Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲା: ଫରେନ୍‌ସିକ୍ ବିଭାଗ ମୁଖ୍ୟ ଓ ଡାକ୍ତର ଗିରଫ

ଅଭିଯୁକ୍ତ ନାବାଳକର ରକ୍ତ ନମୁନାରେ ହେରଫେର କରିବା ଅଭିଯୋଗରେ ପୁଲିସ ଫରେନ୍‌ସିକ ଡିପାର୍ଟମେଣ୍ଟର ମୁଖ୍ୟଙ୍କ ସମେତ ଜଣେ ଡାକ୍ତରଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Forensics head arrested

Forensics head arrested

Advertisment

ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଆଉ ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାର ଅଭିଯୁକ୍ତ ନାବାଳକର ରକ୍ତ ନମୁନାରେ ହେରଫେର କରିବା ଅଭିଯୋଗରେ ପୁଲିସ ଫରେନ୍‌ସିକ ଡିପାର୍ଟମେଣ୍ଟର ମୁଖ୍ୟଙ୍କ ସମେତ ଜଣେ ଡାକ୍ତରଙ୍କୁ ଗିରଫ କରିଛି।

Advertisment

ଡାକ୍ତର ଅଜୟ ତାଓ୍ୱଡେ ଓ ହରି ହାରନୋର୍‌ଙ୍କୁ ପୁଲିସ ଗିରଫ କରିଛି। ହରି ହରନୋର୍‌ ପୁଣେ ସସୁନ ହସ୍ପିଟାଲର ଫରେନ୍‌ସିକ୍‌ ବିଭାଗର ମୁଖ୍ୟ ଅଛନ୍ତି। ଏ ଦୁହେଁ ନାବାଳିକା ଅଭିଯୁକ୍ତର ରକ୍ତ ନମୁନାକୁ ବଦଳାଇ ଦେଇଥିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ପଚରାଉଚରା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି।

ଏହି ଦୁଇ ଜଣ ଦୁର୍ଘଟଣାରେ ସମ୍ପୃକ୍ତ ନାବାଳକର ରକ୍ତ ନମୁନାକୁ ମଦ୍ୟପାନ ନକରିଥିବା ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସହ ବଦଳାଇ ଦେଇଥିଲେ। ଏହା ଜଣାପଡ଼ିବା ପରେ ପୁଲିସ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।

Advertisment

କହିରଖୁ ଯେ, ମେ ୧୯ରେ ଦୁର୍ଘଟଣା ପରେ ନାବାଳକଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସେସନ୍ ହସ୍ପିଟାଲକୁ ନିଆଯାଇଥିଲା। ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ (ଏଫ୍‌ଏସ୍‌ଏସ୍‌)ର ପ୍ରଥମ ରିପୋର୍ଟରେ ନାବାଳକ କୌଣସି ନିଶା ଦ୍ରବ୍ୟ ସେବନ କରିନଥିବା ସାମ୍ନାକୁ ଆସିଥିଲା। ଏହାକୁ ନେଇ ସନ୍ଦେହ ଉପୁଜିଥିଲା।

ଏହାପରେ ପୁଣି ଥରେ ପୁଲିସ ଅଭିଯୁକ୍ତର ରକ୍ତ ନମୁନା ପରୀକ୍ଷା କରିଥିଲା। ତେବେ ଦ୍ୱିତୀୟ ରକ୍ତ ରିପୋର୍ଟରେ ନାବାଳକ ମଦ୍ୟପାନ କରିଥିବା ଜଣାପଡିଥିଲା। ଡିଏନ୍ଏ ପରୀକ୍ଷାରୁ ଏହି ନମୁନା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କର ବୋଲି ପ୍ରମାଣିତ ହୋଇଥିଲା। ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଅଭିଯୁକ୍ତ ନାବାଳକଙ୍କୁ ସୁରକ୍ଷା ଦେବା ପାଇଁ ରକ୍ତ ପରୀକ୍ଷା ପ୍ରମାଣପତ୍ରକୁ ବଦଳାଇ ଦେଇଥିବା ତଦନ୍ତକାରୀ ଟିମ୍‌ ସୂଚନା ଦେଇଛି।

ପୁଣେ ପୋର୍ସେ ଦୁର୍ଘଟଣା ମାମଲା ଆରମ୍ଭରୁ ବିବାଦ ଘେରକୁ ଆସିଥିଲା। ଅଭିଯୁକ୍ତଙ୍କ ପରିବାରକୁ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରାଯିବା ସହ ଅଭିଯୁକ୍ତ ନାବାଳକକୁ ଜେଲ୍‌ରେ ପିଜା, ବିରିୟାନି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ ମଧ୍ୟ କରାଯାଇଛି। 

ମେ' ୧୯ ତାରିଖ ରାତିରେ ପୁଣେ କଲ୍ୟାଣନଗର ଅଞ୍ଚଳରେ ଜଣେ ନାବାଳକ ଦ୍ରୁତ ଗତିରେ ନିଜ ପୋର୍ସ କାର୍‌ ଚଳାଇ ଦୁଇ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଚଳାଉଥିବା ଉଭୟ ଯୁବକ ଓ ଯୁବତୀଙ୍କର ମୃତ୍ୟୁ ଘଟିଛି। ଦ୍ୱାଦଶ ଶ୍ରେଣୀ ଫଳାଫଳ ବାହାରିବା ଖୁସିରେ ପୁଣେର ଏକ ପବ୍‌ରେ ସାଙ୍ଗମାନଙ୍କ ସହ ମଦ୍ୟପାନ କରିବା ପରେ ଅଭିଯୁକ୍ତ ନାବାଳକ ମଦ ନିଶାରେ ଗାଡି ଚଳାଇଥିଲା। ଏହି ଦୁର୍ଘଟଣା ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ବିଲ୍ଡର ବାପା ଓ ଜେଜେ ବାପାଙ୍କ ସମେତ ୯ ଜଣଙ୍କୁ ଗିରଫ କରିସାରିଲାଣି। 

Road Accident Forensics Head Arrested Pune Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe