Advertisment

‘ଜଜ୍‌ଙ୍କୁ ଅଭିଯୁକ୍ତ ନାବାଳକର ଦୁଃଖ ଦେଖାଗଲା, ଆମ ଦୁଃଖ ଦେଖାଗଲାନି’

‘ଜଜ୍‌ଙ୍କୁ କେବଳ ଅଭିଯୁକ୍ତ ନାବାଳକର ଦୁଃଖ ଦେଖାଗଲା। ହେଲେ ତା’ ପାଇଁ ମୁଁ ମୋ’ ପୁଅକୁ ହରାଇ ସାରିଥିବା ବେଳେ ଜଜ୍‌ଙ୍କୁ ତାହା ଦେଖାଗଲାନି। ଏପରି ରାୟ ଦୁର୍ଭାଗ୍ୟଜନକ। ଏହା ବିରୋଧରେ ବଞ୍ଚିଥିବା ପର୍ଯ୍ୟନ୍ତ ଲଢ଼ିବି।’

PUNE PORSCHE CRASH

PUNE PORSCHE CRASH

Advertisment

‘ଜଜ୍‌ଙ୍କୁ କେବଳ ଅଭିଯୁକ୍ତ ନାବାଳକର ଦୁଃଖ ଦେଖାଗଲା। ହେଲେ ତା’ ପାଇଁ ମୁଁ ମୋ’ ପୁଅକୁ ହରାଇ ସାରିଥିବା ବେଳେ ଜଜ୍‌ଙ୍କୁ ତାହା ଦେଖାଗଲାନି। ଏପରି ରାୟ ଦୁର୍ଭାଗ୍ୟଜନକ। ଏହା ବିରୋଧରେ ବଞ୍ଚିଥିବା ପର୍ଯ୍ୟନ୍ତ ଲଢ଼ିବି।’ ପୋର୍ସେ କାର୍ ଦୁର୍ଘଟଣା ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକାକୁ ମୁକ୍ତ କରିବା ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏପରି ମତ ପ୍ରକାଶ କରିଛନ୍ତି ମୃତ ମୃତ ସଫ୍ଟୱେର ଇଞ୍ଜିନିୟର ଅନୀଶ ଅବଧିୟାଙ୍କ ମା’ ସବିତା ଅବଧିୟା ।

Advertisment

ପୋର୍ସେ କାର୍ ଦୁର୍ଘଟଣା ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକାକୁ ମୁକ୍ତ କରିବା ପାଇଁ ଗତକାଲି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁର୍ଘଟଣା ଦୁର୍ଭାଗ୍ୟଜନକ, ମାତ୍ର ନାବାଳକକୁ ଏବେ ଆଉ ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇପାରିବ ନାହିଁ। ତାଙ୍କୁ ମୁକ୍ତ କରିବାକୁ କୋର୍ଟ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ନାବାଳକଙ୍କ ମାତା, ପିତା,ଜେଜେ ଜେଲ୍‌ରେ ଥିବାରୁ ମାଉସୀଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର କୋର୍ଟଙ୍କ ରାୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୃତ ଆଇଟି ଇଞ୍ଜିନିୟରଙ୍କ ମା’ ।

ମୃତ ଅନୀଶଙ୍କ ମା’ ସବିତା କହିଛନ୍ତି, ଜଜ ଅଭିଯୁକ୍ତ ନାବାଳକର କଷ୍ଟ ଅନୁଭବ କରି ପାରିଲେ, ମାତ୍ର ଆମେ ଆମ ପିଲାଙ୍କୁ ହରାଇଥିବା ବେଳେ ଆମ ଦୁଃଖ ଦେଖି ପାରିଲେନି। ଅନ୍ୟ କାହାର ଭୁଲ୍‌ ପାଇଁ ମୁଁ ମୋ’ ପୁଅକୁ ହରାଇଛି। ଆମେ ଏହି ନ୍ୟାୟରୁ ଖୁସି ନାହୁଁ ।

Advertisment

ଜଜଙ୍କୁ ଆମ ଦୁଃଖ ଦେଖା ଯାଉନି । ତାଙ୍କ ରାୟ ଆମକୁ ବହୁତ ଦୁଃଖ ଦେଇଛି, ଆମେ ଏଥିରେ ସନ୍ତୁଷ୍ଟ ହୋଇ ପାରୁନୁ । ତାକୁ ଉଚିତ ଦଣ୍ଡ ମିଳିବା ଉଚିତ। ଯଦି ସେ ନାବାଳକ ତା’ ହେଲେ ତା’ ପରିବାର କିପରି ପୁଅକୁ ଏତେ ବଡ଼ କାର୍‌ ଚଳାଇବାକୁ ଅନୁମତି ଦେଲେ। ଏଥିସହ ସେ ନିଶାସକ୍ତ ଅବସ୍ଥାରେ ବି ଥିଲା। ତେଣୁ ସେ ଭୁଲ୍‌ କରିଛି ମାନେ ତାକୁ ଦଣ୍ଡ ମିଳିବା ଉଚିତ ।

ତାକୁ ଫାଶୀ ଦିଆଯାଉ ବୋଲି କହୁନି, କିନ୍ତୁ ଏପରି ଦଣ୍ଡ ମିଳିବା ଉଚିତ ଯେ ସେ ପୁଣି ଥରେ ଏପରି ଭୁଲ୍‌ କରିବ ନାହିଁ। ମୁଁ ମୋ’ ପୁଅକୁ ହରାଇଛି। ସେ କଷ୍ଟ ଅଜି ପର୍ଯ୍ୟନ୍ତ ମୁଁ ଭୋଗୁଛି। ହେଲେ ନାବାଳକ ଅଭିଯୁକ୍ତର ମା’ର ଭାଗ୍ୟବାନ । ତାଙ୍କ ପୁଅ ତ ଜୀବୀତ ଅଛି। ଘରେ ନ ହେଲେ ଜେଲ୍‌ରେ ଚାହିଁଲେ ତାକୁ ଦେଖି ତ ପାରିବେ। ମାତ୍ର ମୁଁ କେବେ ବି ମୋ’ ପୁଅକୁ ଦେଖି ପାରିବିନି।

ମୁଁ ଏହି ରାୟକୁ ନେଇ ସନ୍ତୁଷ୍ଟ ନୁହେଁ। ମୋ’ ପୁଅର ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ ମୁଁ ସବୁବେଳେ ଚେଷ୍ଟା କରିବି ବୋଲି କୋହଭରା କଣ୍ଠରେ କହିଛନ୍ତି ସବିତା ।

ଗତ ମେ’ ମାସ ୧୯ ତାରିଖ ବିଳମ୍ବିତ ରାତିରେ ପୁଣେର ବିଲଡର ଅମିତ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାର୍‌ ଚଳାଉଥିଲା । ଏହି ସମୟର ରାତି ପ୍ରାୟ ୨.୧୫ ସମୟରେ ସେ ଦ୍ରୁତ ଗତିରେ କାର୍‌ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲା। ଯେଉଁଥିରେ ମଧ୍ୟପ୍ରଦଶରେ ଇଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଉକ୍ତ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ।

କାର୍‌ ଚଳାଉଥିବା ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରିଥିଲା ପୁଲିସ୍‌। ତେବେ ଗିରଫର ୧୪ ଘଣ୍ଟା ପରେ ନାବାଳକକୁ କୋର୍ଟ କିଛି ସର୍ତ୍ତ ରଖି ଜାମିନ୍‌ରେ ଛାଡି ଦେଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ପୁଣି ଥରେ ଗିରଫ କରାଯାଇଥିଲା। ଏହି ମାମାଲାରେ ନାବାଳକଙ୍କ ବାପା, ମା’ ଜେଜେ ମଧ୍ୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏବେ ନାବାଳକଙ୍କୁ ମୁକ୍ତ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ପୀଡ଼ିତଙ୍କ ପରିବାର ବିରୋଧ କରିଛନ୍ତି।

Bombay High Court Pune Accident Pune Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe