Advertisment

ଫୁଟ୍‌ପାଥରେ ଶୋଇଥିଲେ ୯ ଜଣ, ମାଡ଼ିଗଲା ଡମ୍ପର୍‌

ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଅଛନ୍ତି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ଫୁଟ୍‌ପାଥ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର୍‌। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର। ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। ମହାରାଷ୍ଟ୍ରର ପୁଣେରେ ଘଟିଛି ଏଭଳି କିଛି ଭୟଙ୍କର ଦୁର୍ଘଟଣା।

Advertisment

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ଓ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କ ଦାଦା ବୋଲି ଜଣାପଡିଛି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଓ୍ୱାଗୋଲିର କେସନନ୍ଦ ଫାଟା ପୁଲିସ ଷ୍ଟେସନ ସମ୍ପୁଖରେ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଡମ୍ପର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଢ଼ି ଚଳାଉଥିଲା ବୋଲି କୁହାଯାଉଛି। ପୁଲିସ ଡମ୍ପର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Advertisment
Mumbai Accident Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe