Advertisment

ପୋର୍ସେ କାର୍‌ ଦୁର୍ଘଟଣା: ବାର୍‌ ମାଲିକ ଓ ମ୍ୟାନେଜର୍‌ ଗିରଫ

ପୁଣେ ପୁଲିସ ଅଭିଯୁକ୍ତ ନାବାଳକ ବିରୋଧରେ ବୟସ୍କ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି।

ଅଦ୍ୟତନ ହୋଇଛି
Porsche Accident

Porsche Accident

Advertisment

ପୁଣେ ପୋର୍ସେ କାର୍‌ ଦୁର୍ଘଟଣା ମାମଲାରେ ବନ୍ଧା ହେଲେ ଆଉ ଦୁଇ ଜଣ ବ୍ୟକ୍ତି। ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ୧୭ ବର୍ଷୀୟ ନାବାଳକର ବାପାଙ୍କୁ ଆଜି ସକାଳେ ପୁଲିସ ଗିରଫ କରିଥିଲା। ଏହାପରେ ଏବେ ଯେଉଁ ବାର୍‌ରେ ନାବାଳକଙ୍କୁ ମଦ ପରସା ଯାଇଥିଲା ସେଠାକାର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇଛି।

Advertisment

ପୁଣେ ପୁଲିସ କମିଶନର ଅମିତେଶ କୁମାରଙ୍କ ଅନୁଯାୟୀ, କାର ଚଳାଉଥିବା ନାବାଳକ ଯୁକ୍ତ ୨ ରେଜଲ୍ଟ ବାହାରିବା ଖୁସିରେ ପାର୍ଟି କରୁଥିଲା। ସିସିଟିଭି ଫୁଟେଜରେ ନାବାଳକଟି ଦୁର୍ଘଟଣା ପୂର୍ବରୁ ବାରରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଏଫ୍‌ଆଇଆର୍‌ ଅନୁସାରେ ଅଭିଯୁକ୍ତ ନାବାଳକ ନିଜ ସାଙ୍ଗମାନଙ୍କ ସହ କୋଜି ବାର୍‌ରେ ପାର୍ଟି କରୁଥିଲା।

ତେବେ ମହାରାଷ୍ଟ୍ରର ଆଇନ ଅନୁଯୟୀ ମଦ୍ୟପାନ କରିବା ଆଇନଗତ ବୟସ ୨୫ ବର୍ଷ ରହିଛି। ଯଦି ରେଷ୍ଟୁରାଣ୍ଟ କିମ୍ବା ବାରରେ ୨୫ ବର୍ଷରୁ କମ୍ ପୁଅ କିମ୍ବା ଝିଅକୁ ମଦ ଦିଆଯାଏ, ତେବେ ଏହା ଆଇନର ଉଲ୍ଲଂଘନ ବୋଲି ଧରାଯିବ। ଅଭିଯୁକ୍ତଙ୍କ ବୟସ ୧୭ ବର୍ଷ ହୋଇଥିବାରୁ ବାର୍‌ ମାଲିକମାନେ ତାଙ୍କୁ ମଦ ପରସିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ତାଙ୍କୁ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇଛି।

Advertisment

ଶନିବାର ବିଳମ୍ବିତ ରାତିରେ ବିଲ୍ଡର୍‌ ଅମିତ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲା। ଏହି ସମୟର ରାତି ପ୍ରାୟ ୨.୧୫ ସମୟରେ ସେ ଦ୍ରୁତ ଗତିରେ କାର୍‌ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲା। ଯେଉଁଥିରେ ମଧ୍ୟପ୍ରଦଶରେ ଇଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ। ସ୍ଥାନୀୟ ଲୋକେ ଉକ୍ତ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ।

କାର୍‌ ଚଳାଉଥିବା ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫର ୧୪ ଘଣ୍ଟା ପରେ ନାବାଳକକୁ କୋର୍ଟ କିଛି ସର୍ତ୍ତ ରଖି ଜାମିନ୍‌ରେ ଛାଡି ଦେଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ପୁଣେ ପୁଲିସ ଅଭିଯୁକ୍ତ ନାବାଳକ ବିରୋଧରେ ବୟସ୍କ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି।

Road Accident Pune Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe