍ତକୁ ଧରିବା ପୁଲିସ୍‌ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୁଲିସ୍ ଡ୍ରୋନର ସହାୟତା ନେଇଛି।

ସୂତ୍ର ଅନୁସାରେ ଅଭିଯୁକ୍ତ ଦତ୍ତାତ୍ରୟ ରାମଦାସ ଗାଡେ ବସ ଷ୍ଟାଣ୍ଡରେ ଦୁଷ୍କର୍ମ କରିବା ପରେ ଗୋଟିଏ ପରିବା ବୋଝେଇ ଟ୍ରକରେ ସହର ବାହାରକୁ ଚାଲି ଯାଇଥିଲା। ସେଠାରୁ ସେ ନିଜ ହୋମ ଟାଉନକୁ ଯାଇ ନିଜର କପଡ଼ା ଓ ଜୋତା ବଦଳାଇ ଦେଇଥିଲା। ଏହାପରେ ସେ ନିକଟସ୍ଥ ବିରାଟକାୟ ଆଖୁ କିଆରିରେ ଲୁଚି ଯାଇଛି।

Advertisment

କ୍ରାଇମବ୍ରାଞ୍ଚର ୮ ଟିମ ସହ ପୁଲିସ୍‌ ଘଟଣାର ତଦନ୍ତ ପାଇଁ ୧୩ଟି ଟିମ ଗଠନ କରିଛି। ଅଭିଯୁକ୍ତର ପରିବାର ଓ ପରିଚିତ ଲୋକଙ୍କ ସହ କଥା ହୋଇଛି। ସେହିପରି ରାମଦାସ ଗାଡେଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।

ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ କହିଛନ୍ତି, ଗାଡେର ସମ୍ଭାବ୍ୟ ଠିକଣା ଠାବ ହୋଇଛି। ତା’କୁ ଖୁବଶୀଘ୍ର ଧରାଯିବ। ସେହିପରି ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ଓ ଗାଡେକୁ ଛଡ଼ା ଯିବ ନାହିଁ। ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଭଳି ସିନ୍ଦେ ମଧ୍ୟ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି।

ପୁଣେ ବସ୍‌ ଷ୍ଟାଣ୍ଡ ଦୁଷ୍କର୍ମ

ଦୁଷ୍କର୍ମ ଘଟଣା ମଙ୍ଗଳବାର ଭୋର ୫.୪୫ରୁ ୬ଟା ମଧ୍ୟରେ ଘଟିଛି। ଜଣେ ୨୬ ବର୍ଷୀୟ ମହିଳା ତାଙ୍କ ଘର ସତାରା ଜିଲ୍ଲାକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଗାଡେ ତାଙ୍କ ପାଖରେ ପହଞ୍ଚି ଦିଦି ବୋଲି ସମ୍ବୋଧନ କରିଥିଲା। ମହିଳା ଜଣଙ୍କ କେଉଁ ଆଡ଼େ ଯିବାକୁ ଚାହୁଁଛନ୍ତି ଗାଡେ ବୁଝିବା ପରେ ତାଙ୍କୁ ବସ୍‌ ଅନ୍ୟ ପାର୍ଶ୍ୱରେ ଥିବା କହିଥିଲା। ଜନଗହଳୀ ପୂର୍ଣ୍ଣ ବସ୍‌ ଡୋପର ଗୋଟିଏ କୋଣରେ ପାର୍କିଂ ହୋଇଥିବା ବସ୍‌ ସତାରା ଯିବ ବୋଲି ସେ ମହିଳାଙ୍କୁ କହିଥିଲା। ମହିଳା ଜଣଙ୍କ ତା’ ଉପରେ ବିଶ୍ୱାସ କରି ସେଠାକୁ ଯାଇଥିଲେ। ଉଭୟ ବସ୍‌ ନିକଟକୁ ଯାଉଥିବାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

ବସ୍‌ ପାଖରେ ପହଞ୍ଚିବା ପରେ ମହିଳା ଜଣଙ୍କ ଭିତରକୁ ଯିବାକୁ ଚାହିଁ ନଥିଲେ। କାରଣ ଏହାର ଲାଇଟ ବନ୍ଦ ଥିଲା। କିନ୍ତୁ ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଶୋଇଥିବାରୁ ଲାଇଟ ବନ୍ଦ ଥିବା କଥା ଗାଡେ ତାଙ୍କୁ କହିଥିଲା। ଏଥିସହ ବସ୍‌ ଭିତରକୁ ଯିବାକୁ ତାଙ୍କୁ କହିଥିଲା।

ମହିଳା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ସେ ବସ ଭିତରକୁ ଯିବା କ୍ଷଣି ଗାଡେ ତାଙ୍କ ଉପରକୁ ଡିଆଁ ମାରିଥିଲା। ଏହାପରେ ବସ୍‌ର ଡୋର ଲକ କରି ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସେ ସେଠାରୁ ଚାଲି ଯାଇଥିଲା। ମହିଳା ଜଣଙ୍କ ଘଟଣା ସମ୍ପର୍କରେ ପୁଲିସକୁ କହିବା ପରେ ସେ ହିଁ ପୁଲିସ୍‌ରେ ଅଭିଯୋଗ ଦାଖଲ କରିବାକୁ କହିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରିବା ସହ ତୁରନ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଯାଞ୍ଚରୁ ଅଭିଯୁକ୍ତର ପରିଚୟ ମିଳିଥିଲା। ଅଭିଯୁକ୍ତ ଜଣକ ହେଉଛି ୩୬ ବର୍ଷୀୟ ଗାଡେ। ତା’ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି। ଚୋରି, ଲୁଟ ଭଳି ୬ ମାମଲାର ସେ ହେଉଛି ଅଭିଯୁକ୍ତ। ତାକୁ ପୁଲିସ ଗିରଫ କରି ଜେଲକୁ ମଧ୍ୟ ପଠାଇଥିଲା। ୨୦୧୯ରେ ସେ ବେଲରେ ମୁକୁଳିବା ପରେ ଅଧିକାଂଶ ସମୟ ବସ ଡିପୋ ଓ ଷ୍ଟେସନରେ ବୁଲୁଥିଲା।

Stop Rape Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe