/odisha-reporter/media/post_attachments/uploadimage/library/16_9/16_9_0/IMAGE_1717051449.jpg)
Pune Accident
ମହାରାଷ୍ଟ୍ର ପୁଣେର ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ନିଶାଶକ୍ତ ନାବାଳକ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ପୂରା ପରିବାର। ଅଭିଯୁକ୍ତର ରକ୍ତ ନମୁନାକୁ ତାଙ୍କ ମା'ର ରକ୍ତ ନମୁନା ସହ ବଦଳା ଯାଇଥିବା ପୁଲିସ ତଦନ୍ତରୁ ଜଣାପଡିଛି।
ପୋଲିସ ସୂତ୍ର ଅନୁଯାୟୀ, ନାବାଳକର ମା' ଶିବାନୀ ଅଗ୍ରୱାଲ ନିଜକୁ ପୁଅକୁ ବଞ୍ଚାଇବା ପାଇଁ ପୁଣେର ସେସନ୍ ଜେନେରାଲ୍ ହସ୍ପିଟାଲରେ ତାଙ୍କ ରକ୍ତ ନମୁନା ଦେଇଥିଲେ। ଏହି ନମୁନାକୁ ହିଁ ତାଙ୍କ ନାବାଳକ ଅଭିଯୁକ୍ତର ରକ୍ତ ନମୁନା ସହ ବଦଳାଇ ଦିଆଯାଇଥିଲା।
କହିରଖୁ ଯେ, ଅଭିଯୁକ୍ତର ରକ୍ତ ନମୁନାରେ ମୁଖ୍ୟ ଚିକିତ୍ସକ ଡାକ୍ତର ଶ୍ରୀହରି ହଲନୋର ଓ ତାଙ୍କ ଷ୍ଟାଫ ମିଶି ହେରଫେର୍ କରିଥିଲେ। ବଲ୍ଡ ସାମ୍ପୁଲ ବଦଳାଇବା ପାଇଁ ୩ ଲକ୍ଷର ଡିଲ୍ ହୋଇଥିଲା। ଏହି ହେରଫେର୍ ମାମଲା ସାମ୍ନାକୁ ଆସିବା ପରେ ଡକ୍ତର ହଲନୋର ଓ ଡାକ୍ତର ଅଜୟ ତାଓ୍ୱେଡଙ୍କ ସମେତ ହସ୍ପିଟାଲର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତର ମା' ଶିବାନୀ ଅଗ୍ରଓ୍ୱାଲ ଏହି ଦୁଇ ଡାକ୍ତରଙ୍କ ଗିରଫଦାରୀ ପରଠାରୁ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଖୋଜିବା ଜାରି ରଖିଛି।
ମେ' ୧୯ ତାରିଖରେ ପୁଣେର ଜଣେ କୋଟିପତି ବିଲ୍ଡରଙ୍କୁ ୧୯ ବର୍ଷୀୟ ପୁଅ ରେଷ୍ଟୁରାଣ୍ଟ ଓ କ୍ଲବରେ ସାଙ୍ଗମାନଙ୍କ ସହ ମିଶି ଖୁବ୍ ମଦ ପିଇଥିଲା। ଏହାପରେ ନିଶାଶକ୍ତ ଅବସ୍ଥାରେ ପୁଣେର କଲ୍ୟାଣ ନଗର ଅଞ୍ଚଳରେ ଦ୍ରୁତ ଗତିରେ ପୋର୍ସ କାର୍ ଚଳାଇ ଏକ ବାଇକ୍କୁ ଧକ୍କା ଦେଇଥିଲେ।
ଏଥିରେ ଦୁଇ ଜଣ ଆଇଟି ପ୍ରଫେସନାଲଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ନାବାଳକ ଅଭିଯୁକ୍ତର ବିଲ୍ଡର ବାପା, ଜେଜେ ବାପାଙ୍କ ସମେତ ୧୦ରୁ ୧୨ଜଣଙ୍କୁ ଗିରିଫ କରିସାରିଲାଣି। ସେହିପରି ନାବାଳକକୁ ବାଳ ସୁଧାର ଗୃହକୁ ପଠାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
