Advertisment

ପୁଣେ ପୋର୍ସେ ଦୁର୍ଘଟଣା; ମଦ ପିଇ ଡ୍ରାଇଭିଂ କରୁଥିଲି କହିଲେ ଅଭିଯୁକ୍ତ ନାବାଳକ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ଘଟାଇଥିବା ନାବାଳକ ପୁଲିସ ଆଗରେ ସତ ମାନିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Porsche Car Accident Representative Image

Porsche Car Accident Representative Image

ପୁଣେ ପୋର୍ସେ କାର୍ ଦୁର୍ଘଟଣା ଘଟାଇଥିବା ନାବାଳକ ପୁଲିସ ଆଗରେ ସତ ମାନିଛନ୍ତି। ଦୁର୍ଘଟଣା ରାତିରେ ସେ ଅତ୍ୟଧିକ ମଦ ପିଇ ଡ୍ରାଇଭିଂ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ନାବାଳକଙ୍କ ଦୋଷ ଲୁଚାଇବା ପାଇଁ ପରିବାର ବର୍ଗ ଏକାଧିକ ମିଛ କହୁଥିବା ବେଳେ ପୁଲିସକୁ ସତ କହିଛନ୍ତି ଅଭିଯୁକ୍ତ।

Advertisment

ପଚରାଉଚରା ବେଳେ ନାବାଳକ ପୁଲିସକୁ ଆହୁରି କହିଛନ୍ତି, ସେ ଦୁର୍ଘଟଣା ରାତିର ସମସ୍ତ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ମନେ ରଖି ନାହାନ୍ତି।

ପ୍ରକାଶ ଥାଉକି, ମେ ୧୯ରେ ଘଟିଥିବା ପୁଣେ ଦୁର୍ଘଟଣାକୁ ନେଇ କିଛି ଦିନ ହେବ ବେଶ୍ ଚର୍ଚ୍ଚା ହୋଇଆସୁଛି। ଏଥିରେ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ପୋର୍ସେ କାର୍ ଡ୍ରାଇଭର ହେଉଛନ୍ତି ଜଣେ ନାବାଳକ। ନାବଳକ ଜଣକ ପୁଣେର ଜଣେ ବ୍ୟବସାୟୀଙ୍କ ପୁଅ।

Advertisment

ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ପରଦିନ ଜାମିନ ମିଳି ଯାଇଥିଲା। ଜାମିନ୍ ପରେ ଦୁର୍ଘଟଣା ମାମଲା ଗୋଟିଏ ପରେ ଗୋଟିଏ ନୂଆ ମୋଡ଼ ନେଇଥିଲା। କାରଣ ଦୁର୍ଘଟଣା ରାତିରେ ନାବାଳକ ଏକ ପବରେ ମଦ ପିଉଥିବାର ଏବଂ ଦ୍ରୁତଗତିରେ ଗାଡି ଚଲାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ସହ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ଏତିକିରେ ମାମଲା ଶେଷ ହୋଇନି, ପୁଅକୁ ବଞ୍ଚଇବାକୁ ଯାଇ ଧନୀ ପରିବାର ଡ୍ରାଇଭର ମୁଣ୍ଡରେ ଦୋଷ ଲଦି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ନାବାଳକଙ୍କ ବାପା, ଜେଜେ ଏବଂ ବାର୍ ମାଲିକ ଓ ମ୍ୟାନେଜର୍ ମଧ୍ୟ ଗିରଫ ହୋଇଛନ୍ତି। ସେହିପରି ନାବାଳକଙ୍କ ବ୍ଲଡ୍ ସାମ୍ପଲ୍ ଟେଷ୍ଟ୍ ପରୀକ୍ଷା ସମୟରେ ତାଙ୍କ ମାଆ ରକ୍ତ ଦେଇଥିଲେ, ଯାହା ଫଳରେ ପୁଲିସ ମଧ୍ୟ ତାଙ୍କୁ ଗିରଫ କରିଛି। 

Pune Accident Porsche Crash Porsche Accident News